ଇସ୍ତଫା ଦେଲେ ବିଜେପିର ଦୁଇ ବେଙ୍ଗଲ ବିଧାୟକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜେପିର ଜଗନ୍ନାଥ ସରକାର ଓ ନିଶୀଥ ପ୍ରମାଣିକ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ଉଭୟ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସାଂସଦ ପଦରେ ଥାଇ ମଧ୍ୟ ଦଳ ଉଭୟ ନେତାଙ୍କୁ ଚଳିତ ବେଙ୍ଗଲ ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଥିଲା। ଉଭୟ ଏଥିରେ ବିଜୟ ମଧ୍ୟ ହୋଇଥିଲେ। କିନ୍ତୁ ଆଜି ଜଗନ୍ନାଇ ଓ ନିଶୀଥ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଜଗନ୍ନାଥ ଶାନ୍ତିପୁର ଓ ନିଶୀଥ ଦିନହାଟ […]

BJP

BJP

Hemant Lenka
  • Published: Wednesday, 12 May 2021
  • Updated: 12 May 2021, 07:55 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜେପିର ଜଗନ୍ନାଥ ସରକାର ଓ ନିଶୀଥ ପ୍ରମାଣିକ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ଉଭୟ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସାଂସଦ ପଦରେ ଥାଇ ମଧ୍ୟ ଦଳ ଉଭୟ ନେତାଙ୍କୁ ଚଳିତ ବେଙ୍ଗଲ ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଥିଲା।

ଉଭୟ ଏଥିରେ ବିଜୟ ମଧ୍ୟ ହୋଇଥିଲେ। କିନ୍ତୁ ଆଜି ଜଗନ୍ନାଇ ଓ ନିଶୀଥ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଜଗନ୍ନାଥ ଶାନ୍ତିପୁର ଓ ନିଶୀଥ ଦିନହାଟ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଲୋକସଭା ନିର୍ବାଚନ ବେଳେ ଜଗନ୍ନାଥ ରାଣାଘାଟ ଓ ନିଶୀଥ କୋଚବିହାରରୁ ଜିତିଥିଲେ।

ବେଙ୍ଗଲ ବିଧାନସଭା ନିର୍ବାଚନରେ ଉଭୟ ବିଧାୟକ ଭାବେ ନିର୍ବାଚନ ହୋଇଥିବାରୁ ସେମାନଙ୍କୁ ଲୋକସଭା କିମ୍ବା ବିଧାନସଭାରୁ ଗୋଟିଏ ଆସନ ଚୟନ କରିବାର ବିକଳ୍ପ ଥିଲା। ତେଣୁ ସେମାନେ ବିଧାୟକ ବଦଳରେ ସାଂସଦ ପଦରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।  ଆଜି ଏଥିପାଇଁ ସେମାନେ ବିଧାନସଭାକୁ ଯାଇ ବାଚସ୍ପତି ବିମନ ବାନାର୍ଜୀଙ୍କୁ ନିଜ ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି।

ପ୍ରମାଣିକ କହିଛନ୍ତି, ସେମାନେ ବିଜେପି ନେତୃତ୍ୱବୃନ୍ଦଙ୍କ ପରାମର୍ଶକ୍ରମେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ଗୋଟିଏ ସମୟରେ ଉଭୟ ଲୋକସଭା ଓ ବିଧାନସଭାର ସଦସ୍ୟ ଭାବେ ରହିପାରିବେନି। ତେଣୁ ବିଧାୟକ ପଦ ଛାଡ଼ିଛନ୍ତି।

ପ୍ରମାଣିକ ଦିନହାଟ ଆସନରେ ଟିଏମସି ପ୍ରାର୍ଥୀ ଉଦୟନ ଗୁହାଙ୍କୁ ମାତ୍ର ୫୭ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ତେବେ ଜଗନ୍ନାଥ ଶାନ୍ତିପୁର ଆସନରୁ ୧୫,୮୭୮ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ୪ ଜଣ ଲୋକସଭା ସାଂସଦଙ୍କୁ ପ୍ରାର୍ଥୀ କରିଥିଲା। ଏହାବାଦ ରାଜ୍ୟସଭା ସାଂସଦ ସ୍ୱପ୍ନ ଦାସଗୁପ୍ତା ମଧ୍ୟ ବିଜେପି ଟିକେଟରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ହେଲେ ଦଳ ପକ୍ଷରୁ କେବଳ ସରକାର ଓ ପ୍ରାମାଣିକ ଜତିବାକୁ ସକ୍ଷମ ହୋଇଥିଲେ। ଆଉ ୩ ସାଂସଦଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।

ପରାସ୍ତ ହୋଇଥିବା ଆଉ ଦୁଇ ସାଂସଦ ହେଲେ ବାବୁଲ ସୁପ୍ରିଓ ଓ ଲକେଟ ଚାଟାର୍ଜୀ। ସୂଚନାଯୋଗ୍ୟ, ୨୯୪ଟି ବିଧାନସଭା ଆସନରୁ ବେଙ୍ଗଲରେ ୨୯୨ଟି ଆସନ ପାଇଁ ଭୋଟ ହୋଇଥିଲା। ଏଥିରେ ମମତା ବାନାର୍ଜୀଙ୍କ ଟିଏମସି ୨୧୩ଟିରେ ବାଜିମାତ କରିଥିବା ବେଳେ ବିଜେପି ମାତ୍ର ୭୭ଟି ଜିତିବାକୁ ସକ୍ଷମ ହୋଇଥିଲା। ଏବେ ବିଜେପିର ଦୁଇ ବିଧାୟକ ଇସ୍ତଫା ଦେଇଥିବାରୁ ଦଳର ଆସନ ସଂଖ୍ୟା ୭୫କୁ ଖସି ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos