ଭାରତ ସହ ସଂଘର୍ଷ ବେଳେ ନିହତ ହୋଇଥିଲେ ୪୫ ଚାଇନିଜ ଯବାନ!

ନୂଆଦିଲ୍ଲୀ: ଭାରତ ସହ ଲଦାଖର ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚାଇନାର ୪୫ ଜଣ ଯବାନ ନିହତ ହୋଇଥିଲେ। ସେହିପରି ଭାରତର ୨୦ ଜଣ ବୀର ଯବାନଙ୍କୁ ହରାଇଥିଲା। ଭାରତ ପକ୍ଷରୁ ସଂଘର୍ଷ ପରେ ସହିଦଙ୍କ ତାଲିକା ପ୍ରକାଶ କରାଯାଇଥିଲେ ହେଁ ଚାଇନା ମୃତାହତଙ୍କ ସମ୍ପର୍କରେ ଚୁପ ରହିଥିଲା। ତେବେ ରୁଷର ଗୋଟିଏ ନ୍ୟୁଜ ଏଜେନ୍ସି ଟାସ୍‌ ଚାଇନାର ମୁଖା ଖୋଲି ଦେଇଛି। ବୁଧବାର ଠାରୁ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରୁ ଭାରତ ଓ ଚାଇନା ସେନା […]

China

Hemant Lenka
  • Published: Thursday, 11 February 2021
  • , Updated: 11 February 2021, 04:23 PM IST

ନୂଆଦିଲ୍ଲୀ: ଭାରତ ସହ ଲଦାଖର ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚାଇନାର ୪୫ ଜଣ ଯବାନ ନିହତ ହୋଇଥିଲେ। ସେହିପରି ଭାରତର ୨୦ ଜଣ ବୀର ଯବାନଙ୍କୁ ହରାଇଥିଲା। ଭାରତ ପକ୍ଷରୁ ସଂଘର୍ଷ ପରେ ସହିଦଙ୍କ ତାଲିକା ପ୍ରକାଶ କରାଯାଇଥିଲେ ହେଁ ଚାଇନା ମୃତାହତଙ୍କ ସମ୍ପର୍କରେ ଚୁପ ରହିଥିଲା।

ତେବେ ରୁଷର ଗୋଟିଏ ନ୍ୟୁଜ ଏଜେନ୍ସି ଟାସ୍‌ ଚାଇନାର ମୁଖା ଖୋଲି ଦେଇଛି। ବୁଧବାର ଠାରୁ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରୁ ଭାରତ ଓ ଚାଇନା ସେନା ପ୍ରତ୍ୟାହାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ଟାସ୍‌ ଖବର ପ୍ରକାଶ କରିଥିଲା। ଏଥିରେ କୁହାଯାଇଛି ଯେ ଜୁନ୍‌ ୨୦୨୦ରେ ଭାରତ ଓ ଚାଇନା ମଧ୍ୟରେ ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତ ୨୦ ଜଣ ଓ ଚାଇନାର ୪୫ ଜଣ ଯବାନ ପ୍ରାଣ ହରାଇଥିଲେ।

ଏହାପୂର୍ବରୁ ଆମେରିକା ସମେତ ଏକାଧିକ ରାଷ୍ଟ୍ର ଭାରତ ସହ ସଂଘର୍ଷରେ ଚାଇନାର ୪୦ରୁ ଅଧିକ ଯବାନ ପ୍ରାଣ ହରାଇଥିବା କହିଥିଲେ। କିନ୍ତୁ ଚାଇନା ଏହାକୁ ଫେକ୍‌ ନ୍ୟୁଜ କହିଥିଲା। ଏବେ ରୁଷର ନ୍ୟୁଜ ଏଜେନ୍ସି ଏଭଳି ତଥ୍ୟ ଦେବା ପରେ ଚାଇନାର ଚିନ୍ତା ବଢ଼ିଛି।

୨୦୨୦ ଜୁନ୍‌ ୧୫ ରାତିରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟରେ ଗଲୱାନ ଘାଟିରେ ପ୍ରବଳ ସଂଘର୍ଷ ଘଟିଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ପ୍ରାଣ ହରାଇଥିଲେ। ଭାରତର ପାଲଟା ଜବାବରେ ୪୦ରୁ ଅଧିକ ଚାଇନିଜ ଯବାନ ମଧ୍ୟ ନିହତ ହୋଇଥିଲେ। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା।

ସୀମାର ଉଭୟ ପାର୍ଶ୍ୱରେ ୨୦ ହଜାରରୁ ଅଧିକ ଯବାନ ମୁତୟନ ହୋଇଥିଲେ। ତଥାପି ବିବାଦର ସମାଧାନ ପାଇଁ କମାଣ୍ଡର ଓ କୂଟନୀତିକ ସ୍ତରରେ ଆଲୋଚନା ଜାରି ରହିଥିଲା। ଶେଷରେ ୨୪ ତାରିଖରେ ହୋଇଥିବା ୯ମ ରାଉଣ୍ଡ ବୈଠକରେ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବୁଧବାର ଠାରୁ ପାଙ୍ଗୋଙ୍ଗ ହ୍ରଦ ନିକଟରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଛନ୍ତି।

Related story