୫୦୦ ଫୁଟ୍‌ ତଳକୁ କାର ଓଲଟି ୫ ମୃତ

କୋଲକାତା: ଗତକାଲି ରାତିରେ ଉତ୍ତର ସିକ୍କିମର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉପତ୍ୟାକାର ୫୦୦ ଫୁଟ୍‌ ତଳକୁ କାର ଖସିପଡ଼ିବାରୁ  ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସେମାନେ ଗ୍ୟାଙ୍ଗଟକ୍ ଫେରୁଥିବା ବେଳେ ଗତକାଲି ରାତି ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ପୁଲିସ, ସେନା ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଲାଚୁଙ୍ଗଠାରୁ […]

car

Tapas Behera
  • Published: Sunday, 29 May 2022
  • , Updated: 29 May 2022, 09:57 PM IST

କୋଲକାତା: ଗତକାଲି ରାତିରେ ଉତ୍ତର ସିକ୍କିମର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉପତ୍ୟାକାର ୫୦୦ ଫୁଟ୍‌ ତଳକୁ କାର ଖସିପଡ଼ିବାରୁ  ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସେମାନେ ଗ୍ୟାଙ୍ଗଟକ୍ ଫେରୁଥିବା ବେଳେ ଗତକାଲି ରାତି ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ପୁଲିସ, ସେନା ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଲାଚୁଙ୍ଗଠାରୁ ୧୩ କିମି ଦୂରରେ ଏହି ଦୁର୍ଘଟଣାଗ୍ରସ୍ତ କାର ଏବଂ ସେଥିରେ ଥିବା ମୃତଦେହ ଉଦ୍ଧାର କରାଯାଇଛି। ଲାଚୁଙ୍ଗ ପୁଲିସ ଅଧିକ ତଦନ୍ତ ଚଳାଇଛି। ମୃତ ପର୍ଯ୍ୟଟକମାନେ ହେଲେ ସୁରେଶ ପୁନାମିଆ, ଟୋରାଲ ପୁନାମିଆ, ଦେବନଶି ପୁନାମିଆ, ହିରାଲ ପୁନାମିଆ ଏବଂ ଜୟମ ପାରମାର ଏବଂ ଡ୍ରାଇଭର ସୋମି ବିଶ୍ୱକାର୍ମାଠେ।

Related story