ପୁଣି ରେକର୍ଡ: ୮ ଜଣ ଏକାଥରେ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇବେ

ନୂଆଦିଲ୍ଲୀ: ନ୍ୟାୟପାଳିକା ଇତିହାସରେ ପୁଣିଥରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ବିଭିନ୍ନ ହାଇକୋର୍ଟରେ ଖାଲି ପଡ଼ିଥିବା ମୁଖ୍ୟ ବିଚାରପତି ପଦ ପୂରଣ କରିବା ପାଇଁ ସୁପ୍ରିମକୋର୍ଟଙ୍କ ୩ ଜଣିଆ କଲେଜିୟମ ଏକାଥରେ ୮ ଜଣଙ୍କୁ ପଦୋନ୍ନତି ଦେବାକୁ ସୁପାରିସ କରିଥିବା ଜଣାପଡ଼ିଛି। ଏହି ୮ ଜଣ ପଦୋନ୍ନତି ପାଇଁ ବିଭିନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଉକ୍ତ ପଦୋନ୍ନତି ପ୍ରସ୍ତାବକୁ ଖୁବଶୀଘ୍ର ଅନୁମୋଦନ […]

Judges

Hemant Lenka
  • Published: Friday, 17 September 2021
  • , Updated: 17 September 2021, 05:46 PM IST

ନୂଆଦିଲ୍ଲୀ: ନ୍ୟାୟପାଳିକା ଇତିହାସରେ ପୁଣିଥରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ବିଭିନ୍ନ ହାଇକୋର୍ଟରେ ଖାଲି ପଡ଼ିଥିବା ମୁଖ୍ୟ ବିଚାରପତି ପଦ ପୂରଣ କରିବା ପାଇଁ ସୁପ୍ରିମକୋର୍ଟଙ୍କ ୩ ଜଣିଆ କଲେଜିୟମ ଏକାଥରେ ୮ ଜଣଙ୍କୁ ପଦୋନ୍ନତି ଦେବାକୁ ସୁପାରିସ କରିଥିବା ଜଣାପଡ଼ିଛି।

ଏହି ୮ ଜଣ ପଦୋନ୍ନତି ପାଇଁ ବିଭିନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଉକ୍ତ ପଦୋନ୍ନତି ପ୍ରସ୍ତାବକୁ ଖୁବଶୀଘ୍ର ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ।

ସେପ୍ଟେମ୍ବର ୪ରେ ବିଭିନ୍ନ ନ୍ୟାୟପାଳିକାରେ ଖାଲି ପଡ଼ିଥିବା ବିଚାରପତିଙ୍କ ସଂଖ୍ୟା ପୂରଣ କରିବା ପ୍ରଥମ କର୍ତ୍ତବ୍ୟ ବୋଲି ଜଷ୍ଟିସ ରମନ୍ନା କହିଥିଲେ। ଏଥିସହ ସମସ୍ତଙ୍କ ପ୍ରୟାସ ଯୋଗୁ ସୁପ୍ରିମକୋର୍ଟରେ ଖାଲି ପଡ଼ିଥିବା ପଦ ସଂଖ୍ୟା ୧କୁ ହ୍ରାସ ପାଇଥିବା ମଧ୍ୟ ସେ କହିଥିଲେ।

ଏବେ ତାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ୮ ଜଣ ବିଚାରପତିଙ୍କୁ ପଦୋନ୍ନତି ଦେବାକୁ ନିଷ୍ପତ୍ତି ନେଇଛି। ଏହାବାଦ ୫ ମୁଖ୍ୟ ବିଚାରପତି ଓ ୨୮ ଜଣ ବିଚାରପତିଙ୍କୁ ବଦଳି କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୪ରେ କଲେଜିୟମ ଗୋଟିଏ ଥରରେ ୬୮ ଜଣଙ୍କୁ ୧୨ଟି ହାଇକୋର୍ଟକୁ ବିଚାରପତି ଭାବେ ପଦୋନ୍ନତି ଦେଇଥିଲା। ସେହିପରି ଅଗଷ୍ଟ ୧୭ରେ ସୁପ୍ରିମକୋର୍ଟକୁ ୯ ଜଣ ବିଚାରପତି ଏକାଥରେ ପଦୋନ୍ନତି ପାଇଥିଲେ।

କଲେଜିୟମର ସୁପାରିସ ଅନୁଯାୟୀ, କ୍ୟାଲକାଟା ହାଇକୋର୍ଟର ଆକଟିଂ ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ। ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ କ୍ୟାଲକାଟା ହାଇକୋର୍ଟର ମୁଖ୍ୟ ବିଚାରପତି, ଛତିଶଗଡ଼ ହାଇକୋର୍ଟ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି, ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଋତୁ ରାଜ ଅବସ୍ତୀ କର୍ଣ୍ଣାଟକା ହାଇକୋର୍ଟର ମୁଖ୍ୟ ବିଚାରପତି, କର୍ଣ୍ଣାଟକା ହାଇକୋର୍ଟର ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି, ମେଘାଳୟ ହାଇକୋର୍ଟର ବିଚାରପତି ଜଷ୍ଟିସ ରଣଜୀତ ଭି ମୋରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି, କର୍ଣ୍ଣାଟକା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି, କର୍ଣ୍ଣାଟକା ହାଇକୋର୍ଟର ବିଚାରପତି ଜଷ୍ଟିସ ଆରଭି ମାଲିମଥ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇବେ।

ଅନ୍ୟପକ୍ଷରେ ୫ ରାଜ୍ୟର ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଜ୍‌ମାନଙ୍କୁ ମଧ୍ୟ ଅନ୍ୟ ସ୍ଥାନକୁ ବଦଳି କରାଯିବ। ଏମାନଙ୍କ ମଧ୍ୟରେ ଓଡ଼ିଆ ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ରହିଛନ୍ତି। ଜଷ୍ଟିସ ମହାନ୍ତି ଏବେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ କଲେଜିୟମ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରିବାକୁ ନିଷ୍ପତ୍ତି ନେଇଛି।

Related story