କଡ଼ା ହେଲା କଟକଣା: ବାହାଘରରେ ସର୍ବାଧିକ ୨୫ ଜଣ, ଉଲ୍ଲଙ୍ଘନ କଲେ ୫୦ ହଜାର ଫାଇନ୍

ମୁମ୍ବାଇ: ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ବଢ଼ିବାରୁ ଆଜି ମହାରାଷ୍ଟ୍ର ସରକାର କରୋନା କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି। ନୂଆ କଟଣା ଅନୁଯାୟୀ, ଏବେ ମହାରାଷ୍ଟ୍ରରେ ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୨୫ ଜଣ ଲୋକ ଯୋଗଦେଇ ପାରିବେ। ବାହାଘର କାର୍ଯ୍ୟକ୍ରମ ୨ ଘଣ୍ଟା ମଧ୍ୟରେ ଶେଷ ହେବ। ଯଦି କୌଣସି ପରିବାର ଲୋକ ନିୟମକୁ ଉଲ୍ଲଙ୍ଘନ କରିବେ, ତା’ହେଲେ ସେମାନଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନା ଲାଗୁ କରାଯିବ। କୌଣସି ମଣ୍ଡପ କିମ୍ବା ହୋଟେଲ […]

Marriage

Hemant Lenka
  • Published: Wednesday, 21 April 2021
  • , Updated: 21 April 2021, 10:45 PM IST

ମୁମ୍ବାଇ: ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ବଢ଼ିବାରୁ ଆଜି ମହାରାଷ୍ଟ୍ର ସରକାର କରୋନା କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି। ନୂଆ କଟଣା ଅନୁଯାୟୀ, ଏବେ ମହାରାଷ୍ଟ୍ରରେ ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୨୫ ଜଣ ଲୋକ ଯୋଗଦେଇ ପାରିବେ। ବାହାଘର କାର୍ଯ୍ୟକ୍ରମ ୨ ଘଣ୍ଟା ମଧ୍ୟରେ ଶେଷ ହେବ। ଯଦି କୌଣସି ପରିବାର ଲୋକ ନିୟମକୁ ଉଲ୍ଲଙ୍ଘନ କରିବେ, ତା’ହେଲେ ସେମାନଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନା ଲାଗୁ କରାଯିବ। କୌଣସି ମଣ୍ଡପ କିମ୍ବା ହୋଟେଲ କରୋନା କଟକଣାକୁ ଉଲ୍ଲଙ୍ଘନ କରିବେ, ତା’ହେଲେ ସଂକ୍ରମଣ ଦୂର ହେବା ଯାଏ ସେଗୁଡ଼ିକୁ ସିଲ୍‌ କରାଯିବ।

ସେହିପରି ଉଭୟ ସରକାରୀ ଓ ଘରୋଇ ଅଫିସ ଗୁଡ଼ିକ ନିଜ କ୍ଷମତାର ୧୫% କର୍ମଚାରୀଙ୍କୁ ନେଇ କାମ କରିବେ। ଏଥିସହ ସାଧାରଣ ପରିବହନ ବ୍ୟବସ୍ଥାକୁ କେବଳ ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଓ ଚିକିତ୍ସା ପାଇଁ ଯିବାକୁ ଥିବା ଲୋକମାନେ ବ୍ୟବହାର କରିପାରିବେ। ଘରୋଇ ଗାଡ଼ିଗୁଡ଼ିକ ନିଜ କ୍ଷମତାର ୫୦% ଲୋକଙ୍କୁ ନେଇ ଚାଲିବ ବୋଲି ସରକାର କହିଛନ୍ତି। ଏହି ନିୟମ ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହୋଇ ମେ’ ୧ ତାରିଖ ସକାଳ ୭ ଯାଏ ବଳବତ୍ତର ରହିବ।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୫୬୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୬୭ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟି ନଥିଲା। ହେଲେ ବୁଧବାର ସବୁ ରେକର୍ଡ ଭାଙ୍ଗି ଯିବାରୁ ସରକାର ନୂଆ କଟକଣା ଲାଗୁ କରିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୧୪ରୁ ମହାରାଷ୍ଟ୍ରରେ ୧୫ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି। ତଥାପି ସଂକ୍ରମଣ ଉପରେ ବ୍ରେକ ଲାଗୁନାହିଁ।

Related story