ଶ୍ରୀନଗର: ଜମ୍ମୁ କଶ୍ମୀରରେ ଶ୍ରୀନଗରରେ ଗତକାଲି ଭୟଙ୍କର ଆତଙ୍କବାଦୀ ହମଲା ହୋଇଥିଲା। ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ରେ ଆହତ ହୋଇଥିବା ଜଣେ ମହିଳାଙ୍କର ଆଜି ମୃତ୍ୟୁ ଘଟିଛି। ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମହିଳାଙ୍କୁ ମିଶାଇ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୩ ଜଣ ଗୁରୁତର ହୋଇଛନ୍ତି। ତେବେ ମୃତ ମହିଳା ଜଣକ ହେଉଛନ୍ତି ୧୯ ବର୍ଷୀ ରାଫିଆ। ଶ୍ରୀନଗରର ଦରଘା ହାଜ୍ରତବଲରେ ମହିଳାଙ୍କର ଘର।
ତାଙ୍କୁ ଗୁରୁତର ଅବସ୍ଥାରେ ଏସଏମଏଚସ ହିସପିଟାକୁ ନିଆଯାଇଥିଲା। କିନ୍ତୁ ବିସ୍ଫୋରଣରେ ଏକାଧିକ ଗଭୀର ଆଘାତ ଯୋଗୁ ତାଙ୍କର ମୃତ୍ୟୁ ଘଯିଛି। ଗତକାଲି ଅମିରା କାଦଲ ନିକଟରେ ଥିବା ଏକ ବଜାରରେ ଆତଙ୍କବାଦୀମାନେ ଗ୍ରନେଡ୍ ମାଡ଼ କରିଥିଲେ। ବଜାରରେ ବହୁ ଲୋକ କିଣାବିକାରେ ଲାଗି ପଡ଼ିଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା। ଏହାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ବିସ୍ଫୋରଣ ପରେ ଭୟରେ ଲୋକେ ଧାଇଁଥିଲେ। ଏହି ସମୟରେ କିଛି ଲୋକ ଠେଲାପେଲା ହୋଇ ତଳେ ପଡ଼ି ଯାଇଥିଲେ।
ଗତକାଲି ଆକ୍ରମଣ ବେଳେ ଘଟଣାସ୍ଥଳରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସିସିଟିଭି ଫୁଟେଜରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଉଛି ବୋଲି ପୁଲିସ କହିଛି। ଯଦି କୌଣସି ସନ୍ଧିଗ୍ଧ କାର୍ଯ୍ୟକଳାପ ଦୃଷ୍ଟିକୁ ଆସେ ତାଙ୍କ ବିଷୟରେ ଜଣାଇବାକୁ ପୁଲିସ ଅପିଲ କରିଛି। ତେବେ ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସବୁ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।