ପୁଣି ଜବତ ହେଲା ୩୭ କେଜିର ହେରୋଇନ!

ନୂଆଦିଲ୍ଲୀ: ଗୁଜରାଟର ମୁନ୍ଦ୍ରା ପରେ ଏବେ ଦିଲ୍ଲୀ ଓ ନୋଏଡାରୁ ବିପୁଳ ପରିମାଣର ହେରୋଇନ ସହ କୋକେନ  ଜବତ ହୋଇଛି। କିଛି ଦିନ ତଳେ ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କାର ହେରୋଇନ ଜବତ ହୋଇଥିଲା। ଏଗୁଡ଼ିକ ଆଫଗାନିସ୍ତାନରୁ ଇରାନ ଦେଇ ଭାରତ ଆସିଥିଲା। ଏହାର ତଦନ୍ତ ଚାଲିଥିବା ବେଳେ ବୁଧବାର ଦିଲ୍ଲୀ ଓ ନୋଏଡାରୁ ହେରୋଇନ ସହ କୋକେନ ଜବତ ହୋଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ […]

Drugs

Hemant Lenka
  • Published: Thursday, 23 September 2021
  • , Updated: 23 September 2021, 10:33 AM IST

ନୂଆଦିଲ୍ଲୀ: ଗୁଜରାଟର ମୁନ୍ଦ୍ରା ପରେ ଏବେ ଦିଲ୍ଲୀ ଓ ନୋଏଡାରୁ ବିପୁଳ ପରିମାଣର ହେରୋଇନ ସହ କୋକେନ  ଜବତ ହୋଇଛି। କିଛି ଦିନ ତଳେ ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୨୧ ହଜାର କୋଟି ଟଙ୍କାର ହେରୋଇନ ଜବତ ହୋଇଥିଲା।

ଏଗୁଡ଼ିକ ଆଫଗାନିସ୍ତାନରୁ ଇରାନ ଦେଇ ଭାରତ ଆସିଥିଲା। ଏହାର ତଦନ୍ତ ଚାଲିଥିବା ବେଳେ ବୁଧବାର ଦିଲ୍ଲୀ ଓ ନୋଏଡାରୁ ହେରୋଇନ ସହ କୋକେନ ଜବତ ହୋଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଆଫଗାନ ଓ ଉଜବେକିସ୍ତାନର ନାଗରିକ ମଧ୍ୟ ରହିଛନ୍ତି।

ଗୁଜରାଟରୁ ୩ ହଜାର କେଜି ହେରୋଇନ ମିଳିବା ପରେ ସୁରକ୍ଷା ଅଧିକାରୀମାନେ ଦିଲ୍ଲୀ, ନୋଏଡା, ଚେନ୍ନାଇ, କୋଏମ୍ବାଟୁର, ଅହମଦାବାଦ, ମାଣ୍ଡଭୀ, ଗାନ୍ଧିଧାମ ଓ ବିଜୟୱାଡାରେ ଯାଞ୍ଚ କରିଥିଲେ। ଏହି ସମୟରେ ଦିଲ୍ଲୀର ଗୋଟିଏ ଗୋଦାମରୁ ୧୬.୧ କେଜିର ହେରୋଇନ ଓ ନୋଏଡାରୁ ୧୦.୨ କେଜି ଓଜନର ସନ୍ଦିଗ୍ଧ କୋକେନ ଏବଂ ୧୧ କେଜିର ସନ୍ଦିଗ୍ଧ ହେରୋଇନ ଜବତ କରାଯାଇଛି।

ଏହି ଘଟଣାରେ ୪ ଜଣ ଆଫଗାନ, ଜଣେ ଉଜବେକିସ୍ତାନ ଓ ୩ ଜଣ ଭାରତୀୟ ନାଗରିକଙ୍କୁ ଗିରଫ କରାଯାଇଛି। ଗିରଫ ଭାରତୀୟମାନେ ଆମଦାନୀ ଓ ରପ୍ତାନୀମାନେ ନିଜ ପାଖରେ ଗୋଟିଏ ଆଇସି କୋଡ ରଖିଥିଲେ। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି। ଜଣେ ବ୍ୟକ୍ତିଙ୍କୁ ଚେନ୍ନାଇରୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ମୁନ୍ଦ୍ରା ବନ୍ଦରଟି ଆଦାନି ଗ୍ରୁପ ଦ୍ୱାରା ପରିଚାଳିତ। ଏଠାକୁ ୩ ହଜାର କେଜି ଓଜନର ହେରୋଇନ କେମିତି ଆସିଲା, ତା’ର ତଦନ୍ତ କରାଯାଉଛି। ଜବତ ହେରୋଇନର ମୂଲ୍ୟ ୨୧ ହଜାର କୋଟି ଟଙ୍କା ହୋଇଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related story