୮ ଦିନରେ ୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଚାରି ଲକ୍ଷରୁ ଅଧିକ ଆକ୍ରାନ୍ତ ଏଯାବତ ଚିହ୍ନଟ ହୋଇଛନ୍ତି। ଗତ ୮ ଦିନ ମଧ୍ୟରେ ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି। ଏହାପୂର୍ବରୁ, ୧୫ ଦିନ ମଧ୍ୟରେ ଦେଶରେ ଏକ ଲକ୍ଷ କରୋନା ରୋଗୀଙ୍କ ସଂଖ୍ୟା ଚିହ୍ନଟ ହୋଇଥିଲେ। ଲକଡାଉନ୍ ବେଳେ ଯେଉଁ ହାରରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ ତା’ଠୁ ଅଧିକ ଆକ୍ରାନ୍ତ ଗତ କିଛି ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି। ଦେଶର […]

CORONA-11

CORONA-11

Subhransu Sekhar
  • Published: Sunday, 21 June 2020
  • Updated: 21 June 2020, 05:26 PM IST

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଚାରି ଲକ୍ଷରୁ ଅଧିକ ଆକ୍ରାନ୍ତ ଏଯାବତ ଚିହ୍ନଟ ହୋଇଛନ୍ତି। ଗତ ୮ ଦିନ ମଧ୍ୟରେ ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି। ଏହାପୂର୍ବରୁ, ୧୫ ଦିନ ମଧ୍ୟରେ ଦେଶରେ ଏକ ଲକ୍ଷ କରୋନା ରୋଗୀଙ୍କ ସଂଖ୍ୟା ଚିହ୍ନଟ ହୋଇଥିଲେ। ଲକଡାଉନ୍ ବେଳେ ଯେଉଁ ହାରରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ ତା’ଠୁ ଅଧିକ ଆକ୍ରାନ୍ତ ଗତ କିଛି ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି।

ଦେଶର ପ୍ରଥମ ୭୮ ଦିନରେ ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ କରିଥିଲେ ସରକାର। ତେବେ ମାର୍ଚ୍ଚରେ ଏହି ଲକଡାଉନ୍ ଲାଗୁ ହୋଇଥିବାରୁ ଭାରତ ପ୍ରଥମ ପର୍ଯ୍ୟାୟରେ କରୋନା ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇଥିଲା ବୋଲି ବିଶେଷଜ୍ଞ କହିଛନ୍ତି।

ସେହିପରି ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ୧୯ ମେ ରୁ ୨୦ ଜୁନ୍ ମଧ୍ୟରେ ଭାରତରେ ମୋଟ୍ ସଂକ୍ରମଣ ମାମଲା ୭୫% ବୃଦ୍ଧି ପାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୯୫,୦୪୮, ଯେଉଁଥିରୁ ୨,୧୩,୮୩୦ ଆକ୍ରାନ୍ତ ସୁସ୍ଥ ହେବା ପରେ ଡିସଚାର୍ଜ ବା ଆରୋଗ୍ୟ ହୋଇଛନ୍ତି।

ଗତ ମାସକ ମଧ୍ୟରେ ଥିବା ରିପୋର୍ଟକୁ ଯଦି ତୁଳନା କରିବା ତା’ହେଲେ ମେ ୧୭ ରୁ ଜୁନ୍ ୧୭ ମଧ୍ୟରେ ସକରାତ୍ମକ ପରୀକ୍ଷା ହାର ୪.୬ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଦେଶରେ କରୋନା ପରୀକ୍ଷା ଦାୟିତ୍ୱରେ ଥିବା ଆଇସିଏମଆର କହିଛି ୬.୬ ମିଲିଅନରୁ ଅଧିକ ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬.୩ ପ୍ରତିଶତ ନମୁନା ସକରାତ୍ମକ ରହିଛି। ୨୪ ଘଣ୍ଟା ମଧ୍ୟରେ ୧,୮୯,୮୬୯ ପରୀକ୍ଷା କରାଯାଇଛି। କରୋନା ପରୀକ୍ଷା ଅଧିକରୁ ଅଧିକ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ଶୀଘ୍ର ବଢ଼ୁଛି।

ଆଇସିଏମଆରର ମହାମାରୀ ଏବଂ ସଂକ୍ରମକ ରୋଗର ପୂର୍ବତନ ମୁଖ୍ୟ ଡକ୍ଟର ଲଲିତ କାଣ୍ଟ କହିଛନ୍ତି ଯେ, ଏଯାବତ ଦେଶ ସଂକ୍ରମଣର ଶୀର୍ଷରେ ପହଞ୍ଚି ନାହିଁ, ଅବସ୍ଥା ଆହୁରି ଖରାପ ହେବାର ଆଶଙ୍କା ରହିଛି। ଉହାନରୁ ଉତ୍ପତ୍ତି ହୋଇଥିବା ଏହି ବିଶ୍ୱ ମହାମାରୀ ବର୍ତ୍ତମାନ ସୁଦ୍ଧା ବିଶ୍ୱର ୮.୮ ନିୟୁତ ଲୋକଙ୍କୁ ସଂକ୍ରମିତ କରି ଥିବାବେଳେ ଏପର୍ଯ୍ୟନ୍ତ ୪,୬୪,୨୯୪ ଜଣଙ୍କର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos