ବିଶୃଙ୍ଖଳା ଆଚରଣ: ଲୋକସଭାର ୪ କଂଗ୍ରେସ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ବିଶୃଙ୍ଖଳା ଆଚରଣ ପାଇଁ ଆଜି ଲୋକସଭାର ୪ ଜଣ କଂଗ୍ରେସ ସଦସ୍ୟଙ୍କୁ ବାଚସ୍ପତ୍ତି ନିଲମ୍ବନ କରିଛନ୍ତି। ଏହି ୪ ଜଣଙ୍କୁ ଚଳିତ ମୌସୁମୀ ଅଧିବେଶନରୁ ଅପସାରଣ କରାଯାଇଛି।  ଦରବୃଦ୍ଧି, ମୁଦ୍ରାସ୍ପୀତିହାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ପକ୍ଷରୁ ହୋହଲ୍ଲା କରାଯାଇଥିଲା। ଫଳରେ ସଦନରେ ଅପ୍ରୀତିକର ପରିସ୍ଥିତ ସୃଷ୍ଟି  ହୋଇଥିଲା। ଗୃହରେ ହଙ୍ଗାମା ଯୋଗୁ ଲୋକସଭା ବାଚସ୍ପତି ୪ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। ଏହି ୪ ଜଣ ସଦସ୍ୟ ହେଲେ ମଣିକାମ […]

Loksabha

Loksabha

Tapas Behera
  • Published: Monday, 25 July 2022
  • Updated: 25 July 2022, 05:18 PM IST

ନୂଆଦିଲ୍ଲୀ: ବିଶୃଙ୍ଖଳା ଆଚରଣ ପାଇଁ ଆଜି ଲୋକସଭାର ୪ ଜଣ କଂଗ୍ରେସ ସଦସ୍ୟଙ୍କୁ ବାଚସ୍ପତ୍ତି ନିଲମ୍ବନ କରିଛନ୍ତି। ଏହି ୪ ଜଣଙ୍କୁ ଚଳିତ ମୌସୁମୀ ଅଧିବେଶନରୁ ଅପସାରଣ କରାଯାଇଛି।  ଦରବୃଦ୍ଧି, ମୁଦ୍ରାସ୍ପୀତିହାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ପକ୍ଷରୁ ହୋହଲ୍ଲା କରାଯାଇଥିଲା। ଫଳରେ ସଦନରେ ଅପ୍ରୀତିକର ପରିସ୍ଥିତ ସୃଷ୍ଟି  ହୋଇଥିଲା। ଗୃହରେ ହଙ୍ଗାମା ଯୋଗୁ ଲୋକସଭା ବାଚସ୍ପତି ୪ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। ଏହି ୪ ଜଣ ସଦସ୍ୟ ହେଲେ ମଣିକାମ ଟାଗୋର, ରାମୟା ହରିଦାଶ,  ଜୋଠିମଣି ଏବଂ ଟିଏନ ପ୍ରଥାପଡ଼।  ଆଜି ଏହି ୪ ଜଣ ସଦସ୍ୟ ଗୃହରେ  ଜୋରଦାର ପାଟିତୁଣ୍ଡ କରିଥିଲେ।

ସେମାନଙ୍କୁ ନିରବ ରହିବା ପାଇଁ ବାଚସ୍ପତ୍ତି ବାରମ୍ବାର ଚେତାବନୀ ଦେଇଥିଲେ। ସେମାନଙ୍କୁ ସଦନ ବାହାରେ ଆନ୍ଦୋଳନ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ସେମାନେ କିନ୍ତୁ ଶୁଣି ନଥିଲେ। ଆଜି ଦିନ ତମାମ ବିରୋଧୀଙ୍କ ପକ୍ଷରୁ ଦରଦାମ ବୃଦ୍ଧିକୁ ନେଇ ହଙ୍ଗାମା ହେବା ପରେ ଦିନକ ପାଇଁ ଲୋକସଭାକୁ ମୁଲତବୀ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos