ପ୍ରଧାନମନ୍ତ୍ରୀଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଗୁଲଓ୍ୱାନ ଉପତ୍ୟକାର ସୀମାରୁ ଦୁଇ କିଲୋମିଟର ପଛକୁ ହଟିଛି ଚୀନ୍ ସେନା। ଖୋଦ୍ ଚୀନର ସରକାରୀ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ। ନିକଟରେ ପ୍ରଧାନମନ୍ତ୍ରୀ କହିଥିଲେ ଚୀନ୍ ସେନା ଦେଶର ସୀମା ଭିତରକୁ ପ୍ରବେଶ କରି ନାହାନ୍ତି। ଏବେ କେଉଁଠୁ ଚୀନା ସୀମା ପଛକୁ ଫେରିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଏ ନେଇ କ୍ଷମା ମାଗିବା ଦରକାର ବୋଲି କଂଗ୍ରେସ […]

modi-and-sonia

Subhransu Sekhar
  • Published: Monday, 06 July 2020
  • , Updated: 06 July 2020, 09:53 PM IST

ନୂଆଦିଲ୍ଲୀ: ଗୁଲଓ୍ୱାନ ଉପତ୍ୟକାର ସୀମାରୁ ଦୁଇ କିଲୋମିଟର ପଛକୁ ହଟିଛି ଚୀନ୍ ସେନା। ଖୋଦ୍ ଚୀନର ସରକାରୀ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ। ନିକଟରେ ପ୍ରଧାନମନ୍ତ୍ରୀ କହିଥିଲେ ଚୀନ୍ ସେନା ଦେଶର ସୀମା ଭିତରକୁ ପ୍ରବେଶ କରି ନାହାନ୍ତି। ଏବେ କେଉଁଠୁ ଚୀନା ସୀମା ପଛକୁ ଫେରିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଏ ନେଇ କ୍ଷମା ମାଗିବା ଦରକାର ବୋଲି କଂଗ୍ରେସ କହିଛି।

ଚୀନର ସରକାରୀ ଅଧିକାରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ତିକ୍ତତାକୁ ଶାନ୍ତ କରିବା ପାଇଁ ଚୀନ ସେନା ପଛକୁ ହଟିଛି। ଜୁନ୍ ୧୪ର ଯେଉଁଠି ପାଟ୍ରୋଲିଂ ବେଳେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା ସେଠାରୁ ଚୀନ୍ ସେନା ବହୁ ଦୂରକୁ ପଛକୁ ଘୁଞ୍ଚିଛି। ଏହାକୁ ନେଇ କଂଗ୍ରେସ ନେତା ପବନ ଖେରା ପ୍ରଶ୍ନ ଉଠାଇଛନ୍ତି।  ପ୍ରଧାନମନ୍ତ୍ରୀ ନହେଲେ ପ୍ରତିରକ୍ଷା ମନ୍ତ୍ରୀ ଏ ନେଇ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର ବୋଲି ସେ କହିଛନ୍ତି। ଏମିତିକି ଲଦାଖରେ ସ୍ଥିତି କ’ଣ ରହିଛି ସେ ବାବଦରେ ଉତ୍ତର ରଖିବା ଦରକାର ବୋଲି କଂଗ୍ରେସ ଦାବି କରିଛି।

ସୂଚନାଯୋଗ୍ୟ, ଜୁନ୍ ୧୫ରେ ଲଦାଖ ସୀମାରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ଦେଶକୁ ଉଦବୋଧନ ଦେଇ ଶହୀଦ ହୋଇଥିବା ୨୦ ଯବାନଙ୍କୁ ପ୍ରଶଂସା କରିଥିଲେ। ଏମିତିକି ଦେଶର ସୀମା ଭିତରକୁ ଚୀନ୍ ସେନା ପ୍ରବେଶ କରିନଥିବା କହିଥିଲେ। ଏହାକୁ ନେଇ କଂଗ୍ରେସ ଘେରିଛି।

Related story