ବିଚ୍ ବଜାରରେ ଗୁଳିମାଡ଼, ୭ ମୃତ

ନୂଆଦିଲ୍ଲୀ: ବିଚ୍ ବଜାରରେ ଆଖିବୁଜା ଗୁଳିମାଡ଼। ଦୁଇ ଜଣ ମହିଳାଙ୍କ ସମେତ ଆଖିବୁଜିଲେ ୫ ଜଣ। କେବଳ ସେତିକି ନୁହେଁ ଗୁଳିମାଡରେ ୧୦ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ଏଭଳି କଛି ଘଟଣା ଘଟିଛି ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ଏକ ବଜାର ଅଞ୍ଚଳରେ। ସୂଚନା ମୁତାବକ, ଇରାନର ଇସ୍ଫହାନ ସହରରେ ମଧ୍ୟ ଗୁଳିମାଡ ହୋଇଛି। ଏଥିରେ ୨ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ଦୁଇଟି ଆକ୍ରମଣରେ ଆକ୍ରମଣକାରୀ ବାଇକରେ ଆସି ଲୋକଙ୍କୁ ଗୁଳିମାଡ କରିଥିବା କୁହାଯାଉଛି। […]

firing-in-iran

Madhupriya Mistry
  • Published: Thursday, 17 November 2022
  • , Updated: 17 November 2022, 11:59 AM IST

ନୂଆଦିଲ୍ଲୀ: ବିଚ୍ ବଜାରରେ ଆଖିବୁଜା ଗୁଳିମାଡ଼। ଦୁଇ ଜଣ ମହିଳାଙ୍କ ସମେତ ଆଖିବୁଜିଲେ ୫ ଜଣ। କେବଳ ସେତିକି ନୁହେଁ ଗୁଳିମାଡରେ ୧୦ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ଏଭଳି କଛି ଘଟଣା ଘଟିଛି ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ଏକ ବଜାର ଅଞ୍ଚଳରେ।

ସୂଚନା ମୁତାବକ, ଇରାନର ଇସ୍ଫହାନ ସହରରେ ମଧ୍ୟ ଗୁଳିମାଡ ହୋଇଛି। ଏଥିରେ ୨ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ଦୁଇଟି ଆକ୍ରମଣରେ ଆକ୍ରମଣକାରୀ ବାଇକରେ ଆସି ଲୋକଙ୍କୁ ଗୁଳିମାଡ କରିଥିବା କୁହାଯାଉଛି। ତେବେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏହି ଗୁଳିମାଡ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଦୁଇ ମାସ ହେବ ଚାଲିଥିବା ହିଜାବ ବିରୋଧୀ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଆକ୍ରମଣ ହୋଇଥିବା କୁହାଯାଉଛି।

ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି ବୋଲି ଖୁଜେସ୍ତାନ ପ୍ରଦେଶର ଡେପୁଟି ଗଭର୍ଣ୍ଣର ୱାଲିୟୁଲା ହାୟତି କହିଛନ୍ତି। ବୁଧବାର ବିଳମ୍ବିତ ରାତିରେ ବହୁ ବିରୋଧୀ ଦଳ ଇଜେହର ବିଭିନ୍ନ ସ୍ଥାନରେ ଏକାଠି ହୋଇଥିଲେ। ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ଏଥିସହ ପୁଲିସ ଉପରକୁ ପଥରମାଡ କରିଥିଲେ। ପୁଲିସ ସେମାନଙ୍କୁ ଅଟକାଇବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏହି ସମୟରେ କେହି ଜଣେ ଶିଆ ସମ୍ପ୍ରଦାୟର ମାଦ୍ରାସାରେ ନିଆଁ ଲଗାଇ ଦେଇଥିଲେ। ଫଳରେ ବିକ୍ଷୋଭ ଆହୁରି ଜୋରଦାର ହୋଇଥିଲା।

Related story