ରାୟପୁର: ଶୁକ୍ରବାର ଛତିଶଗଡର ମାଲଗାଓଁରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଖଣି ଭୁଶୁଡ଼ି ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଗ୍ରାମବାସୀ ଏଥିରେ ଫସିଥିବା ଜଣାପଡ଼ିଛି। ପୁଲିସ ଏବଂ ଏକ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ମେଡିକାଲ ନେବାବେଳେ ଦୁଇ ଜଣକର ମୃତ୍ୟୁ ହୋଇଥିଲା ତେବେ ତାଜା ସୂଚନା ମୁତାବକ ଏବେ ବି କିଛି ଫସିରହିଛନ୍ତି। ଘଟଣାସ୍ଥଳରେ ପୁଲିସ ଏବଂ ତହସିଲଦାର ପହଂଚିଥିବାବେଳେ ବାସ୍ତବରେ ଖାଦାନରେ କେତେ ଲୋକ ପ୍ରବେଶ କରିଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବର୍ତ୍ତମାନ ଘଟଣାସ୍ଥଳରେ ଏସଡ଼ିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଫୁଟ୍ପାଥରେ ଶୋଇଥିଲେ ୯ ଜଣ, ମାଡ଼ିଗଲା ଡମ୍ପର୍
ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଛୋଟ ପିଲା ଅଛନ୍ତି। ସେହିପରି ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି।
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।