ଭାରତରୁ ମିଆଁମାରକୁ ଚାଲାଣ ହେଉଥିଲା କୋଭିସିଲ୍ଡ ଭିଆଲ୍ସ ଓ ରେମଡେସିଭିର, କିନ୍ତୁ..

ଗୌହାଟୀ: ଭାରତରୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର କରୋନା ଟିକା ଓ ଔଷଧକୁ ଜବତ କରିଛି ମଣିପୁର ପୁଲିସ୍‌। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ପଚାରାଉଚରା ପାଇଁ ସମସ୍ତଙ୍କୁ ପୁଲିସ୍‌ ଶୁକ୍ରବାର ଯାଏ ରିମାଣ୍ଡରେ ଆଣିଛି। ପୁଲିସ୍‌ କହିଛି ଯେ ରବିବାର ୩ ଜଣ ଯୁବକ ଗୋଟିଏ ଗାଡ଼ିରେ ବିପୁଳ ପରିମାଣର କୋଭିସିଲ୍ଡ ଭିଆଲ୍ସ, ରେମଡେସିଭିର ଓ ଅନ୍ୟାନ୍ୟ ମେଡିସିନ ନେଇ ଯାଉଥିଲେ। ପୁଲିସ୍‌ ସେମାନଙ୍କ ଗାଡ଼ିକୁ […]

Remdesivir

Hemant Lenka
  • Published: Wednesday, 25 August 2021
  • , Updated: 25 August 2021, 08:50 AM IST

ଗୌହାଟୀ: ଭାରତରୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର କରୋନା ଟିକା ଓ ଔଷଧକୁ ଜବତ କରିଛି ମଣିପୁର ପୁଲିସ୍‌। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ପଚାରାଉଚରା ପାଇଁ ସମସ୍ତଙ୍କୁ ପୁଲିସ୍‌ ଶୁକ୍ରବାର ଯାଏ ରିମାଣ୍ଡରେ ଆଣିଛି।

ପୁଲିସ୍‌ କହିଛି ଯେ ରବିବାର ୩ ଜଣ ଯୁବକ ଗୋଟିଏ ଗାଡ଼ିରେ ବିପୁଳ ପରିମାଣର କୋଭିସିଲ୍ଡ ଭିଆଲ୍ସ, ରେମଡେସିଭିର ଓ ଅନ୍ୟାନ୍ୟ ମେଡିସିନ ନେଇ ଯାଉଥିଲେ। ପୁଲିସ୍‌ ସେମାନଙ୍କ ଗାଡ଼ିକୁ ଜାତୀୟ ରାଜପଥ ୨ ନିକଟ ହେଇଜିନଗାଙ୍ଗ ସୁପର ମାର୍କେଟ ନିକଟରେ ଚେକିଂ କରିଥିଲା।

ସେମାନଙ୍କୁ ମେଡିସିନ ଚାଲାଣର ଉପଯୁକ୍ତ କାଗଜପତ୍ର ଦେଖାଇବାକୁ କୁହାଯାଇଥିଲା। ହେଲେ ସେମାନେ କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ। ଏହି କାରଣରୁ ପୁଲିସ୍‌ ୩ ଯୁବକଙ୍କୁ ଗିରଫ କରିବା ସହ ଗାଡ଼ି ଓ ମେଡିସିନକୁ ଜବତ କରିଛି। ପଚରାଉଚରା ବେଳେ ୩ ଜଣ ଯାକ ଏସବୁ ଜିନିଷ ମୋରେ ସୀମାନ୍ତ ଦେଇ ମିଆଁମାରକୁ ଚୋରା ଚାଲାଣ ହେବାର ଥିବା ବୋଲି ସୂଚନା ଦେଇଛନ୍ତି।

୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ମଣିପୁରରେ ହୋଇଥିବା ବେଳେ ଜଣଙ୍କ ଘର ବିହାରରରେ। ଏବେ ଏହି ମେଡିସିନ ଚୋରା ଚାଲାଣ ପଛରେ ଆଉ କେଉଁମାନେ ଅଛନ୍ତି, ସେମାନଙ୍କ ସମ୍ପର୍କରେ ଖୋଳତାଡ଼ କରାଯାଉଥିବା ପୁଲିସ୍‌ କହିଛି।

Related story