ବିଧାନସଭାରେ ମାରପିଟ: ୫ ବିଜେପି ବିଧାୟକ ନିଲମ୍ବିତ, କେନ୍ଦ୍ରର ସହଯୋଗ ଲୋଡ଼ିଲା ଦଳ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଆଜି ଶାସକ ଟିଏମସି ଓ ବିରୋଧୀ ବିଜେପି ବିଧାୟକଙ୍କ ମଧ୍ୟରେ ପ୍ରବଳ ମାରପିଟ ଦେଖିବାକୁ ମିଳିଛି। ଏହି ଘଟଣାରେ ବାଚସ୍ପତି ବିମନ ବନ୍ଦୋପାଧ୍ୟାୟ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଗୃହରେ ବିଶୃଙ୍ଖଳା କରିବା ଅଭିଯୋଗରେ ସେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୫ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ସେହିପରି ବିଜେପି ମଧ୍ୟ ପୂରେ ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି। ବୀରଭୂମି ନରସଂହାର ଘଟଣା […]

TMC

Hemant Lenka
  • Published: Monday, 28 March 2022
  • , Updated: 28 March 2022, 05:47 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଆଜି ଶାସକ ଟିଏମସି ଓ ବିରୋଧୀ ବିଜେପି ବିଧାୟକଙ୍କ ମଧ୍ୟରେ ପ୍ରବଳ ମାରପିଟ ଦେଖିବାକୁ ମିଳିଛି। ଏହି ଘଟଣାରେ ବାଚସ୍ପତି ବିମନ ବନ୍ଦୋପାଧ୍ୟାୟ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଗୃହରେ ବିଶୃଙ୍ଖଳା କରିବା ଅଭିଯୋଗରେ ସେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୫ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ସେହିପରି ବିଜେପି ମଧ୍ୟ ପୂରେ ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି।

ବୀରଭୂମି ନରସଂହାର ଘଟଣା ଉପରେ ଆଲୋଚନା କରିବାକୁ ଗୃହରେ ଆଜି ଦାବି ଉଠିଥିଲେ। ଏହାକୁ ନେଇ ଶାସନ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଶେଷରେ ଘଟଣା ହାତାହାତି ସ୍ଥିତିକୁ ଯାଇଥିଲା। ଏଥିରେ ଟିଏମସି ବିଧାୟକ ଅସିତ ମଜୁମଦାର ଆହତ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ବିଜେପି ବିଧାୟକ ମନୋଜ ତ୍ୟାଗୀ ସମାନ ଅଭିଯୋଗ ଆଣିଛନ୍ତି।

ସ୍ଥିତି ଅଣାୟତ୍ତ ହେବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏଥିସହ ଶୁଭେନ୍ଦୁ ଅଧିକାରୀ, ମନୋଜ ତ୍ୟାଗୀ, ନରହରି ମାହାତୋ, ଶଙ୍କର ଘୋଷ ଓ ଦୀପକ ବର୍ମନଙ୍କୁ ଗୃହରୁ ନିଲମ୍ବିତ କରିଥିଲେ।

ବିଜେପି ଅଭିଯୋଗ କରିଛି ଯେ ବିଧାୟକମାନଙ୍କୁ ମାଡ଼ ମାରିବା ପାଇଁ ଶାସକ ଟିଏମସି ସାଧା ପୋଷାକରେ ପୁଲିସ୍ କର୍ମଚାରୀଙ୍କୁ ଗୃହକୁ ଆଣିଥିଲା। ବିଜେପି ନେତା ଅମିତ ମାଲବ୍ୟ ଶେୟାର କରିଥିବା ଭିଡିଓରେ ଦୁଇ ଦଳର ବିଧାୟକମାନେ ବିଧାନସଭା ଭିତରେ ପରସ୍ପରକୁ ଠେଲାପେଲା କରୁଥିବା ଦୃଶ୍ୟ ରହିଛି।

ବିଧାନସଭା ବାହାରେ ବିରୋଧ ସମୟରେ ବିଜେପି ବିଧାୟକ ମନୋଜ ତ୍ୟାଗୀ କହିଛନ୍ତି ଯେ ଟିଏମସି ବିଧାୟକମାନେ ତାଙ୍କୁ ପ୍ରଥମେ ଠେଲାପେଲା କରିଥିଲେ। ଏହାପରେ ମାଡ଼ ମାରିଥିଲେ। ଏଥିରେ ତାଙ୍କ ଶାର୍ଟ ଚିରିଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟୟ ଅବସ୍ଥାକୁ ଚାଲି ଯାଇଥିବା ବେଳେ ଶାସକ ଦଳ ଏହା ଉପରେ ଆଲୋଚନା କରିବାକୁ ଚାହୁଁନି। ତେଣୁ ପୂରା ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ରାଜ୍ୟ ବିଜେପି ଦାବି କରିଛି। ବିଜେପି ପକ୍ଷରୁ ଘଟଣାକୁ ନେଇ ବିକ୍ଷୋଭ କରାଯାଉଛି। ସେହିପରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶୁଭେନ୍ଦୁ ଅଧିକାରୀ ବାଚସ୍ପତିଙ୍କୁ ଚିଠି ଲେଖିବେ ବୋଲି ମଧ୍ୟ କହିଛନ୍ତି।

Related story