ଉତ୍ତରପ୍ରଦେଶ: ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ସ୍କେଚ୍ ଜାରି କଲା ପୁଲିସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଗତ ଗୁରୁବାର ହୋଇଥିବା ଏକ ଜଘନ୍ୟ କାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି। ଛ’ବର୍ଷର ଶିଶୁକନ୍ୟାଙ୍କୁ ଅପହରଣ କରାଯିବା ପରେ ବର୍ବରତାର ସହ ଦୁଷ୍କର୍ମ କରାଯାଇଛି। ଏଭଳି ଏକ ଜଘନ୍ୟ ଅପରାଧ ଘଟିବାର ୪ ଦିନ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ପୁଲିସ କାହାକୁ ଗିରଫ କରିପାରିନାହିଁ। ଶିଶୁକନ୍ୟାର ପରିବାର ଲୋକ ଏବଂ ପଡ଼ୋଶୀଙ୍କ ସହ ଆଲୋଚନା କରିବା ପରେ ପୁଲିସ ତିନୋଟି ସ୍କେଚ୍ ଜାରି କରିଛି, ଯାହା ଜଣେ ବ୍ୟକ୍ତିଙ୍କର ମଧ୍ୟ ହୋଇପାରେ।

ସୂଚନା ଅନୁଯାୟୀ, ନାବାଳିକାଙ୍କୁ ଦିଲ୍ଲୀଠାରୁ ପ୍ରାୟ ୧୦୦ କି.ମି. ଦୂରତା ମଧ୍ୟରେ ଥିବା ଗଢ଼ ମୁକ୍ତେଶ୍ୱର ଅଞ୍ଚଳରେ ସ୍ଥିତ ତାଙ୍କ ଘର ସାମ୍ନାକୁ ଅପହରଣ କରାଯାଇଥିଲା। ବାଇକ୍ ଯୋଗେ ଆସି ଜଣେ ବ୍ୟକ୍ତି ନାବାଳିକାଙ୍କୁ ଉଠାଇ ନେଇଥିବା କୁହାଯାଉଛି। ଏହାପରେ ପରିବାର ଲୋକ ନାବାଳିକାଙ୍କ ନିଖୋଜ ହୋଇଥିବା ନେଇ ପୁଲିସ ଅଭିଯୋଗ କରିଥିଲେ। ହେଲେ ପରଦିନ ଗାଁଠାରୁ ଅଳ୍ପ ଦୂରରେ ବୁଦା ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ସେ ଅଚତ୍ ଥିଲେ।

ବର୍ତ୍ତମାନ ପୀଡ଼ିତା ହସ୍ପିଟାଲରେ ଚିକିତ୍ସାରତ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲେ ମଧ୍ୟ ଜୀବନ ପ୍ରତି ବିପଦ ରହିଥିବା ଜଣାପଡ଼ିଛି। ଅନ୍ୟପଟେ ମେଡିକାଲ ଯାଞ୍ଚ ହେବା ପରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି। ଏହାରି ଭିତରେ ଶିଶୁକନ୍ୟାଙ୍କ ଏକ ସର୍ଜରୀ ମଧ୍ୟ ହୋଇସାରିଛି। ତେବେ ଦୀର୍ଘ ସମୟ ପର‌୍ୟ୍ୟନ୍ତ ତାଙ୍କୁ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ, ଦେଶର ରାଜଧାନୀ ଦିଲ୍ଲୀରେ ନିକଟରେ ୧୨ ବର୍ଷର ନାବାଳିକାଙ୍କୁ ଅତି ନିର୍ମମ ଭାବେ ଦୁଷ୍କର୍ମ କରାଯାଇଥିବା ଘଟଣା ଲୋକଲୋଚନକୁ ଆସିଥିଲା। ଦୁଷ୍କର୍ମକାରୀ ପୀଡ଼ିତାଙ୍କ ଘରେ ପଶି ତାଙ୍କ ସହ ବର୍ବର କାଣ୍ଡ ଭିଆଇଲା ଏବଂ ତାଙ୍କ ଶରୀରକୁ କ୍ଷତ ବିକ୍ଷତ କରିଦେଲା। ନାବାଳିକା ଦିଲ୍ଲୀ ଏମ୍ସରେ ଚିକିତ୍ସା ହେଉଛନ୍ତି। ସେପଟେ ଏହି ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ

ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍ ଖେଳିବେନି ବଟଲର୍

ବିଗତ ଚାରି ବର୍ଷରେ କେତେ ଜଣଙ୍କୁ ଭାରତର ନାଗରିକତ୍ୱ ଦିଆଯାଇଛି?

ଦେହଜୀବୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନୌସେନାର ହେଲିକପ୍ଟର ବିଭାଗରେ ଦୁଇ ମହିଳା ଅଧିକାରୀ ସାମିଲ୍

ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ଆଜି ଚ୍ୟାଲେଞ୍ଜର୍ସ ସହ ରାଇଜର୍ସ ଟକ୍କର

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା