କୋଲକାତା: କେନାଲକୁ ଖସି ପଡିଲା ବସ୍। ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ।
ପୁଲିସ ସୂଚନା ମୁତାବକ, ଉକ୍ତ ବସରେ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ଜଣ ଶ୍ରମିକ ଥିଲେ। ଚାଟାର୍ଡ ବସ୍ରେ ଏମାନେ ଉତ୍ତର ପ୍ରଦେଶରୁ ଲକ୍ଷ୍ନୌ ଯାଉଥିଲେ। ଏହି ସମୟରେ ବସ୍ଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିଲା। ଘଟଣାସ୍ଥଳରେ ହିଁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ରାୟଗଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗତ ବିଳମ୍ବିତ ରାତିରେ ଓଲ୍ଡ ନ୍ୟାସନାଲ ରୋଡ ଜଙ୍କସନ ରୁପହାର ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍ରେ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ। ବସ୍ରେ ପ୍ରାୟ ୧୦୦ ଜଣ ଯାତ୍ରୀ ଥିଲେ। ପରେ ବସ୍ ନିୟନ୍ତ୍ରଣ ହରାଇ କେନଲକୁ ଖସି ପଡିଥିଲା। କେନାଳରେ ଥିବା କାଦୁଅରେ ବସ୍ଟି ଓଲଟିପଡିଥିଲା । ଖବର ପାଇ ପୁଲିସ ପହଁଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'୧୪ ବର୍ଷ ଗଲା, ୪୦ ତେଜାସ ମିଳିପାରିଲାନି'
ଚୀନ ଷଷ୍ଠ ପିଢ଼ିର ଯୁଦ୍ଧ ବିମାନ ପରୀକ୍ଷା କଲାଣି। ଆମ ବାୟୁସେନା ୨୦୧୦ରେ ମାଗିଥିବା ପ୍ରଥମ ସେଟ୍ ୪୦ଟି ତେଜାସ ତାଙ୍କୁ ଏପର୍ଯ୍ୟନ୍ତ ମିଳିନି। ଦୁଃଖ ପ୍ରକାଶ କଲେ ବାୟୁସେନା ମୁଖ୍ୟ ମାର୍ଶଲ ଏପି ସିଂହ।
Crime
ଭାଣିଜୀ ପ୍ରେମ ବିବାହ କଲା ବୋଲି ଭୋଜିରେ ବିଷ ମିଶାଇଦେଲା ମାମୁ
ଉପସ୍ଥିତ ଲୋକେ ଅଭିଯୁକ୍ତ ମାମୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଖସି ପଳାଇଛି।
Crime
୧୭ ବର୍ଷ ପୂର୍ବେ ହୋଇଥିଲା 'ହତ୍ୟା'; ଏବେ ଜୀବନ୍ତ ଧରିଲା ପୁଲିସ
ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ଏବେ ବିହାରର ସେହି ବ୍ୟକ୍ତିଙ୍କୁ ଝାନସୀରୁ ଜୀବନ୍ତ ଧରିଲା ପୁଲିସ।
National
ମହାରାଷ୍ଟ୍ରରେ କେଶ ଝଡ଼ିବା ଆତଙ୍କ; ସପ୍ତାହେ ଭିତରେ ଚନ୍ଦା ହୋଇଯାଉଛନ୍ତି ଲୋକେ
କେଶ ଝଡ଼ିବା ଆରମ୍ଭ ହେଲେ କେବଳ ଗୋଟିଏ ସପ୍ତାହ ମଧ୍ୟରେ ସମସ୍ତେ ଚନ୍ଦା ହୋଇଯାଉଛନ୍ତି। ଗତ କିଛିଦିନ ହେଲା ଆରମ୍ଭ ହୋଇଥିବା ଏହି ସମସ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଚିନ୍ତାରେ।
National
ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା
ଦୁର୍ଘଟଣା ଘଟିବାର ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର। ମାର୍ଚ୍ଚ ମାସ ସୁଦ୍ଧା ସରକାର ଏନେଇ ସଂଶୋଧିତ ଯୋଜନା ଆଣିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡ଼କରୀ।