କେତେ ଟଙ୍କା ଫେରାଇଛନ୍ତି ବିଜୟ ମାଲ୍ୟା, ଉତ୍ତର ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: କୋଟି କୋଟି ଟଙ୍କା ଠକେଇ କରି ଦେଶ ବାହାରକୁ ଫେରାର ହୋଇଯାଇଥିବା ମହାଠକଙ୍କ ବିଷୟରେ ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ପଳାତକ ଠକ ବିଜୟ ମାଲ୍ୟା, ନିରବ ମୋଦି, ମେହୁଲ ଚୋକ୍ସିଙ୍କଠାରୁ  ୧୮,୦୦୦ କୋଟି ଟଙ୍କା ଆଦାୟ କରାଯାଇଛି। ସେ ସବୁ ଟଙ୍କା ବ୍ୟାଙ୍କକୁ ଫେରିଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅଧିକ କ୍ଷମତା ପ୍ରଦାନ କରାଯାଇଥିବା ବେଳେ ନେଇ କାର୍ଯ୍ୟାନୁଷ୍ଠାନ ବାବଦରେ ଆବେଦନ କରାଯାଇଥିଲା। ପ୍ରିଭେନସନନ୍ ଅଫ୍‌ ମନି ଲଣ୍ଡରିଂ […]

vijay-mallya

vijay-mallya

Tapas Behera
  • Published: Wednesday, 23 February 2022
  • Updated: 23 February 2022, 09:47 PM IST

Sports

Latest News

ନୂଆଦିଲ୍ଲୀ: କୋଟି କୋଟି ଟଙ୍କା ଠକେଇ କରି ଦେଶ ବାହାରକୁ ଫେରାର ହୋଇଯାଇଥିବା ମହାଠକଙ୍କ ବିଷୟରେ ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ପଳାତକ ଠକ ବିଜୟ ମାଲ୍ୟା, ନିରବ ମୋଦି, ମେହୁଲ ଚୋକ୍ସିଙ୍କଠାରୁ  ୧୮,୦୦୦ କୋଟି ଟଙ୍କା ଆଦାୟ କରାଯାଇଛି। ସେ ସବୁ ଟଙ୍କା ବ୍ୟାଙ୍କକୁ ଫେରିଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅଧିକ କ୍ଷମତା ପ୍ରଦାନ କରାଯାଇଥିବା ବେଳେ ନେଇ କାର୍ଯ୍ୟାନୁଷ୍ଠାନ ବାବଦରେ ଆବେଦନ କରାଯାଇଥିଲା। ପ୍ରିଭେନସନନ୍ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ନେଇ ଦେଶରେ ୪,୭୦୦ ମାମଲାକୁ ପରିଚାଳନା କରୁଛି ଇଡି।

ମୋଟ ୬୭,୦୦୦ କୋଟି ଠଙ୍କାର ବେଆଇନ ଅର୍ଥ କାରବାର ନେଇ ଇଡି ତଦନ୍ତ କରୁଛି ବୋଲି କେନ୍ଦ୍ର କହିଛି । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ହାଜର ହୋଇଥିଲେ। ତେବେ ଏକାଧିକ ମାମଲାରେ ଆଇନଗତ ପ୍ରତିବନ୍ଧକ ଯୋଗୁ ଠକେଇ ଟଙ୍କା ଆଦାୟ ହୋଇପାରୁ ନାହିଁ। ଯେଉଁମାନେ ହଜାର ହଜାର ଟଙ୍କା ଠକେଇ କରି ଦେଶ ବାହାରକୁ ଚାଲିଯାଇଛନ୍ତି ସେମାନଙ୍କ ସମ୍ପତିର ସୁରକ୍ଷା ପାଇଁ କୋର୍ଟ କଟକଣା ରହିଛି। ଫଳରେ କୋର୍ଟଜନିତ କଟକଣା ଯୋଗୁ  ୬୭,୦୦୦ ଟଙ୍କା ଭଳି ବଡ଼ ପରିମାଣ ଟଙ୍କା ଆଦାୟ ହୋଇପାରୁ ନାହିଁ। ପିଏମଏଲଏକୁ  ଅପବ୍ୟବହାର କରାଯାଉ ଥିବା ନେଇ ଗତ ସପ୍ତାହରେ ବରିଷ୍ଠ ଓକିଲ କପିଲ ଶିବଲ, ଅଭିଶଷେକ ମନୁ ସିଂଘଭି ଏବଂ ମୁକୁଲ ରୋହତଗୀ ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ଉକ୍ତ ଆଇନ୍‌ରେ ଅଭିଯୁକ୍ତଙ୍କୁ ଜାମିନ ପାଇଁ କଠୋର କଟକଣା, ଅଭିଯୁକ୍ତଙ୍କୁ ନଜଣାଇ ଗିରଫ କରିବା,  ଅପରାଧ ମାମଲାର ପରିଚାଳନାର ପ୍ରକ୍ରିୟାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ।

ତେଣୁ ବାହାର ଦେଶତୁଳନାରେ ଭାରତରେ ପିଏମଏଲଏ ଆକ୍ଟରେ ଖୁବ୍‌ କମ୍‌ କେସକୁ ତଦନ୍ତପରିସରଭୁକ୍ତ କରାଯାଇଥିବା କେନ୍ଦ୍ର କହିଛି । ୟୁକେର ଚଳିତ ବର୍ଷ ୭୯,୦୦୦ କେସ୍‌ , ୟୁଏସଏରେ  ୧୫୩୨, ଚାଇନାରେ ୪୬୯୧, ଅଷ୍ଟ୍ରିଆର ୧୦୩୬, ହଙ୍ଗକଙ୍ଗ ୧୮୨୩, ବେଲଜିୟମରେ ୧୮୬୨ ଏବଂ ରୁଷରେ ୨୭୬୪ ମନିଲଣ୍ଡରିଂ କେସ୍‌ ତଦନ୍ତ ପରିସରଭୁକ୍ତ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story