ମୁମ୍ବାଇରେ ଭୁଶୁଡ଼ିଲା ୫ ମହଲା କୋଠା, ୬ ଉଦ୍ଧାର

ମମ୍ବାଇ: ପୁଣି ମମ୍ବାଇରେ ଅଭାବନୀୟ ଘଟଣା। ମୁମ୍ବାଇର ପୂର୍ବ ବାନ୍ଦ୍ରାର ବେହରାମ ନଗର ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। ତେବେ ଏଥିରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଭିଏନ ଦେଶାଇ ହସପିଟାଲକୁ ପଠାଯାଇଛି। ୨ ଜଣଙ୍କୁ ଭାବା ହସପିଟାଲକୁ ପଠାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଘଟଣାସ୍ଥଳରେ ୬ଟି ଆମ୍ବୁଲାନ୍ସ ପହଞ୍ଚିଛି। ତେବେ ଦୁର୍ବଳସ୍ଥିତି ଯୋଗୁ […]

7911

Tapas Behera
  • Published: Wednesday, 26 January 2022
  • , Updated: 26 January 2022, 07:06 PM IST

ମମ୍ବାଇ: ପୁଣି ମମ୍ବାଇରେ ଅଭାବନୀୟ ଘଟଣା। ମୁମ୍ବାଇର ପୂର୍ବ ବାନ୍ଦ୍ରାର ବେହରାମ ନଗର ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। ତେବେ ଏଥିରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଭିଏନ ଦେଶାଇ ହସପିଟାଲକୁ ପଠାଯାଇଛି। ୨ ଜଣଙ୍କୁ ଭାବା ହସପିଟାଲକୁ ପଠାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଘଟଣାସ୍ଥଳରେ ୬ଟି ଆମ୍ବୁଲାନ୍ସ ପହଞ୍ଚିଛି। ତେବେ ଦୁର୍ବଳସ୍ଥିତି ଯୋଗୁ କୋଠାଟି ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି।

ନିକଟରେ ମୁମ୍ବାଇରେ ଏକ ବହୁତଳ ପ୍ରାସାଦରେ ଘଟିଥିବା ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଥିଲା । ୧୫ ଜଣ ଗୁରୁତର ହୋଇଛନ୍ତି। ମୁମ୍ବାଇର ଭାଟିଆ ହସପିଟାଲ ନିକଟରେ ଥିବା  ଉକ୍ତ ବିଲଡିଂରେ ଅଗ୍ନିକାଣ୍ଡ ଘଟିଥିଲା।  ତାରାଦେଓ ଏରିଆରି ଥିବା କମଳା ବିଲଡିଂର ଅଷ୍ଟମ ମହଲାରେ ନିଆଁ  ଲାଗିଥିଲା।

Related story