ବିଜେପି ମୁଖ୍ୟାଳୟରେ କରୋନା ବିସ୍ଫୋରଣ, ୪୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ମହାମାରୀ କରୋନାର ବିସ୍ଫୋରଣ ଦେଖିବାକୁ ମିଳିଛି। ମୁଖ୍ୟାଳୟରୁ ଏକାଥରକେ ୪୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋମବାର ବିଜେପିର କୋର ଗ୍ରୁପ୍ ମିଟିଂ ପୂର୍ବରୁ ଏଠାରେ କାମ କରୁଥିବା ଲୋକଙ୍କ ସମୂହ ଟେଷ୍ଟିଂ କରାଯାଇଥିଲା। ଏହାପରେ ୪୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କରୋନାରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ଲୋକ ସାଇନିଟେସନ କର୍ମଚାରୀ ବୋଲି ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହୋଇଥିବା ୪୨ ଜଣଙ୍କୁ ଏବେ […]

BJP

Hemant Lenka
  • Published: Wednesday, 12 January 2022
  • , Updated: 12 January 2022, 03:38 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ମହାମାରୀ କରୋନାର ବିସ୍ଫୋରଣ ଦେଖିବାକୁ ମିଳିଛି। ମୁଖ୍ୟାଳୟରୁ ଏକାଥରକେ ୪୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋମବାର ବିଜେପିର କୋର ଗ୍ରୁପ୍ ମିଟିଂ ପୂର୍ବରୁ ଏଠାରେ କାମ କରୁଥିବା ଲୋକଙ୍କ ସମୂହ ଟେଷ୍ଟିଂ କରାଯାଇଥିଲା।

ଏହାପରେ ୪୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କରୋନାରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ଲୋକ ସାଇନିଟେସନ କର୍ମଚାରୀ ବୋଲି ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହୋଇଥିବା ୪୨ ଜଣଙ୍କୁ ଏବେ ସେଲ୍ଫ ଆଇସୋଲେସନରେ ରହିବାକୁ କୁହାଯାଇଛି। ଘଟଣା ପରେ କେନ୍ଦ୍ରୀୟ ଦିଲ୍ଲୀର ମିଣ୍ଟୋ ରୋଡରେ ଥିବା ବିଜେପି ମୁଖ୍ୟାଳୟକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଛି।

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଜେପି ନୂଆ ନିୟମ ପ୍ରଣୟନ କରିଛି। ମୁଖ୍ୟାଳୟରେ ଯେକୌଣସି ବଡ଼ ବୈଠକ ପୂର୍ବରୁ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ। ଏହିକମ୍ରରେ ସୋମବାର ସବୁ କର୍ମଚାରୀଙ୍କ ଟେଷ୍ଟିଂ କରାଯାଇଥିଲା। ୪୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବାରୁ ସମସ୍ତ ଚିନ୍ତା ବଢ଼ିଛି। ଏଥିପାଇଁ ବିଜେପି ମୁଖ୍ୟାଳୟ ପକ୍ଷରୁ କେବଳ ଜରୁରୀ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି।

ମଙ୍ଗଳବାର ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ବିଜେପିର କୋର କମିଟି ବୈଠକ ବସିଥିଲା। ଆଜି ଦ୍ୱିତୀୟ ରାଉଣ୍ଡ ବୈଠକ ବସିଛି। ଏହାପୂର୍ବରୁ କରୋନା ସଂକ୍ରମଣର ଖବର ସାମ୍ନାକୁ ଆସିଛି।

ସୋମବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ, କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ପ୍ରମୁଖଙ୍କ କରୋନା ଟେଷ୍ଟ ପଜିଟିଭ ଆସିଥିଲା।

Related story