ମହିଳାଙ୍କ ସହ ଡେଟିଂ ଲୋଭରେ ୧୭ ଲକ୍ଷ ହରାଇଲେ ବୃଦ୍ଧ, ରହିଛି ଓଡ଼ିଶା ଲିଙ୍କ୍‌

ପୁଣେ: ସାଇବର ଠକ୍‌ଙ୍କ ପାଲରେ ପଡ଼ି ଲକ୍ଷାଧିକ ଟଙ୍କା ହରାଇଛନ୍ତି ଜଣେ ବୃଦ୍ଧ। ମହିଳାଙ୍କ ସହ ଡେଟିଂରେ ଯିବାର ଲୋଭ ଦେଖାଇ ଜଣେ ୭୯ ବର୍ଷୀୟ ବୃଦ୍ଧଙ୍କ ଠାରୁ ୧୭.୧ ଲକ୍ଷ ଲୁଟ କରିଛନ୍ତି ସାଇବର ଠକ। ଠକାମୀର ଶିକାର ହୋଇଥିବା ବୃଦ୍ଧ ଜଣଙ୍କ ବ୍ୟାଙ୍କ ଚାବିରରୁ ଅବସର ନେବା ପରେ ପାଇଥିବା ଟଙ୍କାକୁ ଏପରି ବରବାଦ କରି ଦେଇଛନ୍ତି। ଗତବର୍ଷ ଡିସେମ୍ବରରୁ ଚଳିତ ବର୍ଷ ଜୁନ ମାସ ମଧ୍ୟରେ ସେ ଏତେ ପରିମାଣର ଟଙ୍କା ହରାଛନ୍ତି। […]

Dating-app

  • Published: Saturday, 12 November 2022
  • , Updated: 12 November 2022, 01:09 PM IST

ପୁଣେ: ସାଇବର ଠକ୍‌ଙ୍କ ପାଲରେ ପଡ଼ି ଲକ୍ଷାଧିକ ଟଙ୍କା ହରାଇଛନ୍ତି ଜଣେ ବୃଦ୍ଧ। ମହିଳାଙ୍କ ସହ ଡେଟିଂରେ ଯିବାର ଲୋଭ ଦେଖାଇ ଜଣେ ୭୯ ବର୍ଷୀୟ ବୃଦ୍ଧଙ୍କ ଠାରୁ ୧୭.୧ ଲକ୍ଷ ଲୁଟ କରିଛନ୍ତି ସାଇବର ଠକ। ଠକାମୀର ଶିକାର ହୋଇଥିବା ବୃଦ୍ଧ ଜଣଙ୍କ ବ୍ୟାଙ୍କ ଚାବିରରୁ ଅବସର ନେବା ପରେ ପାଇଥିବା ଟଙ୍କାକୁ ଏପରି ବରବାଦ କରି ଦେଇଛନ୍ତି।

ଗତବର୍ଷ ଡିସେମ୍ବରରୁ ଚଳିତ ବର୍ଷ ଜୁନ ମାସ ମଧ୍ୟରେ ସେ ଏତେ ପରିମାଣର ଟଙ୍କା ହରାଛନ୍ତି। ଏ ସମ୍ପର୍କରେ ବୃଦ୍ଧଙ୍କ ପୁଅ ପୁଣେ ସାଇବର ସେଲରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ବୃଦ୍ଧ ଜଣଙ୍କ ଡେଟିଂ ଲୋଭରେ ପଠାଇଥିବା କିଛି ଟଙ୍କା ଓଡ଼ିଶାରେ ଥିବା ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି।

ପ୍ରାଥମିକ ଯାଞ୍ଚ ପରେ ସାଇବର ପୁଲିସ ଘଟଣାକୁ ୱାରଜେ ମାଲୱାଡି ପୁଲିସ୍‌ ଷ୍ଟେସନକୁ ପଠାଇ ଦେଇଛି। ଗୁରୁବାର ଏ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଥିଲା। ୱାରେଜ ମାଲୱାଡି ପୁଲିସ୍‌ ଷ୍ଟେସନର ଇନସପେକ୍ଟର ଦତ୍ତରାମ ବାଗୱେ କହିଛନ୍ତି, ଗୋଟିଏ ସମବାୟ ବ୍ୟାଙ୍କରୁ ଅବସର ନେବା ପରେ ବୃଦ୍ଧ ଜଣଙ୍କ ତାଙ୍କ ପୁଅ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ରହୁଥିଲେ।

ଠକାମୀର ଶିକାର ହୋଇଥିବା ବୃଦ୍ଧ ଜଣଙ୍କ ଗୁରୁବାର କହିଛନ୍ତି ଯେ ଗତବର୍ଷ ଡିସେମ୍ବର ମାସରେ ଜଣେ ମହିଳା ଅଜଣା ନମ୍ବରରୁ କଲ କରିଥିଲେ। ଏହି ସମୟରେ ଡେଟିଂ ପାଇଁ ଆପଣ କୌଣସି ମହିଳା କିମ୍ବା ଯୁବତୀ ଚାହୁଁଛନ୍ତି କି ପ୍ରଶ୍ନ କରିଥିଲେ। ବୃଦ୍ଧ ଜଣଙ୍କ ଏଥିରେ ରାଜି ହେବା ପରେ ଫୋନ କରିଥିବା ମହିଳା ତାଙ୍କ କ୍ଲବର ସଦସ୍ୟ ହେବାକୁ କହିଥିଲେ।

