Advertisment

ଗୁଜରାଟ ନିର୍ବାଚନ ତାରିଖ ଘୋଷଣାରେ ପକ୍ଷପାତ ହୋଇଛି କି? କମିଶନଙ୍କ ଉତ୍ତର, ନା

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଡିସେମ୍ବର ୧ ଓ ୫ ତାରିଖରେ ରାଜ୍ୟର ସମସ୍ତ ୧୮୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିସହ ହିମାଚଳ ପ୍ରଦେଶ ଭଳି ଗୁଜରାଟ ବିଧାନସଭାର ନିର୍ବାଚନ ରେଜଲ୍ଟ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ। ଯଦି ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନର ଫଳାଫଳ ଏକାଠି ପ୍ରକାଶ ପାଇବ, ତା’ହେଲେ ଦୁଇ ରାଜ୍ୟରେ ନିର୍ବାଚନ ପାଇଁ […]

ଗୁଜରାଟ ନିର୍ବାଚନ ତାରିଖ ଘୋଷଣାରେ ପକ୍ଷପାତ ହୋଇଛି କି? କମିଶନଙ୍କ ଉତ୍ତର, ନା

Gujrat

Advertisment

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଡିସେମ୍ବର ୧ ଓ ୫ ତାରିଖରେ ରାଜ୍ୟର ସମସ୍ତ ୧୮୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିସହ ହିମାଚଳ ପ୍ରଦେଶ ଭଳି ଗୁଜରାଟ ବିଧାନସଭାର ନିର୍ବାଚନ ରେଜଲ୍ଟ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ।

Advertisment

ଯଦି ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନର ଫଳାଫଳ ଏକାଠି ପ୍ରକାଶ ପାଇବ, ତା’ହେଲେ ଦୁଇ ରାଜ୍ୟରେ ନିର୍ବାଚନ ପାଇଁ ତାରିଖ କାହିଁକି ଅଲଗା ଅଲଗା ଘୋଷଣା କରାଗଲା ବୋଲି ଉଠିଛି ପ୍ରଶ୍ନ। ହିମାଚଳ ପ୍ରଦେଶରେ ଆସନ୍ତା ୧୨ ତାରିଖରେ ଭୋଟ ହେବ। ଏହାର ପ୍ରାୟ ମାସକ ପରେ ରେଜଲ୍ଟ ପ୍ରକାଶ ପାଇବ। ହିମାଚଳ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ପ୍ରାୟ ୨ ସପ୍ତାହ ପରେ ଆଜି ଗୁଜରାଟ ଭୋଟ ପାଇଁ ତାରିଖ ଘୋଷଣା କରାଯାଇଛି।

ଏହି ଘୋଷଣା ପରେ ବିରୋଧୀ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଜରିଆରେ ପ୍ରଚାର କରି ସାରିବା ପରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି।

Advertisment

ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଜରାଟ ଗସ୍ତ ଶେଷ ହୋଇଥିଲା। ଏହାପରେ ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ରାଜ୍ୟ ସରକାର ଗତକାଲି ଶୋକ ପାଳନ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମ ସରିବା ପରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିବା ବିରୋଧୀ ଆପ୍‌ର ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି। କଂଗ୍ରେସ ମଧ୍ୟ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି।

ତେବେ ବିରୋଧୀଙ୍କ ପକ୍ଷପାତିତା ଓ ଜାଣିଶୁଣି ବିଳମ୍ବ ଅଭିଯୋଗୁ ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ଖଣ୍ଡନ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ “ଗୁଜରାଟ ନିର୍ବାଚନ ତାରିଖ ଧାର୍ଯ୍ୟ ସୂଚୀ ମଧ୍ୟରେ ଘୋଷଣା କରାଯାଇଛି। ନିର୍ବାଚନ କମିଶନ ସବୁବେଳେ ନିଜର ନିରପେକ୍ଷ ଲିଗାସିକୁ ନେଇ ଗର୍ବିତ। ଆମେ ୧୦୦% ନିରପେକ୍ଷ।”

ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ କଂଗ୍ରେସ ତାଚ୍ଛଲ୍ୟ କରି ଟ୍ୱିଟ କରିଥିଲା ଯେ ଭାରତୀୟ ନିର୍ବାଚନ ଆୟୋଗ ଗୋଟିଏ ସ୍ୱାୟତ୍ତ ସଂସ୍ଥାନ ଅଟେ। ଆୟୋଗ ନିରପେକ୍ଷ ନିର୍ବାଚନ କରିଥାଏ।” ଦଳ ପକ୍ଷରୁ ଏହାର ତଳେ ଇମୋଜିରେ ଗାନ୍ଧିଙ୍କ ୩ ମାଙ୍କଡ଼ର ମୁହଁ ବ୍ୟବହାର କରିଥିଲା।


ଏ ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ରାଜୀବ କୁମାର କହିଛନ୍ତି, “କିଛି ଲୋକ ନକାରାତ୍ମକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଆକ୍ସନ ଓ ଆଉଟକମ ଶବ୍ଦଠାରୁ ଅଧିକ କିଛି କହିଥାଏ। ଗୋଟିଏ ସମୟରେ ଯେଉଁ ଦଳଗୁଡ଼ିକ କମିଶନକୁ ଅନେକ କଥା କହୁଥିଲେ ସେମାନେ ନିଜେ ନିର୍ବାଚନ ରେଜଲ୍ଟକୁ ଦେଖି ଚକିତ ହୋଇଛନ୍ତି।

ଏଠାରେ କେହି ତୃତୀୟ ଅମ୍ପାୟାର ନାହାନ୍ତି। କିନ୍ତୁ ଫଳାଫଳ ହେଉଛି ଏହାର ସାକ୍ଷୀ। ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଫେବୃଆରୀ ୧୮ ଯାଏ ରହିଛି। ତେଣୁ ଏଥିପାଇଁ ଆହୁରି ସମୟ ରହିଛି। ଗୁଜରାଟ ବିଧାନସଭାର ଭୋଟ ଗଣତି ଓ ବିଧାନସଭା କାର୍ଯ୍ୟକାଳ ଶେଷ ହେବା ମଧ୍ୟରେ ୭୨ ଦିନର ସମୟ ରହିଛି।”

ଆଜି ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିବାରୁ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି। ୩୮ ଦିନ ପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହାକୁ ଗୋଟିଏ ଛୋଟିଆ ଅବଧି ଭାବେ ବିବେଚନା କରାଯାଉଛି। କିନ୍ତୁ ଦିଲ୍ଲୀ ନିର୍ବାଚନ ବେଳେ ସମାନ ନୀତି ଅବଲମ୍ବନ କରାଯାଇଥିଲା ବୋଲି କମିଶନ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe