ପୁଲୱାମା ଆକ୍ରମଣ: ପାକ୍‌କୁ ଜୈଶ ବିରୋଧରେ ପ୍ରମାଣ ଦେଲା ଭାରତ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ହାତ ଥିବା ତଥ୍ୟ ଭାରତ ହାତରେ ଲାଗିଛି। ଏହି ତଥ୍ୟ ସମ୍ବଳିତ ଏକ ଦସ୍ତାବିଜ୍‌ ଆଜି ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ଦିଆଯାଇଛି। ପୁଲୱାମା ଆକ୍ରମଣ ପଛରେ ଜୈଶର ହାତ ରହିଥିବା ପ୍ରମାଣ ମିଳିଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଏବେ ପାକିସ୍ତାନ ସରକାର ଜୈଶ ବିରୋଧରେ କେମିତି କାର୍ଯ୍ୟାନୁଷ୍ଠାନ ନେଉଛି, […]

h

Hemant Lenka
  • Published: Wednesday, 27 February 2019
  • , Updated: 27 February 2019, 10:14 PM IST

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ହାତ ଥିବା ତଥ୍ୟ ଭାରତ ହାତରେ ଲାଗିଛି। ଏହି ତଥ୍ୟ ସମ୍ବଳିତ ଏକ ଦସ୍ତାବିଜ୍‌ ଆଜି ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ଦିଆଯାଇଛି।

ପୁଲୱାମା ଆକ୍ରମଣ ପଛରେ ଜୈଶର ହାତ ରହିଥିବା ପ୍ରମାଣ ମିଳିଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଏବେ ପାକିସ୍ତାନ ସରକାର ଜୈଶ ବିରୋଧରେ କେମିତି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।

ପୁଲୱାମା ଆକ୍ରମଣ ବ୍ୟତୀତ ପାକିସ୍ତାନରେ ଜୈଶ କେମିତି ଓ କେଉଁଟି ନିଜର ଟେରର କ୍ୟାମ୍ପ ଚଳାଉଛି, ତା’ର ତଥ୍ୟ ମଧ୍ୟ ଭାରତ ଦେଇଛି। ଆଜି ପାକିସ୍ତାନର ବାୟୁସୀମା ଉଲ୍ଲଙ୍ଘନ କରିଥିବାରୁ ବୈଦେଶିକ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଅବସ୍ଥିତ ପାକିସ୍ତାନର ଡେପୁଟି ହାଇକମିଶନର ସୟିଦ ହାଇଦର ଶାହଙ୍କୁ ସମନ୍‌ କରିଥିଲେ। ଏହି ସମୟରେ ପୁଲୱାମା ହମ୍‌ଲା ସଂକ୍ରାନ୍ତ ଦସ୍ତାବିଜ୍‌ ତାଙ୍କୁ ହସ୍ତାନ୍ତର କରାଯାଇଛି।

Related story