ଲଳିତ ମୋଦି ଓ ପତ୍ନୀଙ୍କ ସ୍ୱିସ୍‌ ଆକାଉଣ୍ଟ ତଥ୍ୟ ମାଗିଲା ଭାରତ

ନୂଆଦିଲ୍ଲୀ: ବିଦେଶରେ ଥିବା କଳାଧନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଣିଥରେ ଭାରତ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଭାରତ ପକ୍ଷରୁ ପୂର୍ବତନ ଆଇପିଏଲ କମିଶନର ଲଳିତ ମୋଦି ଓ ତାଙ୍କ ପତ୍ନୀ ମିନାଲଙ୍କ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ବିସ୍ତୃତ ତଥ୍ୟ ହାସଲ କରିବାକୁ ସ୍ୱିଜରଲ୍ୟାଣ୍ଡ ସରକାରଙ୍କୁ ଚିଠି ଲେଖାଯାଇଛି। ଭାରତର ଅନୁରୋଧକ୍ରମେ ସ୍ୱିଜରଲ୍ୟାଣ୍ଡ ସରକାର ଏକ ନୋଟିସ୍‌ ଜାରି କରି ଲଳିତ ମୋଦି ଓ ମିନାଲଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଅକ୍ଟୋବର ୧ରେ […]

xc

Hemant Lenka
  • Published: Wednesday, 02 October 2019
  • , Updated: 02 October 2019, 04:43 PM IST

ନୂଆଦିଲ୍ଲୀ: ବିଦେଶରେ ଥିବା କଳାଧନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଣିଥରେ ଭାରତ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଭାରତ ପକ୍ଷରୁ ପୂର୍ବତନ ଆଇପିଏଲ କମିଶନର ଲଳିତ ମୋଦି ଓ ତାଙ୍କ ପତ୍ନୀ ମିନାଲଙ୍କ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ବିସ୍ତୃତ ତଥ୍ୟ ହାସଲ କରିବାକୁ ସ୍ୱିଜରଲ୍ୟାଣ୍ଡ ସରକାରଙ୍କୁ ଚିଠି ଲେଖାଯାଇଛି। ଭାରତର ଅନୁରୋଧକ୍ରମେ ସ୍ୱିଜରଲ୍ୟାଣ୍ଡ ସରକାର ଏକ ନୋଟିସ୍‌ ଜାରି କରି ଲଳିତ ମୋଦି ଓ ମିନାଲଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି।
ଅକ୍ଟୋବର ୧ରେ ଲଳିତ ମୋଦି ଓ ତାଙ୍କ ପତ୍ନୀ ମିନାଲଙ୍କୁ ଦୁଇଟି ପୃଥକ ପୃଥକ ନୋଟିସ୍‌ ଜାରି କରି ନିଜର ମତାମତା ଜଣାଇବାକୁ କୁହାଯାଇଛି। ତେବେ ଏ ସମ୍ପର୍କରେ ନୋଟିସ୍‌ରେ ବିସ୍ତୃତ ତଥ୍ୟ ଦିଆଯାଇନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୧୬ରେ ମଧ୍ୟ ଏଭଳି ଢଙ୍ଗରେ ଲଳିତ ଓ ମିନାଲଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। ହେଲେ ସ୍ୱିସ୍‌ ଅଧିକାରୀ ଭାରତ ସହ ଏହାପରେ ଯୋଗାଯୋଗ କରିଥିଲେ କି ନାହିଁ, ସେ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନାହିଁ।

ଲଳିତ ମୋଦିଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ ହେବାରୁ ସେ ୨୦୧୦ରୁ ଭାରତ ଛାଡ଼ି ଲଣ୍ଡନ ପଳାଇ ଯାଇଛନ୍ତି।

Related story