ସୀମା ଟପିଲା ବର୍ବରତା, ଦୁଇ ନାବାଳକଙ୍କୁ ବାନ୍ଧି ଟ୍ରକ୍ ପଛରେ ଘୋଷାଡ଼ିଲେ

ଇନ୍ଦୋର: ସୀମା ଟପିଲା ବର୍ବରତା। ମରିଗଲା ମାନବିକତା। ମଣିଷ କେତେ ନିର୍ଦ୍ଦୟ ଓ ନିର୍ମମ ହୋଇପାରେ ତାର ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଟ୍ରକ୍  ପଛରେ ବାନ୍ଧି ଘୋଷାରିବା ଭଳି ଏକ ଅଭାବନୀୟ  ଘଟଣା ଘଟିଛି। ଦିନଦ୍ରିପ୍ରହରେ ଜନଗହଳି ରାସ୍ତାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ମଧ୍ୟପ୍ରଦେଶର ଇନ୍ଦୋରରେ ଚୋଇଟ୍ରାମ ପନିପରିବା ବଜାରରେ ଏହି ଘଟଣା ଘଟିଛି। ଏହାର ଭିଡିଓଓ ଏବେ ସୋଶାଲ ମିଡିଆରେ […]

ppp

  • Published: Saturday, 29 October 2022
  • , Updated: 29 October 2022, 06:54 PM IST

ଇନ୍ଦୋର: ସୀମା ଟପିଲା ବର୍ବରତା। ମରିଗଲା ମାନବିକତା। ମଣିଷ କେତେ ନିର୍ଦ୍ଦୟ ଓ ନିର୍ମମ ହୋଇପାରେ ତାର ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଟ୍ରକ୍  ପଛରେ ବାନ୍ଧି ଘୋଷାରିବା ଭଳି ଏକ ଅଭାବନୀୟ  ଘଟଣା ଘଟିଛି। ଦିନଦ୍ରିପ୍ରହରେ ଜନଗହଳି ରାସ୍ତାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ମଧ୍ୟପ୍ରଦେଶର ଇନ୍ଦୋରରେ ଚୋଇଟ୍ରାମ ପନିପରିବା ବଜାରରେ ଏହି ଘଟଣା ଘଟିଛି। ଏହାର ଭିଡିଓଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଚୋରି କରିବା ଅଭିଯୋଗରେ ୨ ଜଣ ନାବଳକଙ୍କୁ ଏମିତି ନିର୍ମମ ସଜା ଦିଆଯାଥିଲା। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଦୁଇଜଣ ବ୍ୟବସାୟୀ ଏବଂ ଜଣେ ଟ୍ରକ ମାଲିକଙ୍କର  କିଛି ଟାଙ୍କା ଚୋରି ହୋଇଥିବା ଅଭିଯୋଗରେ ସମ୍ପୃକ୍ତ ନାବଳିକଙ୍କୁ ନିର୍ଦ୍ଦୟ ଭାବେ ପିଟିଥିଲା। ପରେ ସେମାନେ ଏହି ଦୁଇ ନାବାଳକଙ୍କ ଗୋଡ଼ରେ ଚେନ୍‌ ବାନ୍ଧି ପ୍ରବଳ ପିଟିଥିଲେ।  ଏହା ପରେ ଟ୍ରକ୍‌ ପଛରେ ବାନ୍ଧି ଉଭୟଙ୍କୁ ଘୋଷାରିଥିଲେ।

ପୁଲିସ ସମ୍ପୃକ୍ତ ନାବାଳକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଇନ୍ଦୋର ପୁଲିସ ଅଧିକାରୀ ନିହିତ ଉପାଧ୍ୟାୟ ଗଣମାଧ୍ୟମକୁ କହିଛନ୍ତି ଯେ, ସେମାନଙ୍କୁ ଯେଉଁଭଳି ଭାବରେ ନିର୍ଯାତନା ଦିଆଯାଇଥିଲା ତାହା ଅତ୍ୟନ୍ତ ଭୟଙ୍କର ଏବଂ ନିର୍ଦ୍ଦୟ ଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Related story