କ୍ଲବର ସଦସ୍ୟ ହେବା ପରେ ୨୦ରୁ ୪୦ ବର୍ଷର ମହିଳାଙ୍କ ସହ ଡେଟରେ ଯିବାକୁ ସୁଯୋଗ ମିଳିବ। ସଦସ୍ୟ ହେବା ପାଇଁ ସେ ବୃଦ୍ଧଙ୍କୁ ୩ ହଜାର ଟଙ୍କା ମାଗିଥିଲେ। ସେ ମଧ୍ୟ ତୁରନ୍ତ ୟୁପିଆଇ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ। ସଦସ୍ୟତା ହାସଲ କରିବା ପରେ ମହିଳା ଜଣଙ୍କ ତାଙ୍କୁ କିଛି ଯୁବତୀ ଏବଂ ମହିଳାଙ୍କ ଫଟୋ ପଠାଇଥିଲେ।

ଫଟୋ ଦେଖି ବୃଦ୍ଧ ଜଣଙ୍କ କିଛି ମହିଳାଙ୍କୁ ଚୟନ କରିଥିଲେ। ଏହାର ଫାଇଦା ଉଠାଇ ଫୋନ କରିଥିବା ମହିଳା ତାଙ୍କୁ ପୁଣି ଟଙ୍କା ମାଗିଥିଲେ। ବୃଦ୍ଧ ବି ଆରଟିଜିଏସ୍‌ ଜରିଆରେ ଟଙ୍କା ପଠାଇଥିଲେ। ଏହି ଡେଟିଂ ଚକରରେ ପଡ଼ି ବୃଦ୍ଧ ଜଣଙ୍କ ଡିସେମ୍ବରରୁ ଚଳିତ ବର୍ଷ ଜୁନ ମାସ ଯାଏ ପର୍ଯ୍ୟାୟକ୍ରମେ ଟଙ୍କା ପଠାଇ ଚାଲିଥିଲେ।

ଅବସର ପରେ ସେ ୪ଟି ବ୍ୟାଙ୍କରେ ନିଜର ଟଙ୍କା ରଖିଥିଲେ। ହେଲେ ଡେଟିଂ ଲୋଭରେ ସେ ସବୁ କିଛି ଶେଷ କରି ଦେଇଥିଲେ। ଚଳିତ ବର୍ଷ ଜୁନ ମାସରେ ବୃଦ୍ଧ ଜଣଙ୍କ ପୁଣିଥରେ ଡେଟିଂ ବ୍ୟବସ୍ଥା କରିବାକୁ ମହିଳାଙ୍କୁ ଫୋନରେ କହିଥିଲେ। ଏହି ସମୟରେ ସେ ତାଙ୍କୁ ୬.୫ ଲକ୍ଷ ଟଙ୍କା ମାଗିଥିଲେ। ତେବେ ବୃଦ୍ଧ ଟଙ୍କା ଦେବାକୁ ମନା କରିବାରୁ ମହିଳା ଜଣଙ୍କ ତାଙ୍କ ସହ ଯୋଗାଯୋଗ ବନ୍ଦ କରିଦେଇଥିଲେ।

ଏଥିସହ ସେ ୭ ମାସରେ ୧୭.୧ ଲକ୍ଷ ଟଙ୍କା ଡେଟିଂରେ ଯିବା ଲୋଭରେ ଖର୍ଚ୍ଚ କରିଥିବା ଜାଣିବାକୁ ପାଇଥିଲେ। ଠକାମୀର ଶିକାର ହୋଇଥିବା ଅନୁଭବ କରିବା ପରେ ସେ ତାଙ୍କ ପୁଅଙ୍କୁ ସବୁ କଥା କହିଥିଲେ। ବାପାଙ୍କ ଠାରୁ ସବୁ ଶୁଣିବା ପରେ ସେ ପୁଅ ସାଇବର ପୁଲିସରେ ଅଭିଯୋଗ କରିଥିବା ଦତ୍ତାରାମ ବାଗୱେ କହିଛନ୍ତି।

ସାଇବର ସେଲର ଜଣେ ଅଧିକାରୀ କହିଛନ୍ତି, ତଦନ୍ତରୁ ଜଣାପଡ଼ିଛି ଯେ ବୃଦ୍ଧ ଜଣଙ୍କ କର୍ଣ୍ଣାଟକା, ବେଙ୍ଗଲ, ଓଡ଼ିଶା ଓ ରାଜସ୍ଥାନ ଭଳି ୫ ରାଜ୍ୟରେ ଥିବା ୧୩ଟି ବ୍ୟାଙ୍କ ଆକାଉଣ୍ଟକୁ ଏତେ ପରିମାଣର ଟଙ୍କା ପଠାଇଛନ୍ତି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଅଧିକାରୀ ଜଣଙ୍କ କହିଛନ୍ତି।

Related story