ବିଦେଶ ଫେରନ୍ତା ୨୭୭ ଭାରତୀୟ ନାଗରିକ ଫେରାର୍

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ଓମିକ୍ରନ ଭାରିଏଣ୍ଟକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ହାଇଆଲର୍ଟ ଜାରି କରିଛନ୍ତି। ତେବେ ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପ୍ରଶାସନ ପାଇଁ କାଠିକର ପାଠ ସାବ୍ୟସ୍ତ ହେଉଛି। ଏବେ ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଆନ୍ଧ୍ର ପ୍ରଦେଶକୁ ଫେରିଥିବା ୨୭୭ ଜଣ ଭାରତୀୟ ନାଗରିକ ଗାଏବ ହୋଇଯାଇଛନ୍ତି ଏବଂ ପ୍ରଶାସନ ସେମାନଙ୍କୁ ସନ୍ଧାନ କରୁଛି। ଏହି ୨୭୭ ଜଣ ଭାରତୀୟ ନାଗରିକ ନିକଟରେ […]

corona

Ranjit Kumar Jena
  • Published: Friday, 17 December 2021
  • , Updated: 17 December 2021, 09:22 PM IST

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ଓମିକ୍ରନ ଭାରିଏଣ୍ଟକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ହାଇଆଲର୍ଟ ଜାରି କରିଛନ୍ତି। ତେବେ ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପ୍ରଶାସନ ପାଇଁ କାଠିକର ପାଠ ସାବ୍ୟସ୍ତ ହେଉଛି। ଏବେ ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଆନ୍ଧ୍ର ପ୍ରଦେଶକୁ ଫେରିଥିବା ୨୭୭ ଜଣ ଭାରତୀୟ ନାଗରିକ ଗାଏବ ହୋଇଯାଇଛନ୍ତି ଏବଂ ପ୍ରଶାସନ ସେମାନଙ୍କୁ ସନ୍ଧାନ କରୁଛି।

ଏହି ୨୭୭ ଜଣ ଭାରତୀୟ ନାଗରିକ ନିକଟରେ ବିଦେଶରୁ ଫେରିଥିଲେ। ଶ୍ରୀକାକୁଲମ, ବିଜୟନଗର ଓ ବିଶାଖାପାଟଣାରୁ ଏମାନେ ନିଖୋଜ ହୋଇଯାଇଛନ୍ତି। ପୁଲିସର କହିବା ଅନୁଯାୟୀ ଦକ୍ଷିଣପୂର୍ବ ଆଫ୍ରିକାରୁ ୨୩୮୯ ଭାରତୀୟ ଡିସେମ୍ବର ୧ରୁ ୪ ତାରିଖ ଭିତରେ ବିଶାଖାପାଟଣା ଆସିଛନ୍ତି। ସ୍ୱାସ୍ଥ୍ୟକର୍ମୀ ଏଥିରୁ ୧୩୬୪ ଜଣଙ୍କର ପତ୍ତା ମିଳିଥିବା ବେଳେ ବାକି ଲୋକଙ୍କର ଖୋଜଖବର ମିଳିନଥିଲା। କିନ୍ତୁ ରାଜ୍ୟ ପୁଲିସ୍ ପରେ ୮୬୧ ଜଣଙ୍କ ପତ୍ତା ଲଗାଇଛି।

ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, ଅନେକ ଲୋକଙ୍କ ଦ୍ୱାରା ଦିଆଯାଇଥିବା ଫୋନ୍ ନମ୍ବର ଭୁଲ୍‌ ହୋଇଥାଏ। ଏପରିକି ସେମାନେ ଯେଉଁ ଅଞ୍ଚଳରେ ରୁହନ୍ତି, ତା'ର ସ୍ପେଲିଂ ମଧ୍ୟ ଭୁଲ ରହିଛି। ବହୁ କଷ୍ଟରେ ୮୧୬ ଜଣ ଲୋକଙ୍କର ପତ୍ତା ମିଳିଛି। ବାକି ଲୋକଙ୍କର ଖୁବ ଶୀଘ୍ର ସନ୍ଧାନ ମିଳିଯିବ ବୋଲି ସେ କହିଛନ୍ତି।

ଆଫ୍ରିକୀୟ ଦେଶ ମାଲୱିରୁ ଡିସେମ୍ବର ୧୨ ତାରିଖରେ ଫେରିଥିବା ଜଣେ ବିଦେଶୀ ଛାତ୍ରଙ୍କର ପରଦିନ ଆରଟିପିଆର୍ ଟେଷ୍ଟ କରାଯାଇଥିଲା। ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲେ ହେଁ, ତାଙ୍କୁ ଏକ ଅନ୍ତର୍ଜାତୀୟ ଛାତ୍ରାବାସର ଏକ ରୁମରେ ଆଇସୋଲେଟ୍ କରିଦିଆଯାଇଛି।

Related story