ଥାଇଲ୍ୟାଣ୍ଡ ସ୍ୱପ୍ନ ଦେଖାଇ ମିଆଁମାରରେ ୩୦୦ ଭାରତୀୟଙ୍କୁ ପଣବନ୍ଦୀ

ଚେନ୍ନାଇ: ଅତ୍ୟନ୍ତ ସାଂଘାତିକ ଓ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ୩୦୦ରୁ ଅଧିକ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ଥାଇଲ୍ୟାଣ୍ଡରେ ଚାକିରି ଦେବାର ସ୍ୱପ୍ନ ଦେଖାଇ ମିଆଁମାରରେ ପଣବନ୍ଦୀ କରାଯାଇଛି। ଏମାନଙ୍କ ମଧ୍ୟରେ ପ୍ରାୟ ୬୦ ଜଣ ତାମିଲନାଡୁର। ସମସ୍ତଙ୍କୁ ଗୋଟିଏ ଗ୍ୟାଙ୍ଗ ମିଆଁମାରର ମ୍ୟାୱାଡୀରେ ପଣବନ୍ଦୀ କରିବା ସହ ସାଇବର ଅପରାଧ ଘଟାଇବାକୁ ବାଧ୍ୟ କରୁଛି। କେବଳ ଭାରତୀୟ ନୁହନ୍ତି ଅନ୍ୟ ଦେଶର ଶତାଧିକ ଆଇଟି ପ୍ରଫେସନାଲମାନଙ୍କୁ ମଧ୍ୟ ସେଠାରେ ବଳପୂର୍ବକ ଅଟକ ରଖାଯାଇଛି। […]

IT

  • Published: Tuesday, 20 September 2022
  • , Updated: 20 September 2022, 02:37 PM IST

ଚେନ୍ନାଇ: ଅତ୍ୟନ୍ତ ସାଂଘାତିକ ଓ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ୩୦୦ରୁ ଅଧିକ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ଥାଇଲ୍ୟାଣ୍ଡରେ ଚାକିରି ଦେବାର ସ୍ୱପ୍ନ ଦେଖାଇ ମିଆଁମାରରେ ପଣବନ୍ଦୀ କରାଯାଇଛି। ଏମାନଙ୍କ ମଧ୍ୟରେ ପ୍ରାୟ ୬୦ ଜଣ ତାମିଲନାଡୁର। ସମସ୍ତଙ୍କୁ ଗୋଟିଏ ଗ୍ୟାଙ୍ଗ ମିଆଁମାରର ମ୍ୟାୱାଡୀରେ ପଣବନ୍ଦୀ କରିବା ସହ ସାଇବର ଅପରାଧ ଘଟାଇବାକୁ ବାଧ୍ୟ କରୁଛି।

କେବଳ ଭାରତୀୟ ନୁହନ୍ତି ଅନ୍ୟ ଦେଶର ଶତାଧିକ ଆଇଟି ପ୍ରଫେସନାଲମାନଙ୍କୁ ମଧ୍ୟ ସେଠାରେ ବଳପୂର୍ବକ ଅଟକ ରଖାଯାଇଛି। ଭାରତୀୟ ଓ ଅଲଗା ଦେଶର ଲୋକମାନେ ପଣବନ୍ଦୀ ହୋଇ ରହିଥିବା ମ୍ୟାୱାଡୀ ଅଞ୍ଚଳଟି ମିଆଁମାର ସରକାରଙ୍କ ଅଧୀନରେ ନାହଁ। ଏଠାରେ ଏଥେନିକ ଆର୍ମଡ ଗ୍ରୁପ୍‌ର ଦବଦବା ରହିଛି। ଏହାର ଫାଇଦା ଉଠାଇ ଗୋଟିଏ ଗ୍ୟାଙ୍ଗ ସମସ୍ତଙ୍କୁ ସେଠାରେ ପଣବନ୍ଦୀ କରି ନିର୍ଯାତନା ଦେଉଛି।

ପଣବନ୍ଦୀ ହୋଇ ରହିଥିବା କିଛି ଭାରତୀୟ ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ସହଯୋଗ ଲୋଡ଼ିଛନ୍ତି। ସେମାନଙ୍କୁ ମାଲେସିୟାନ ଚାଇନିଜ୍‌ମାନେ ବନ୍ଦୀ ରଖିଥିବା କୁହାଯାଉଛି। ଶନିବାର ପଣବନ୍ଦୀ ହୋଇ ରହିଥିବା ତାମିଲନାଡୁର କିଛି ଲୋକ ସୁଯୋଗ ପାଇ ସେମାନଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିବାରୁ ପୂରା ଘଟଣା ସାମ୍ନାକୁ ଆସିଛି।

