ସିକ୍କିମରେ ବଡ଼ଧରଣର ଭୂକମ୍ପ, ଥରିଲା ଆସାମ ଓ ବେଙ୍ଗଲ

ଗାଙ୍ଗଟକ: ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ସିକ୍କିମର ରାଜଧାନୀ ଗାଙ୍ଗଟକ। ଏହାର ପ୍ରଭାବ ବେଙ୍ଗଲ ଓ ଆସାମରେ ମଧ୍ୟ ଅନୁଭୂତ ହୋଇଛି। ସନ୍ଧ୍ୟା ୮.୪୯ରେ ଏହି ଝଟକା ଅନୁଭବ ହୋଇଥିଲା। ଭୂକମ୍ପର ତୀବ୍ରତା ୫.୪ ଥିବା ରିକ୍ଟର ସ୍କେଲରୁ ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ଗାଙ୍ଗଟକର ପୂର୍ବ-ଦକ୍ଷିଣ ପୂର୍ବଠାରୁ ୨୫ କିମି ଦୂର। ଭୂପୃଷ୍ଠରୁ ୧୦ କିମି ଗଭୀରରେ ଏହା ସୃଷ୍ଟି ହୋଇଥିଲା ବୋଲି National Center for Seismology ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ର […]

earthquack

Hemant Lenka
  • Published: Monday, 05 April 2021
  • , Updated: 05 April 2021, 09:52 PM IST

ଗାଙ୍ଗଟକ: ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ସିକ୍କିମର ରାଜଧାନୀ ଗାଙ୍ଗଟକ। ଏହାର ପ୍ରଭାବ ବେଙ୍ଗଲ ଓ ଆସାମରେ ମଧ୍ୟ ଅନୁଭୂତ ହୋଇଛି। ସନ୍ଧ୍ୟା ୮.୪୯ରେ ଏହି ଝଟକା ଅନୁଭବ ହୋଇଥିଲା। ଭୂକମ୍ପର ତୀବ୍ରତା ୫.୪ ଥିବା ରିକ୍ଟର ସ୍କେଲରୁ ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ଗାଙ୍ଗଟକର ପୂର୍ବ-ଦକ୍ଷିଣ ପୂର୍ବଠାରୁ ୨୫ କିମି ଦୂର। ଭୂପୃଷ୍ଠରୁ ୧୦ କିମି ଗଭୀରରେ ଏହା ସୃଷ୍ଟି ହୋଇଥିଲା ବୋଲି National Center for Seismology ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ର ସ୍ଥଳ ଗାଙ୍ଗଟକରେ ଥିଲେ ହେଁ ଏହାର ଝଟକା ଆସାମ, ଉତ୍ତର ବେଙ୍ଗଲ ଓ ବିହାରେ ମଧ୍ୟ ଅନୁଭୂତ ହୋଇଛି। ନେପାଳ ଓ ଭୂଟାନର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି। ଭୂକମ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ। କିନ୍ତୁ ଝଟକା ପରେ ଲୋକମାନେ ଘରୁ ବାହାରି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି।

ଗାଙ୍ଗଟକରେ ରହୁଥିବା କରମ ତେନପା କହିଛନ୍ତି, ଭୂକମ୍ପ ଝଟକା ପରେ ପୂରା ସହର ସ୍ତବ୍ଧ ହୋଇଯାଇଛି। ଲୋକମାନେ ଘରୁ ବାହାରି ଖୋଲା ସ୍ଥାନରେ ଆଶ୍ରୟ ନେଇଛନ୍ତି।


ଗଣେଷ ତିୱାରୀ ନାମକ ଜଣେ ଯୁବକ ଟ୍ୱିଟ କରି କହିଛନ୍ତି, “ଭୂକମ୍ପ ଝଟକା ବେଳେ ମୁଁ ଦାର୍ଜିଲିଂରେ ଥିବା ହୋଟେଲ ରୁମ୍‌ରେ ଗାଧୋଉଥିଲି। ମୁଁ ଏହାକୁ ଅବଶ୍ୟ ଅନୁଭବ କରିନି। ତେବେ ୧୦ ସେକେଣ୍ଡ ପରେ ଲୋକମାନେ ରାସ୍ତାରେ ଚିତ୍କାର କରୁଥିବା ଦେଖିବାକୁ ପାଇଛି। ପ୍ରଥମେ ଭାବିଥିଲି ଯେ ପୁଲିସ୍‌ ରେଡ୍ କରିଛି। ହେଲେ ପରେ ଜାଣିବାକୁ ପାଇଲି ଯେ ଭୂକମ୍ପ ଯୋଗୁ ଲୋକମାନେ ଖୋଲା ସ୍ଥାନକୁ ଦୌଡ଼ୁଛନ୍ତି।”

Related story