ବେଙ୍ଗାଲୁରୁ: କର୍ଣ୍ଣାଟକାରେ ମହାମାରୀ କରୋନା ଭାଇରସ ପ୍ରଥମ ମୁଣ୍ଡ ନେଇଛି। ଗତକାଲି କର୍ଣ୍ଣାଟକାର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଆଜି ସେହି ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଓ ଏହି କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା କର୍ଣ୍ଣାଟକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ମୃତ୍ୟୁ ପରେ ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ତାଙ୍କ ରକ୍ତରେ COVID-୧୯ ଭାଇରସ ଥିବା ଜଣାପଡ଼ିଛି। କର୍ଣ୍ଣାଟକାର କାଲାବୁର୍ଗିରେ ବ୍ୟକ୍ତି ଜଣଙ୍କ ରହୁଥିବା ଜଣାପଡ଼ିଛି।
ମୃତକଙ୍କ ନାମ ମହମ୍ମଦ ହୁସେନ୍ ସିଦ୍ଦିକି। ବୁଧବାର ଦିନ ଜିଲ୍ଲାର ସରକାରୀ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ନମୁନା ବେଙ୍ଗାଲୁରୁର ଏକ ଲ୍ୟାବକୁ ପଠାଯାଇଥିଲା। ସିଦ୍ଦିକି ନିକଟରେ ସାଉଦି ଆରବରୁ ଫେରିଥିଲେ। ଏହାପରେ ତାଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଥିବା ବେଳେ ପ୍ରଥମ ମୃତ୍ୟୁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ।
(Eds: Corrects day)
76-year old man from Karnataka who died on Tuesday has turned out to be India's first coronavirus fatality. Tests of samples taken earlier confirmed COVID-19: State govt— Press Trust of India (@PTI_News) March 12, 2020