ସେମାନେ କେନ୍ଦ୍ର ଓ ତାମିଲନାଡୁ ସରକାରଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ସେମାନେ ପରିବାର ଲୋକଙ୍କୁ କହିଛନ୍ତି ଯେ ପଣବନ୍ଦୀ କରି ରଖିଥିବା ଲୋକମାନେ ସମସ୍ତଙ୍କୁ ୧୫ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରୁଛନ୍ତି। ଯଦି କେହି ବେଆଇନ କାର୍ଯ୍ୟକଳାପକୁ ବିରୋଧ କରୁଛନ୍ତି, ସେମାନଙ୍କୁ ପ୍ରବଳ ମାଡ଼ ମରାଯାଉଛି। ଏପରି କି ଇଲେକ୍ଟ୍ରିକ ଶକ୍‌ ମଧ୍ୟ ଦିଆଯାଉଛି।

ଏହି ଘଟଣା ପୂର୍ବରୁ ମିଆଁମାରର ୟାଙ୍ଗୋନରେ ଥିବା ଭାରତୀୟ ଦୂତାବାସ ଜୁଲାଇ ୫ରେ ସମସ୍ତ ଭାରତୀୟଙ୍କୁ ଚାକିରି ଅଫର ଗ୍ରହଣ କରିବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲା। ତଥାପି ୩୦୦ରୁ ଅଧିକ ଭାରତୀୟ ଚାକିରି ଲୋଭରେ ଫସି ପଣବନ୍ଦୀ ହୋଇ ରହିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଭାରତୀୟ ଦୂତାବାସ ମିଆଁମାର ସରକାରଙ୍କ ସହ ଯୋଗାଯୋଗ କରିଛି। ସମସ୍ତ ବନ୍ଧକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ମଧ୍ୟ କରାଯାଉଛି।

ମିଆଁମାରରେ ପଣବନ୍ଦୀ ହୋଇ ରହିଥିବା ଜଣେ ବ୍ୟକ୍ତିଙ୍କ ବାପା ରାଜା ସୁବ୍ରମଣିଅନ(୬୦) ପୁଡୁଚେରୀର କରାଇକଲ ଜିଲ୍ଲାପାଳନଙ୍କୁ ଭେଟି ପୁଅକୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ରାଜାଙ୍କ ବଡ଼ ପୁଅ ସୁଧାକର ମଧ୍ୟ ପୂରା ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୁଧାକରଙ୍କ ଭାଇ ଦୁବାଇରେ ଡାଟା ଏଣ୍ଟ୍ରୀ ଅପରେଟର ଭାବେ କାମ କରୁଥିଲେ। ଚଳିତ ବର୍ଷ ସେ କାମ କରୁଥିବା କମ୍ପାନୀର ମ୍ୟାନେଜର ପ୍ରମୋସନ ହୋଇଥିବା ତାଙ୍କୁ କହିଥିଲେ।

ଏଥିସହ ଥାଇଲ୍ୟାଣ୍ଡ ଅଫିସକୁ ବଦଳି କରିଥିଲେ। ତେବେ ଥ୍ୟାଇଲ୍ୟାଣ୍ଡରେ କାମ କରୁଥିବା ବେଳେ ସୁଧାକରଙ୍କ ଭାଇ ଓ ଅନ୍ୟ କିଛି ଲୋକଙ୍କୁ ବଳପୂର୍ବକ ସଡ଼କ ପଥେ ମିଆଁମାରକୁ ନିଆଯାଇଥିଲା। ମୋ ଭାଇ କିଛି ଦିନ ତଳେ ମୋତେ କହିଛି ଯେ ବେଆଇନ କାମ କରିବାକୁ ମନା କରିବାରୁ ବନ୍ଦୀ କରି ରଖିଥିବା ଲୋକମାନେ ତାଙ୍କର ଜଣେ ସହ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏଥିରେ ସେ ଗୁରତର ଆହତ ହୋଇଥିଲେ ଓ ତାଙ୍କ ମୁଣ୍ଡରେ ୫ଟି ଷ୍ଟିଜ ପଡ଼ିଛି। ତାଙ୍କ କାନ ମଧ୍ୟ ଛିଡ଼ାଇ ଦିଆଯାଇଛି ବୋଲି ସୁଧାକର କହିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ତାମିଲନାଡୁ ସମେତ ଭାରତର ବିଭିନ୍ନ ପ୍ରାନ୍ତରେ ହଇଚଇ ସୃଷ୍ଟି ହୋଇଛି।

Related story