ଡରାଇଲା କରୋନା: ୪ ସ୍କୁଲରୁ ଚିହ୍ନଟ ହେଲେ ୨୩ ଶିକ୍ଷାର୍ଥୀ

ନୂଆଦିଲ୍ଲୀ: ପୁଣିଥରେ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା। ଉତ୍ତର ପ୍ରଦେଶର ନୋଏଡାରୁ ଗତ ୩ ଦିନ ମଧ୍ୟରେ ୪ଟି ସ୍କୁଲରୁ ୨୩ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବୁଧବାର ପ୍ରଶାସନ ପକ୍ଷରୁ ଏପରି ସୂଚନା ଦିଆଯାଇଛି। ଗୌତମ ବୁଦ୍ଧ ନଗରର ମୁଖ୍ୟ ମେଡିକାଲ ଅଫିସର ଡା ସୁନୀଲ କୁମାର ଶର୍ମା କହିଛନ୍ତି, “ମଙ୍ଗଳବାର ଖୈତାନ ପବ୍ଲିକ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାପରେ କର୍ତ୍ତୃପକ୍ଷ ସ୍କୁଲକୁ […]

school

Hemant Lenka
  • Published: Wednesday, 13 April 2022
  • , Updated: 13 April 2022, 01:14 PM IST

ନୂଆଦିଲ୍ଲୀ: ପୁଣିଥରେ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା। ଉତ୍ତର ପ୍ରଦେଶର ନୋଏଡାରୁ ଗତ ୩ ଦିନ ମଧ୍ୟରେ ୪ଟି ସ୍କୁଲରୁ ୨୩ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବୁଧବାର ପ୍ରଶାସନ ପକ୍ଷରୁ ଏପରି ସୂଚନା ଦିଆଯାଇଛି। ଗୌତମ ବୁଦ୍ଧ ନଗରର ମୁଖ୍ୟ ମେଡିକାଲ ଅଫିସର ଡା ସୁନୀଲ କୁମାର ଶର୍ମା କହିଛନ୍ତି, “ମଙ୍ଗଳବାର ଖୈତାନ ପବ୍ଲିକ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାପରେ କର୍ତ୍ତୃପକ୍ଷ ସ୍କୁଲକୁ ବନ୍ଦ କରି ଦେଇଛନ୍ତି।

ଏହାକୁ ମିଶାଇ ୩ ଦିନ ମଧ୍ୟରେ ନୋଏଡାରେ ଥିବା ୪ଟି ସ୍କୁଲରୁ ମୋଟ ୨୩ ଜଣ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସ୍କୁଲରୁ ଆକ୍ରାନ୍ତ ଚିହ୍ନଟ ହେବା ମାତ୍ରେ ଏହାକୁ ବନ୍ଦ କରାଯାଉଛି ଓ ସାନିଟାଇଜ କରାଯାଉଛି। ଆକ୍ରାନ୍ତ ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିଛି। କେହି ବି ଏହାକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ଆମ ଟିମ୍ ଆକ୍ରାନ୍ତ ପିଲାମାନଙ୍କ ଘରେ ପହଞ୍ଚି କଣ୍ଟାକ୍ଟ ଟ୍ରେସିଂ କରୁଛି। ଆମେ କେବଳ ଲକ୍ଷଣ ଯୁକ୍ତ ଲୋକଙ୍କ ଟେଷ୍ଟ କରୁଛୁ।”

ଅନ୍ୟପକ୍ଷରେ ଦିଲ୍ଲୀ ଓ ଗୁରୁଗ୍ରାମରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଏଠାରେ କଟକଣା କୋହଳ ହେବା ପରେ ଦୈନିକ ସଂକ୍ରମଣ ଦୁଇ ମାସର ରେକର୍ଡ ଭାଙ୍ଗିଛି। କେବଳ ଦିଲ୍ଲୀ କିମ୍ବା ଗୁରୁଗ୍ରାମ ନୁହେଁ, ଦେଶରେ ମଧ୍ୟ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ପ୍ରାୟ ୩୬% ବଢ଼ିଛି।

ମଙ୍ଗଳବାର ଦେଶରେ ୭୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ସକାଳ ସୁଦ୍ଧା ୧,୦୮୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଛି। ଦିନକରେ ୨୪ ଜଣଙ୍କ ଜୀବନ ନେଇଛି କରୋନା। ମଙ୍ଗଳବାର ଏହା ୧୯ ଥିଲା। ଦୈନିକ ପଜିଟିଭିଟି ହାର ୦.୨୫% ଓ ସପ୍ତାହିକ ପଜିଟିଭିଟି ରେଟ୍ ୦.୨୪% ରେକର୍ଡ କରାଯାଇଛି।

Related story