ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ିବେ ପିଲା, ଓଡ଼ିଆରେ କେବେ?

ନୂଆଦିଲ୍ଲୀ: ନୂଆ ଶିକ୍ଷା ନୀତିରେ ହୋଇଥିବା ବ୍ୟବସ୍ଥା ଆଧାରରେ ଦେଶର ୮ଟି ରାଜ୍ୟର ୧୪ଟି କଲେଜ ଆଞ୍ଚଳିକ ଭାଷାରେ ପିଲମାନଙ୍କୁ ଇଞ୍ଜିନିୟରିଂ ପାଠ ପଢ଼ାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବଙ୍ଗଳା, ହିନ୍ଦୀ, ମରାଠଈ ଓ ତେଲୁଗୁ ଭାଷାରେ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ୧୪ଟି କଲେଜରେ ଇଞ୍ଜିନିୟରିଂ ପାଠପଢ଼ା ଆରମ୍ଭ ହେବ। ତେବେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠପଢ଼ାକୁ ଅନୁମତି ମିଳିଥିଲେ ହେଁ ରାଜ୍ୟର କୌଣସି କଲେଜରେ ଏଯାଏ ଏହାର ବ୍ୟବସ୍ଥା ହୋଇନାହିଁ। କେବେ ଇଞ୍ଜିନିୟରିଂ କଲେଜ ଗୁଡ଼ିକ […]

Btech

Hemant Lenka
  • Published: Saturday, 17 July 2021
  • , Updated: 17 July 2021, 04:38 PM IST

ନୂଆଦିଲ୍ଲୀ: ନୂଆ ଶିକ୍ଷା ନୀତିରେ ହୋଇଥିବା ବ୍ୟବସ୍ଥା ଆଧାରରେ ଦେଶର ୮ଟି ରାଜ୍ୟର ୧୪ଟି କଲେଜ ଆଞ୍ଚଳିକ ଭାଷାରେ ପିଲମାନଙ୍କୁ ଇଞ୍ଜିନିୟରିଂ ପାଠ ପଢ଼ାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବଙ୍ଗଳା, ହିନ୍ଦୀ, ମରାଠଈ ଓ ତେଲୁଗୁ ଭାଷାରେ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ୧୪ଟି କଲେଜରେ ଇଞ୍ଜିନିୟରିଂ ପାଠପଢ଼ା ଆରମ୍ଭ ହେବ।

ତେବେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠପଢ଼ାକୁ ଅନୁମତି ମିଳିଥିଲେ ହେଁ ରାଜ୍ୟର କୌଣସି କଲେଜରେ ଏଯାଏ ଏହାର ବ୍ୟବସ୍ଥା ହୋଇନାହିଁ। କେବେ ଇଞ୍ଜିନିୟରିଂ କଲେଜ ଗୁଡ଼ିକ ପିଲାମାନଙ୍କୁ ଓଡ଼ିଆ ଭାଷାରେ ପାଠପଢ଼ିବାର ସୁଯୋଗ ଦେବେ, ତା’ର ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ୧୪ଟି କଲେଜରେ ହିନ୍ଦୀ, ମରାଠୀ, ତେଲୁଗୁ ଓ ବେଙ୍ଗଲୀ ଭାଷାରେ ଇଞ୍ଜିନିୟରିଂ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି। ଏଥିସହ କଲେଜ ଗୁଡ଼ିକର ଏପରି ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ଆଞ୍ଚଳିକ ଭାଷାରେ ପାଠପଢ଼ା ଆରମ୍ଭ କରିଥିବା ଇଞ୍ଜନିୟରିଂ କଲେଜ ଗୁଡ଼ିକ ମଧ୍ୟରେ ରାଜସ୍ଥାନରୁ ୨ଟି ଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୧, ଉତ୍ତର ପ୍ରଦେଶରେ ୫ଟି, ମହାରାଷ୍ଟ୍ରରେ ୨ଟି, ମଧ୍ୟପ୍ରଦେଶରେ ୧, ପଶ୍ଚିମବଙ୍ଗରେ ୧ଟି ଓ ତାମିଲନାଡୁରେ ୨ଟି ରହିଛି।

କଲେଜ ଗୁଡ଼ିକର ଏପରି ପଦକ୍ଷେପକୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ସ୍ୱାଗତ କରିଛନ୍ତି। ଏଥିସହ ଅଧିକରୁ ଅଧିକ ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାମାନଙ୍କୁ ଆଞ୍ଚଳିକ ଭାଷାର ସୁବିଧା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(AICTE) ନୂଆ ଶିକ୍ଷା ନୀତି ଆଧାରରରେ ୧୧ଟି ଆଞ୍ଚଳିକ ଭାଷାରେ ବିଟେକ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଥିବାକୁ ଅନୁମତି ଦେଇଥିବାରୁ ଉପ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି।


ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ହିନ୍ଦୀ, ମରାଠୀ, ତେଲୁଗୁ, କନ୍ନଡ, ଗୁଜରାଟୀ, ମାଲାୟାଲମ, ପଞ୍ଜାବୀ, ଓଡ଼ିଆ, ବେଙ୍ଗଲୀ, ତାମିଲ ଓ ଆସାମିଜ୍‌ ଭଳି ୧୧ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ କଲେଜ ଗୁଡ଼ିକ ୨୦୨୧-୨୨ ଶିକ୍ଷାବର୍ଷରୁ ପାଠପଢ଼ାର ବ୍ୟବସ୍ଥା କରନ୍ତୁ ବୋଲି କହିଥିଲା। ନୂଆ ଶିକ୍ଷା ନୀତିରେ ଏହାର ବ୍ୟବସ୍ଥା କରାଯାଇଛି।

Related story