ଅକ୍ସିଜେନ ସଙ୍କଟ: ଗଲାଣି ୭୫ କରୋନା ଆକ୍ରାନ୍ତଙ୍କ ଜୀବନ

ପାଣାଜୀ: କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ବଡ଼ଧରରଣ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଏଠାରେ ସୃଷ୍ଟି ହୋଇଥିବା ଅକ୍ସିଜେନ ସଙ୍କଟ ଯୋଗୁ ଇତି ମଧ୍ୟରେ ୭୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଲାଣି। ୪ ଦିନ ଭିତରେ ଏତେ ସଂଖ୍ୟକ ଲୋକ ମେଡିକାଲ ଅକ୍ସିଜେନ ଯୋଗୁ ପ୍ରାଣ ହରାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଶୁକ୍ରବାର ରାତି ୧ଟାରୁ ୬ଟା ମଧ୍ୟରେ ଅକ୍ସିଜେନ ସପ୍ଲାଏ ହ୍ରାସ ଘଟିବାରୁ ୧୩ ଜଣ କରୋନା […]

Oxygen

Hemant Lenka
  • Published: Friday, 14 May 2021
  • , Updated: 14 May 2021, 03:26 PM IST

ପାଣାଜୀ: କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ବଡ଼ଧରରଣ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଏଠାରେ ସୃଷ୍ଟି ହୋଇଥିବା ଅକ୍ସିଜେନ ସଙ୍କଟ ଯୋଗୁ ଇତି ମଧ୍ୟରେ ୭୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଲାଣି। ୪ ଦିନ ଭିତରେ ଏତେ ସଂଖ୍ୟକ ଲୋକ ମେଡିକାଲ ଅକ୍ସିଜେନ ଯୋଗୁ ପ୍ରାଣ ହରାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଶୁକ୍ରବାର ରାତି ୧ଟାରୁ ୬ଟା ମଧ୍ୟରେ ଅକ୍ସିଜେନ ସପ୍ଲାଏ ହ୍ରାସ ଘଟିବାରୁ ୧୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଗୁରୁବାର ଏହି ସମୟରେ ୧୫ ଜଣ ଓ ବୁଧବାର ୨୧ ଜଣ ରୋଗୀ ପ୍ରାଣ ହରାଇଥିଲେ। ମଙ୍ଗବାର ଭୋର ୨ଟାରୁ ସକାଳ ୬ଟା ମଧ୍ୟରେ ଅକ୍ସିଜେନ ଯୋଗାଣରେ ବାଧା ଉପୁଜିବାରୁ ୨୬ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଥିଲା।

ରାତି ୧ଟାରୁ ୬ଟା ଭିତରେ କରୋନା ଆକ୍ରାନ୍ତ ପ୍ରାଣ ହରାଉଥିବାରୁ ବିରୋଧୀ ଦଳଗୁଡ଼ିକ ଏହାକୁ ଅନ୍ଧାରୀ ଘଣ୍ଟା ବୋଲି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୋଆ ହାଇକୋର୍ଟ ମଧ୍ୟ ସରକାରଙ୍କ କୋଭିଡ୍‌ ପରିଚାଳନା ନୀତିକୁ ତୀବ୍ର ନାପସନ୍ଦ କରିଛି। ଏଥିସହ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ରାଜ୍ୟ ସରକାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି।

ଷ୍ଟାଟସ ରିପୋର୍ଟରେ ଅକ୍ସିଜେନ ସପ୍ଲାଏ, ଟ୍ୟାଙ୍କ, କନସେନଟ୍ରଟୋରସ ଓ ଡ୍ରାଇଭରଙ୍କ ସଂଖ୍ୟା ବିଷୟରେ ଉଲ୍ଲେଖ କରାଯିବ। ଶୁଣାଣି ବେଳେ ସରକାର କହିଥିଲେ ଯେ ରାଜ୍ୟରେ ଅକ୍ସିଜେନ ପର୍ଯ୍ୟାପ୍ତ ପରିମାଣରରେ ରହିଛି। କିନ୍ତୁ ଲଜିଷ୍ଟିକ ଓ ଟ୍ରାକ୍ଟର ଟ୍ରଲିର ଅଭବାରୁ ହସ୍ପିଟାଲକୁ ଠିକ୍‌ ଭାବେ ଅମ୍ଳଜାନ ପହଞ୍ଚି ପାରୁନି। ଏହା ଶୁଣି ହାଇକୋର୍ଟ କହିଛନ୍ତି, ଲଜିଷ୍ଟିକ ସମସ୍ୟା ଯୋଗୁ ରାଜ୍ୟରେ କରୋନା ରୋଗୀଙ୍କୁ ମରିବାକୁ ଛଡ଼ା ଯାଇ ପାରିବ ନାହିଁ।

ମଙ୍ଗଳବାର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପିପିଇ କିଟ୍‌ ପିନ୍ଧି ଉକ୍ତ ହସ୍ପିଟାଲକୁ ଯାଇଥିଲେ। ସେ ଆକ୍ରାନ୍ତଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଛନ୍ତି। ସେ କହିଛନ୍ତି ଯେ ମେଡିକାଲ ଅକ୍ସିଜେନର ଉପଲବ୍ଧି ଓ ହସ୍ପିଟାଲକୁ ସପ୍ଲାଏ ମଧ୍ୟରେ ସୃଷ୍ଟି ହୋଇଥିବା ବ୍ୟବଧାନ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

କିନ୍ତୁ ସମସ୍ତେ ମନେ ରଖିବାକୁ ହେବ ଯେ ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ନାହିଁ। ସେ ଯେଉଁ ୱାର୍ଡକୁ ଯାଇଥିଲେ, ସେଠାରେ ଅକ୍ସିଜେନ ଉପଲବ୍ଧିରେ ସମସ୍ୟା ଥିବା ସ୍ୱୀକାର କରିବା ସହ ଏହାର ସମାଧାନ ଶୀଘ୍ର ହେବା ଉଚିତ ବୋଲି ସେ କହିଥିଲେ। ଏହା ସତ୍ତ୍ୱେ ୪ ଦିନରେ ୭୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Related story