ଭାରତରେ କରୋନାକୁ ପୂରିଲା ବର୍ଷେ, ସ୍ଥିତି କେମିତି ଅଛି ଜାଣନ୍ତୁ

ନୂଆଦିଲ୍ଲୀ: ଭାରତକୁ କଲବଲ କରିଥିବା ମହାମାରୀ କରୋନାକୁ ଆଜି ବର୍ଷେ ପୂରିଛି। ଗତବର୍ଷ ଆଜିର ଦିନରେ ଦେଶରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଚାହୁଁଚାହୁଁ ଏହି ପ୍ରାଣଘାତୀ ଭାଇରସ ଲକ୍ଷାଧିକ ଲୋକଙ୍କୁ ସଂକ୍ରମିତ କରିବା ସହ ଅନେକଙ୍କ ସଂସାର ଉଜାଡ଼ି ଦେଇଛି। ଆଜି ସେ ଭୟଙ୍କର ଭାଇରସ ବର୍ଷପୂର୍ତ୍ତି। ବର୍ଷକ ମଧ୍ୟରେ ଭାରତ କେଉଁଠୁ ଆସି କେଉଁଠି ପହଞ୍ଚିଛି, ତାହା ବିଷୟରେ ଆସନ୍ତୁ ଜାଣିବା। ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ୩୦। ଶନିବାର ଭାରତରେ […]

u

Hemant Lenka
  • Published: Saturday, 30 January 2021
  • , Updated: 30 January 2021, 07:02 PM IST

ନୂଆଦିଲ୍ଲୀ: ଭାରତକୁ କଲବଲ କରିଥିବା ମହାମାରୀ କରୋନାକୁ ଆଜି ବର୍ଷେ ପୂରିଛି। ଗତବର୍ଷ ଆଜିର ଦିନରେ ଦେଶରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଚାହୁଁଚାହୁଁ ଏହି ପ୍ରାଣଘାତୀ ଭାଇରସ ଲକ୍ଷାଧିକ ଲୋକଙ୍କୁ ସଂକ୍ରମିତ କରିବା ସହ ଅନେକଙ୍କ ସଂସାର ଉଜାଡ଼ି ଦେଇଛି। ଆଜି ସେ ଭୟଙ୍କର ଭାଇରସ ବର୍ଷପୂର୍ତ୍ତି। ବର୍ଷକ ମଧ୍ୟରେ ଭାରତ କେଉଁଠୁ ଆସି କେଉଁଠି ପହଞ୍ଚିଛି, ତାହା ବିଷୟରେ ଆସନ୍ତୁ ଜାଣିବା।

ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ୩୦। ଶନିବାର ଭାରତରେ ଗତ ୭ ମାସ ମଧ୍ୟରେ ସବୁଠାରୁ କମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୦୨୦ ମସିହା ଆଜିର ଦିନରେ କେରଳରେ ଦେଶର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଚାଇନାର ଉହାନରୁ ଫେରିଥିବା ଜଣେ ମେଡିକାଲ ଛାତ୍ରଙ୍କ ଶରୀରରେ ଏହି ଭାଇରସ ଠାବ ହୋଇଥିଲା।

ପ୍ରାଥମିକ ଅବସ୍ଥାରେ ଭାଇରସକୁ ନେଇ କେହି ବି ଚିନ୍ତା କରୁ ନଥିଲେ। ହେଲେ ମାର୍ଚ୍ଚ ଶେଷ ଭାଗରରୁ କରୋନାରୁ ନେଇ ସୃଷ୍ଟି ହୋଇଥିଲା ଆତଙ୍କ। ଜନତା କର୍ଫ୍ୟୁ ଠାରୁ ଆରମ୍ଭ କରି ଲକଡାଉନ ଓ ଶଟଡାଉନ କରି ଭାରତ ସରକାର ସଂକ୍ରମଣକୁ ରୋକିବାକୁ ଚେଷ୍ଟା ଆରମ୍ଭ କରିଥିଲେ।

ଏଥଯୋଗୁ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବାଠାରୁ ଆରମ୍ଭ କରି ସ୍କୁଲ, କଲେଜ, ସମସ୍ତ ଅଫିସ ଓ ଦୋକାନ ଗୁଡ଼ିକ ବନ୍ଦ ହୋଇଯାଇଥିଲା। କେବଳ ଜରୁରୀ ସେବାରେ ନିୟୋଜିତ ଲୋକ ଓ ଦୋକାନ ଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଦେଶର ଜିଡିପି ମାଇନସ ୭.୭କୁ ମଧ୍ୟ ଖସିବ ବୋଲି ଆକଳନ କରାଯାଇଛି।

୨୦୨୦ ଏପ୍ରିଲ ଶେଷ ଯାଏ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବେଶ କମ ରହିଥିଲା। କିନ୍ତୁ ମେ’ ମାସରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା ଓ ସେପ୍ଟେମ୍ବ ମଧ୍ୟ ଭାଗରେ କରୋନା ଦେଶରେ ପୂରା ପିକ୍‌ରେ ରହିଥିଲା। ଦୈନିକ ସଂକ୍ରମଣ ପ୍ରାୟ ୧ ଲକ୍ଷ ରହିଥିଲା। ତେବେ ସେପ୍ଟେମ୍ବର ଶେଷ ଭାଗରୁ ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ହ୍ରାସ ପାଇଥିଲା। ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୩,୦୮୩ ରହିଛି।

ଦେଶରେ ବର୍ତ୍ତମାନ ପ୍ରାୟ ୧ଲକ୍ଷ ୭୦ ହଜାର ଆକ୍ଟିଭ କେସ୍‌ ରହିଛି। ଦେଶରେ ଏହି ବର୍ଷକ ମଧ୍ୟରେ ୧.୭ କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ୧,୫୪,୧୪୭ ଜଣଙ୍କ ମୃତ୍ୟୁ ଘଟିଛି। ଆମେରିକା ପରେ ସଂକ୍ରମିତଙ୍କ ତାଲିକାରେ ଭାରତ ଦ୍ୱିତୀୟରେ ରହିଛି। ତଥାପି କିଛି ସର୍ଭେରେ କୁହାଯାଇଛି ଯେ ଭାରତର ଅଧିକାଂଶ ସ୍ଥାନରେ ଲୋକମାନେ ଆପେଆପେ ସଂକ୍ରମିତ ହୋଇ ପୁଣିଥରେ ସୁସ୍ଥ ହୋଇ ସାରିଛନ୍ତି। ସେମାନଙ୍କ ତାଲିକା କିନ୍ତୁ ସରକାରଙ୍କ ପାଖରେ ନାହିଁ।

ଅନ୍ୟପକ୍ଷରେ ଚଳିତ ବର୍ଷ ଜାନୁଆରୀ ୧୬ରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁନ୍‌ ମାସ ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ କରୋନାର ରକ୍ଷା କବଚ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Related story