ଭୟଙ୍କର ଦୁର୍ଘଟଣା, ବିଧାୟକଙ୍କ ପୁଅ ସମେତ ୭ ଡାକ୍ତରୀ ଛାତ୍ର ମୃତ

ମୁମ୍ବାଇ: ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୭ ଜଣ ଡାକ୍ତରୀ ଛାତ୍ର। ଏମାନଙ୍କ ମଧ୍ୟରେ ମହାରାଷ୍ଟ୍ର ବିଜେପି ବିଧାୟକଙ୍କ ପୁଅ ମଧ୍ୟ ରହିଛନ୍ତି। ସୋମବାର ରାତି ପ୍ରାୟ ୧୧.୩୦ରେ ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଏପରି ଛାତିଥରାଇ ଦେବା ଭଳି ଘଟଣା ଘଟିଛି। ଏହି ଘଟଣା ପୂରା ରାଜ୍ୟରେ ଶୋକର ବାତାବରଣ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ବିଜେପି ବିଧାୟକଙ୍କ ପୁଅ ଆବିଷ୍କାର ତାଙ୍କ ସାଙ୍ଗମାନଙ୍କ ସହ କାର୍‌ ଯୋଗେ ଦେଓଲିରୁ ପାର୍ଟି ସାରି ୱାର୍ଦ୍ଧାକୁ […]

MLA

Hemant Lenka
  • Published: Tuesday, 25 January 2022
  • , Updated: 25 January 2022, 11:43 AM IST

ମୁମ୍ବାଇ: ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୭ ଜଣ ଡାକ୍ତରୀ ଛାତ୍ର। ଏମାନଙ୍କ ମଧ୍ୟରେ ମହାରାଷ୍ଟ୍ର ବିଜେପି ବିଧାୟକଙ୍କ ପୁଅ ମଧ୍ୟ ରହିଛନ୍ତି। ସୋମବାର ରାତି ପ୍ରାୟ ୧୧.୩୦ରେ ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଏପରି ଛାତିଥରାଇ ଦେବା ଭଳି ଘଟଣା ଘଟିଛି। ଏହି ଘଟଣା ପୂରା ରାଜ୍ୟରେ ଶୋକର ବାତାବରଣ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବିଜେପି ବିଧାୟକଙ୍କ ପୁଅ ଆବିଷ୍କାର ତାଙ୍କ ସାଙ୍ଗମାନଙ୍କ ସହ କାର୍‌ ଯୋଗେ ଦେଓଲିରୁ ପାର୍ଟି ସାରି ୱାର୍ଦ୍ଧାକୁ ଯାଉଥିଲେ। ସେମାନେ ସମସ୍ତେ ସେଲସୁରା ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଗୋଟିଏ ଜଙ୍ଗଲୀ ପଶୁ ସେମାନଙ୍କ ଗାଡ଼ି ଆଗକୁ ଚାଲି ଆସିଥିଲା। ପଶୁଟିକୁ ରକ୍ଷା କରିବା ପାଇଁ ଗାଡ଼ି ଚାଳକ ଜଣଙ୍କ ହଠାତ୍‌ ବ୍ରେକ ଲଗାଇ ଦେଇଥିଲେ। ଫଳରେ କାର୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଯାଇଛି। ସେହିପରି ଗାଡ଼ିଟି ପୂରା ଧ୍ୱଂସ ହୋଇଯାଇଛି।  ଅଭିଷ୍କାରଙ୍କ ବ୍ୟତୀତ ନୀରଜ ଚୌହାନ, ନୀତେଶ ସିଂହ, ବିବେକ ନନ୍ଦନ, ପ୍ରତ୍ୟୁଷ ସିଂହ, ଶୁଭମ ଜୈସୱାଲ ଓ ପବନ ଶକ୍ତିଙ୍କ ମୃତ୍ୟୁ ଘଟିଥିବା ୱାର୍ଦ୍ଧା ଏସ୍‌ପି ପ୍ରଶାନ୍ତ ହୋଲକର ସୂଚନା ଦେଇଛନ୍ତି।

ଏମାନେ ସମସ୍ତେ ୱାର୍ଦ୍ଧରେ ଥିବା ସାୱାଙ୍ଗି ମେଡିକାଲ କଲେଜର ଛାତ୍ର। ନୀରଜ, ବିବେକ, ପ୍ରତ୍ୟୁଷ ଓ ଶୁଭମ ଏମବିବିଏସ୍‌ର ଶେଷ ବର୍ଷର ଛାତ୍ର। ସେହିପରି ଅଭିଷ୍କାର ଓ ଅନ୍ୟମାନେ ପ୍ରଥମ ବର୍ଷରେ ପଢ଼ୁଥିଲେ।

Related story