ଫିଲ୍ମ ଷ୍ଟାଇଲ୍‌ରେ ୭୭ଟି ସୁନା ବିସ୍କୁଟ ଜବତ

ଲକ୍ଷ୍ନୌ: ପୂରା ବଲିଉଡ୍‌ ଫିଲ୍ମ ଷ୍ଟାଇଲ୍‌ରେ ସୁରକ୍ଷା ଅଧିକାରୀମାନେ ସାଉଦିରୁ ଭାରତକୁ ଚୋରାଚାଲାଣ ପାଇଁ ଆସିଥିବା ୭୭ଟି ସୁନା ବିସ୍କୁଟ ଜବତ କରିଛନ୍ତି। ଏହାର ଓଜନ ପ୍ରାୟ ୯ କେଜି ହେବ। ସାଉଦିରୁ ଲକ୍ଷ୍ନୌ ଆସିଥିବା ଦୁଇ ଜଣ ଯାତ୍ରୀଙ୍କ ଠାରୁ ସୁରକ୍ଷା ଅଧିକାରୀମାନେ ଏହି ସୁନା ବିସ୍କୁଟ ଜବତ କରିଛନ୍ତି। ତେବେ ସେମାନଙ୍କୁ ଧରିବା ପାଇଁ ଫିଲ୍ମ ଷ୍ଟାଇଲ୍‌ରେ ସୁରକ୍ଷା ଅଧିକାରୀମାନେ କାର୍‌ ଯୋଗେ ଏୟାରପୋର୍ଟରୁ ଦୀର୍ଘ ସମୟ ଧରି ସେମାନଙ୍କ ପିଛା କରିଥିଲେ। ଶେଷରେ […]

gold

Hemant Lenka
  • Published: Tuesday, 07 September 2021
  • , Updated: 07 September 2021, 08:15 PM IST

ଲକ୍ଷ୍ନୌ: ପୂରା ବଲିଉଡ୍‌ ଫିଲ୍ମ ଷ୍ଟାଇଲ୍‌ରେ ସୁରକ୍ଷା ଅଧିକାରୀମାନେ ସାଉଦିରୁ ଭାରତକୁ ଚୋରାଚାଲାଣ ପାଇଁ ଆସିଥିବା ୭୭ଟି ସୁନା ବିସ୍କୁଟ ଜବତ କରିଛନ୍ତି। ଏହାର ଓଜନ ପ୍ରାୟ ୯ କେଜି ହେବ। ସାଉଦିରୁ ଲକ୍ଷ୍ନୌ ଆସିଥିବା ଦୁଇ ଜଣ ଯାତ୍ରୀଙ୍କ ଠାରୁ ସୁରକ୍ଷା ଅଧିକାରୀମାନେ ଏହି ସୁନା ବିସ୍କୁଟ ଜବତ କରିଛନ୍ତି।

ତେବେ ସେମାନଙ୍କୁ ଧରିବା ପାଇଁ ଫିଲ୍ମ ଷ୍ଟାଇଲ୍‌ରେ ସୁରକ୍ଷା ଅଧିକାରୀମାନେ କାର୍‌ ଯୋଗେ ଏୟାରପୋର୍ଟରୁ ଦୀର୍ଘ ସମୟ ଧରି ସେମାନଙ୍କ ପିଛା କରିଥିଲେ। ଶେଷରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସରୁ ସୁନା ବିସ୍କୁଟ ଜବତ କରିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ନୌର ଡିରେକ୍ଟୋରେଟ୍ ରେଭିନ୍ୟୁ ଇଣ୍ଟିଲଜେନ୍ସ ପ୍ରଥମେ ସାଉଦିର ରାଜଧାନୀ ରିୟାଦରୁ ଆସୁଥିବା ଦୁଇ ଜଣ ଯାତ୍ରୀ ସୁନା ଚୋରାଚାଲାଣ କରିବେ ବୋଲି ଖବର ପାଇଥିଲା। ଗୁଇନ୍ଦା ବିଭାଗ କହିଥିଲା ଯେ ଦୁଇ ଯାତ୍ରୀ ନିଜ ସହ ଆଣିଥିବା ସୁନାକୁ ଲକ୍ଷ୍ନୌରେ ଥିବା ଚୌଧୁରୀ ଚରଣ ସିଂହ ଏୟାରପୋର୍ଟରେ କିଛି ଲୋକଙ୍କୁ ହସ୍ତାନ୍ତର କରିବେ।

ଏହାପରେ ଏହି ସୁନାଗୁଡ଼ିକ ଉତ୍ତର ପ୍ରଦେଶର ମୁଜାଫରନଗର ଅଭିମୁଖେ ଯିବ। ଖବର ପାଇ ଲକ୍ଷ୍ନୌ ଡିଆରଆଇ ଅଧିକାରମାନେ ଏୟାରପୋର୍ଟରେ ବସି ରହିଥିଲେ। ସନ୍ଦିଗ୍ଧମାନେ ବିମାନରୁ ଓହ୍ଲାଇବା କ୍ଷଣି ସେମାନଙ୍କ ପିଛା କରାଯାଇଥିଲା। ତେବେ ସନ୍ଦିଗ୍ଧ ଦୁଇ ବ୍ୟକ୍ତି କାର୍ ଯୋଗେ ଏୟାରପୋର୍ଟରୁ ଚାଲି ଯାଇଥିଲେ।

କିନ୍ତୁ ଅଧିକାରୀମାନେ ମଧ୍ୟ ସେମାନଙ୍କର ପିଛା କରିଥିଲେ। ଦୀର୍ଘ ସମୟ କାରରେ ପିଛା କରିବା ପରେ ସେମାନଙ୍କ ଗାଡ଼ିକୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ସୁରକ୍ଷା ଅଧିକାରୀମାନେ ଅଟକାଇବାରେ ସଫଳ ହୋଇଥିଲେ। କାର୍‌କୁ ଯାଞ୍ଚ କରିବା ବେଳେ ରିୟାଦର ଦୁଇ ଯାତ୍ରୀଙ୍କ ସହ ଆଉ ଦୁଇ ଜଣ କାର୍‌ ମଧ୍ୟରେ ଥିବା ଜଣାପଡ଼ିଥିଲା।

ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ୭୭ଟି ସୁନା ବିସ୍କୁଟ ମିଳିଥିଲା। ଏହି ସୁନା ବିସ୍କୁଟକୁ ରିୟାଦ ଫେରନ୍ତା ନିଜର ବେଲ୍ଟ ଓ ଅଣ୍ଡରଗାରମେଣ୍ଟରେ ହୋଇଥିବା ସ୍ୱତନ୍ତ୍ର ପକେଟରେ ଲୁଚାଇ ରଖିଥିଲେ। ଅଧିକାରୀମାନେ ଏହାକୁ ଜବତ କରି ଲକ୍ଷ୍ନୌରୁ ମୁଖ୍ୟ ହ୍ୟାଣ୍ଡଲରକୁ ମଧ୍ୟ ଗିରଫ କରିଛନ୍ତି।

Related story