ଖାତକୁ ଖସିପଡ଼ିଲା ଟ୍ରକ୍‌, ଚାଲିଗଲା ୧୦ ଜଣଙ୍କ ଜୀବନ

ଇଟାୱ: ଉତ୍ତର ପ୍ରଦେଶର ଇଟାୱରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଲୋକଙ୍କୁ ନେଇ ଆସୁଥିବା ଗୋଟିଏ ଟ୍ରକ୍‌ ରାସ୍ତାକଡ଼ରେ ଥିବା ଖାତକୁ ଖସି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ ଟ୍ରକ୍‌ର ଡାଲାରେ ବସି ଆସୁଥିବା ବେଳେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ଟ୍ରକ୍‌ରେ ବସି ସମସ୍ତେ ଲଖନାଠାରେ ଆୟୋଜିତ ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ତେବେ ଅଧା ବାଟରେ ଟ୍ରକ୍‌ ଡ୍ରାଇଭର […]

Accident

Hemant Lenka
  • Published: Saturday, 10 April 2021
  • , Updated: 10 April 2021, 08:39 PM IST

ଇଟାୱ: ଉତ୍ତର ପ୍ରଦେଶର ଇଟାୱରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଲୋକଙ୍କୁ ନେଇ ଆସୁଥିବା ଗୋଟିଏ ଟ୍ରକ୍‌ ରାସ୍ତାକଡ଼ରେ ଥିବା ଖାତକୁ ଖସି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ ଟ୍ରକ୍‌ର ଡାଲାରେ ବସି ଆସୁଥିବା ବେଳେ ଏଭଳି ଘଟଣା ଘଟିଛି।

ସୂଚନା ଅନୁସାରେ, ଟ୍ରକ୍‌ରେ ବସି ସମସ୍ତେ ଲଖନାଠାରେ ଆୟୋଜିତ ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ତେବେ ଅଧା ବାଟରେ ଟ୍ରକ୍‌ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଏହା ରାସ୍ତାର ୩୫ ଫୁଟ ତଳ ଥିବା ଖାତକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା।

କିଛି ଲୋକଙ୍କୁ ଟ୍ରକ୍‌ ତଳୁ ମଧ୍ୟ ଉଦ୍ଧାର କରାଯାଇଛି। ପୁଲିସ୍‌ କହିଛି ଯେ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଏହାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଡାକ୍ତରମାନେ ୧୦ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏବେ ସମସ୍ତ ଆହତଙ୍କ ଚିକିତ୍ସା କରାଯାଉଛି। କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ମଧ୍ୟ ଆଶଙ୍କା ରହିଛି।

Related story