୨୦ ମହଲା ବିଲଡିଂରେ ନିଆଁ, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ମୁମ୍ବାଇ: ମୁମ୍ବାଇରେ ଆଜି ଏକ ବହୁତଳ ପ୍ରାସାଦରେ ଘଟିଥିବା ଅଗ୍ନିକାଣ୍ଡରେ ମୃତକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏଥିରେ ୧୫ ଜଣ ଗୁରୁତର ହୋଇଛନ୍ତି। ମୁମ୍ବାଇର ଭାଟିଆ ହସପିଟାଲ ନିକଟରେ ଥିବା  ଉକ୍ତ ବିଲଡିଂରେ ଅଗ୍ନିକାଣ୍ଡ ଘଟିଥିଲା।  ତାରାଦେଓ ଏରିଆରି ଥିବା କମଳା ବିଲଡିଂର ଅଷ୍ଟମ ମହଲାରେ ନିଆଁ  ଲାଗିଥିବା ଜଣାପଡ଼ିଛି। ୨୦ ମହଲା ବିଶିଷ୍ଟ ଏହି ବିଲଡିଂରେ ଲାଗିଥିବା ନିଆଁକୁ  ଭୟଙ୍କର ଅଗ୍ନିକାଣ୍ଡ ଲେବଲ୍‌-୩  ପର୍ଯ୍ୟାୟରେ ଅନ୍ତର୍ଭୃକ୍ତ କରିଛି ମୁମ୍ବାଇ ଅଗ୍ନିଶମ ବାହିନୀ।  ଉକ୍ତ ବିଲଡିଂରୁ […]

Fire

Tapas Behera
  • Published: Saturday, 22 January 2022
  • , Updated: 22 January 2022, 02:14 PM IST

ମୁମ୍ବାଇ: ମୁମ୍ବାଇରେ ଆଜି ଏକ ବହୁତଳ ପ୍ରାସାଦରେ ଘଟିଥିବା ଅଗ୍ନିକାଣ୍ଡରେ ମୃତକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏଥିରେ ୧୫ ଜଣ ଗୁରୁତର ହୋଇଛନ୍ତି। ମୁମ୍ବାଇର ଭାଟିଆ ହସପିଟାଲ ନିକଟରେ ଥିବା  ଉକ୍ତ ବିଲଡିଂରେ ଅଗ୍ନିକାଣ୍ଡ ଘଟିଥିଲା।  ତାରାଦେଓ ଏରିଆରି ଥିବା କମଳା ବିଲଡିଂର ଅଷ୍ଟମ ମହଲାରେ ନିଆଁ  ଲାଗିଥିବା ଜଣାପଡ଼ିଛି।

୨୦ ମହଲା ବିଶିଷ୍ଟ ଏହି ବିଲଡିଂରେ ଲାଗିଥିବା ନିଆଁକୁ  ଭୟଙ୍କର ଅଗ୍ନିକାଣ୍ଡ ଲେବଲ୍‌-୩  ପର୍ଯ୍ୟାୟରେ ଅନ୍ତର୍ଭୃକ୍ତ କରିଛି ମୁମ୍ବାଇ ଅଗ୍ନିଶମ ବାହିନୀ।  ଉକ୍ତ ବିଲଡିଂରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ୫ଟି ଆମ୍ବୂଲାନ୍ସରେ ମେଡିକାଲକୁ ପଠାଯାଇଛି।  ଘଟଣାସ୍ଥଳରରେ ୧୩ଟି ଦମକଳ ଓ ୭ଟି ପାଣି ଟାଙ୍କି ନିଆଁ ଲିଭାରେ ନିୟୋଜିତ ଅଛି। ସମସ୍ତ ଆହତଙ୍କୁ ନିକଟ ଭାଟିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୨ଜଣଙ୍କ ଅବସ୍ଥା ସ୍ଥିର ଥିବାରୁ ସାଧାରଣ ୱାର୍ଡରେ ଭର୍ତ୍ତି କରାଯାଇଛି ।

https://twitter.com/AUThackeray/status/1484768304849776640?s=20

ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଭାଟିଆ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ଏହି ଦୁର୍ଘଟଣାରେ ପୋଡ଼ି ହୋଇ ୭ ଜଣଙ୍କର ମୃତ୍ୟୁ ଘଟିଛି । ମହରାଷ୍ଟ୍ର ମନ୍ତ୍ରୀ ଆଦିଥ୍ୟନାଥ ଠାକରେ ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଥିବା କହିଛନ୍ତି। ଏଥିପାଇଁ ସେ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା କହିଛନ୍ତି।  ଘଟଣାସ୍ଥଳରେ ପୁଲିସ ଏବଂ ଉଦ୍ଧାରକାରୀଦଳ ମୁତୟନ ଥିବା ସେ ଟ୍ୱିଟ୍ କରି ଜଣାଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

Related story