କେରଳ ଫେରନ୍ତାଙ୍କ ପାଇଁ କଠୋର ହେଲା କର୍ଣ୍ଣାଟକା

ବେଙ୍ଗାଲୁରୁ: ଦେଶର ସବୁ ସ୍ଥାନରେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କେରଳରେ ଏହା ବଢ଼ିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କର୍ଣ୍ଣାଟକା ସରକାର କେରଳ ଫେରନ୍ତାଙ୍କ ପାଇଁ କଡ଼ା ନିୟମ ପ୍ରଣୟନ କରିଛନ୍ତି। କେରଳରେ ବର୍ତ୍ତମାନ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫୦%ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିପାଇଁ ସେଠାରୁ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୭୨ ଘଣ୍ଟା ଭିତରେ ଯେଉଁମାନେ ଆରଟିପିସିଆର ଟେଷ୍ଟ […]

Corona

Hemant Lenka
  • Published: Thursday, 02 September 2021
  • , Updated: 02 September 2021, 06:02 PM IST

ବେଙ୍ଗାଲୁରୁ: ଦେଶର ସବୁ ସ୍ଥାନରେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କେରଳରେ ଏହା ବଢ଼ିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କର୍ଣ୍ଣାଟକା ସରକାର କେରଳ ଫେରନ୍ତାଙ୍କ ପାଇଁ କଡ଼ା ନିୟମ ପ୍ରଣୟନ କରିଛନ୍ତି। କେରଳରେ ବର୍ତ୍ତମାନ ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫୦%ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିପାଇଁ ସେଠାରୁ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

୭୨ ଘଣ୍ଟା ଭିତରେ ଯେଉଁମାନେ ଆରଟିପିସିଆର ଟେଷ୍ଟ କରି ନେଗେଟିଭ ରିପୋର୍ଟ ପାଇଥିବେ, ସେମାନଙ୍କୁ କର୍ଣ୍ଣାଟକା ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ। ଟିକା ନେଇଥିଲେ ମଧ୍ୟ ନିୟମ ଲାଗୁ ହେବ। ନେଗେଟିଭ ରିପୋର୍ଟ ଦେଖାଇଲେ ବି କେରଳ ଫେରନ୍ତା ୭ ଦିନ ବାଧ୍ୟତାମୂଳକ ହୋମ କ୍ୱାରେଣ୍ଟାଇନରେ ରହିବେ ବୋଲି ସରକାର ଗାଇଡଲାଇନ ଜାରି କରିଛନ୍ତି।

ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ପଡ଼ୋଶୀ ରାଜ୍ୟରୁ ଆସୁଥିବା ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ମଧ୍ୟ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରହିବେ। ସଂପୃକ୍ତ ଶିକ୍ଷାନୁଷ୍ଠାନ ଓ କମ୍ପାନୀ ପକ୍ଷରୁ ନିଜ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ବ୍ୟବସ୍ଥା କରାଯିବ। ତେବେ ଜରୁରୀ କାଳୀନ କାମ ପାଇଁ କେରଳରୁ ଆସୁଥିବା ଯାତ୍ରୀ ଓ ୨ ବର୍ଷରୁ କମ ବୟସ୍କଙ୍କ ପାଇଁ କୌଣସି କ୍ୱାରେଣ୍ଟାଇନ ବ୍ୟବସ୍ଥା ଲାଗୁ ହେବନି। ସ୍ୱାସ୍ଥ୍ୟକର୍ମୀ ଓ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ କ୍ୱାରେଣ୍ଟାଇନ ନିୟମ ଲାଗୁ ହେବନି।


ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୪୭,୦୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାର ୭୦% ବା ୩୨,୮୦୩ ଜଣ ଆକ୍ରାନ୍ତ କେରଳରୁ ରହିଛନ୍ତି।

Related story