ଭୟଙ୍କର ହିମସ୍ଖଳନ: ମିଳିଲା ୮ ଜଣଙ୍କ ମୃତଦେହ, ୩୮୪ ଉଦ୍ଧାର

ନୂଆଦିଲ୍ଲୀ: ଭାରତ-ଚାଇନା ସୀମାନ୍ତ ଉତ୍ତରାଖଣ୍ଡର ଚାମୋଲିରେ ଗ୍ଲାସିୟର ଫାଟିବା ପରେ ସୃଷ୍ଟି ହୋଇଥିବା ହିମସ୍ଖଳନରେ ଏଯାଏ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ବରଫ ଅତଡ଼ା ତଳୁ ଆଉ ୩୮୪ ଜଣଙ୍କୁ ଜୀବନ୍ତଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଶୁକ୍ରବାର ସନ୍ଧ୍ୟା ସମୟରେ ଗ୍ଲାସିୟର ଫାଟିବା ପରେ ଭୟଙ୍କର ହିମସ୍ଖଳନ ହୋଇଥିଲା। […]

Glacier-Brust

Hemant Lenka
  • Published: Saturday, 24 April 2021
  • , Updated: 24 April 2021, 03:49 PM IST

ନୂଆଦିଲ୍ଲୀ: ଭାରତ-ଚାଇନା ସୀମାନ୍ତ ଉତ୍ତରାଖଣ୍ଡର ଚାମୋଲିରେ ଗ୍ଲାସିୟର ଫାଟିବା ପରେ ସୃଷ୍ଟି ହୋଇଥିବା ହିମସ୍ଖଳନରେ ଏଯାଏ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ବରଫ ଅତଡ଼ା ତଳୁ ଆଉ ୩୮୪ ଜଣଙ୍କୁ ଜୀବନ୍ତଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଶୁକ୍ରବାର ସନ୍ଧ୍ୟା ସମୟରେ ଗ୍ଲାସିୟର ଫାଟିବା ପରେ ଭୟଙ୍କର ହିମସ୍ଖଳନ ହୋଇଥିଲା। ଫଳରେ ବର୍ଡର ରୋଡ ଅର୍ଗାନାଇଜେସନ(ବିଆରଓ) ଗୋଟିଏ କ୍ୟାମ୍ପ ଓ ଦୁଇଟି ଶ୍ରମିକ କ୍ୟାମ୍ପ ପ୍ରଭାବିତ ହୋଇଥିଲା। ସୀମାନ୍ତ ଅଞ୍ଚଳରେ କ୍ଷତିଗ୍ରସ୍ତ ରୋଡ ମରାମିତି କାମରେ ବିଆରଓ ଯବାନ ନିୟୋଜିତ ଥିଲେ।

ଘଟଣା ପରେ ତୁରନ୍ତ ଭାରତୀୟ ସ୍ଥଳସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରୁ ଆର୍ମି କ୍ୟାମ୍ପ ମାତ୍ର ୩ କିମି ଦୂରରେ ରହିଥିଲେ ହେଁ ଖରାପ ପାଗ ଯୋଗୁ ସେମାନେ ଆଗକୁ ବଢ଼ିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏବେ ବି ଆର୍ମି ଓ ଏସଡିଆରଏଫ ପକ୍ଷରୁ ହିମସ୍ଖଳନ ଘଟିଥିବା ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

ଭୂସ୍ଖଳନ ଯୋଗୁ ଅତିକମରେ ୫ଟି ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗତକାଲି ସନ୍ଧ୍ୟାରୁ ଯୋଶୀମଠର ବିଆରଟିଏଫ ଯବାନମାନେ ଭାପକୁଣ୍ଡରୁ ସୁମନା ଯାଏ ରାସ୍ତାକୁ ସଫା କରିବାରେ ଲାଗିଛନ୍ତି। ସଂପୂର୍ଣ୍ଣ ଯୋଗାଯୋଗ ପାଇଁ ଆହୁରି ୬ରୁ ୮ ଘଣ୍ଟା ସମୟ ଲାଗିବ ବୋଲି ଜଣାପଡ଼ିଛି।

ଶୁକ୍ରବାର ନୀତି ଉପତ୍ୟକାର ସୁମନା ଅଞ୍ଚଳରେ ଘଟିଥିବା ହିମସ୍ଖଳନ ବିପର୍ଯ୍ୟୟକୁ ମୁଖ୍ୟମନ୍ତ୍ରୀ ତୀର୍ଥ ସିଂହ ରାୱତ ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି। ସ୍ଥିତିକୁ ଯାଞ୍ଚ କରିବା ପରେ ସେ କହିଛନ୍ତି, ବିଆରଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି। ହେଲେ ଯୋଗାଯୋଗ ସଂପୂର୍ଣ୍ଣ ଚ୍ଛିନ୍ନ ହୋଇ ଯାଇଛି। ତୁଷାରପାତ ଯୋଗୁ ଅଧିକାଂଶ ରାସ୍ତା ବନ୍ଦ ହୋଇ ପଡ଼ିଛି। ତେବେ ଆଖପାଖ ଗାଁ ଓ ଗୁହାଳରେ କୌଣସି ପ୍ରକାରର କ୍ଷତି ଘଟିନାହିଁ ବୋଲି ସେ କହିଛନ୍ତି।

Related story