ଦିନକରେ ୫୫,୦୭୯ କରୋନା ଆକ୍ରାନ୍ତ, ୫୭,୯୮୧ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଯେଉଁ ହାରରେ ବଢ଼ୁଛି ଆରୋଗ୍ୟ ସଂଖ୍ୟା ମଧ୍ୟ ତା’ ଠାରୁ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସୋମବାର ୫୫,୦୭୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୭,୯୮୧ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ରବିବାର ତୁଳନାରେ ସୋମବାର ୩,୭୩୪ କମି ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରା ୫୫ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେବାରୁ ଦେଶରେ ମୋଟ […]

f

f

Hemant Lenka
  • Published: Tuesday, 18 August 2020
  • Updated: 18 August 2020, 01:26 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଯେଉଁ ହାରରେ ବଢ଼ୁଛି ଆରୋଗ୍ୟ ସଂଖ୍ୟା ମଧ୍ୟ ତା’ ଠାରୁ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସୋମବାର ୫୫,୦୭୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୭,୯୮୧ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ରବିବାର ତୁଳନାରେ ସୋମବାର ୩,୭୩୪ କମି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରା ୫୫ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେବାରୁ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ପାର କରିଛି। ସୋମବାର ମଧ୍ୟରାତ୍ର ସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭, ୦୨, ୭୪୨ ରହିଛି। ୨୪ ଘଣ୍ଟାରେ ଏହି ପ୍ରାଣଘାତୀ ଭାଇରସ ଆଉ ୮୭୬ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୧,୭୯୭କୁ ବୃଦ୍ଧି ପାଇଛି।

ତେବେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ବେଶ ଉତ୍ସାହ ଜନକ ରହିଛି। ଏବେ ଦେଶରେ ଦୈନିକ ୫୫ ହଜାରରୁ ଅଧିକ ଲୋକ ସୁସ୍ଥ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ୫୭,୯୮୧ ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୯,୭୭,୭୭୯ରେ ପହଞ୍ଚି ଯାଇଛି। ଏହାର ଅର୍ଥ ଦେଶରେ ଆକ୍ଟିଭ କେସ ସଂଖ୍ୟା ୬,୭୩,୧୬୬ ରହିଛି। ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୭୩.୧୭%କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଏଯାଏ ଦେଶରେ ମୋଟ ୩,୦୯,୪୧,୨୬୪ଟି ନମୁନା ପରୀକ୍ଷା କରାଗଲାଣି। କେବଳ ସୋମବାର ୮,୯୯,୮୬୪ଟି ନମୁନା ପରୀକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos