ବିଜେପିକୁ ସାହାଯ୍ୟ କଲା କଂଗ୍ରେସ୍ ! ଆପ୍‌ ହାତରୁ ଚାଲିଗଲା ମେୟର ପଦବୀ

ଚଣ୍ଡିଗଡ଼: ବିଜେପି ନେତା ତଥା କାଉନସିଲର ସରବଜିତ୍ କୌରଙ୍କୁ ଚଣ୍ଡିଗଡ଼ର ମେୟର ଭାବରେ ଘୋଷଣା କରାଯିବା ପରେ ଆମ୍ ଆଦମୀ ପାର୍ଟି (ଆପ୍‌) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସରବଜିତ୍ କୌର ଗୋଟିଏ ଭୋଟ୍‌ରେ ଆପ୍‌ର ଅଞ୍ଜୁ କାଟିଆଲଙ୍କୁ ପରାସ୍ତ କରିଛନ୍ତି। ଉଭୟେ ସରବଜିତ୍ ଏବଂ ଅଞ୍ଜୁ କାଟିଆଲ୍ ୨୮ଟି ଭୋଟରୁ ୧୪ ଟିଲେଖାଁଏ  ମିଳିଥିଲା।  କିନ୍ତୁ ଅଞ୍ଜୁ କାଟିଆଲଙ୍କ ସପକ୍ଷରେ ଗୋଟିଏ ଭୋଟ୍ ଅବୈଧ ଘୋଷଣା ପରେ ବିଜେପିର ସରବଜିତ୍ ବିଜେତା ଭାବେ ଘୋଷଣା କରାଯାଇଥିଲା। […]

aap

Tapas Behera
  • Published: Sunday, 09 January 2022
  • , Updated: 09 January 2022, 03:58 PM IST

ଚଣ୍ଡିଗଡ଼: ବିଜେପି ନେତା ତଥା କାଉନସିଲର ସରବଜିତ୍ କୌରଙ୍କୁ ଚଣ୍ଡିଗଡ଼ର ମେୟର ଭାବରେ ଘୋଷଣା କରାଯିବା ପରେ ଆମ୍ ଆଦମୀ ପାର୍ଟି (ଆପ୍‌) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସରବଜିତ୍ କୌର ଗୋଟିଏ ଭୋଟ୍‌ରେ ଆପ୍‌ର ଅଞ୍ଜୁ କାଟିଆଲଙ୍କୁ ପରାସ୍ତ କରିଛନ୍ତି। ଉଭୟେ ସରବଜିତ୍ ଏବଂ ଅଞ୍ଜୁ କାଟିଆଲ୍ ୨୮ଟି ଭୋଟରୁ ୧୪ ଟିଲେଖାଁଏ  ମିଳିଥିଲା।  କିନ୍ତୁ ଅଞ୍ଜୁ କାଟିଆଲଙ୍କ ସପକ୍ଷରେ ଗୋଟିଏ ଭୋଟ୍ ଅବୈଧ ଘୋଷଣା ପରେ ବିଜେପିର ସରବଜିତ୍ ବିଜେତା ଭାବେ ଘୋଷଣା କରାଯାଇଥିଲା।

ଶନିବାର ଏନେଇ ଆପ୍‌ ଟ୍ୱିଟ୍‌ କରି କହିଛି ଯେ,  ଏହା ହେଉଛି ଗଣତନ୍ତ୍ରର ଆଶ୍ଚର୍ଯ୍ୟଜନକ ମୃତ୍ୟୁ । ଜିଲ୍ଲାପାଳ ବେଆଇନ ଭାବେ ବିଜେପି କାଉନସିଲରଙ୍କୁ ମେୟର ଭାବେ  ନିର୍ବାଚିତ କରିଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ଉଦ୍ୟମ ବୋଲି ପଞ୍ଜାବର ଆପ୍‌ ବିଧାୟକ ଜର୍ଣ୍ଣେଲ ସିଂ କହିଛନ୍ତି । ସେ କହିଛନ୍ତି ଯେ, ବିଜେପିର ଆସନ କମ୍ ଥିଲା । ତେଣୁ କଂଗ୍ରେସ କାଉନସିଲରମାନେ ସିଧାସଳଖ ବିଜେପିରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହା ପରେ ମଧ୍ୟ ବିଜେପିର ଆବଶ୍ୟକ ଭୋଟ୍ ଅଭାବରୁ ଦଳ ଅମଲାତନ୍ତ୍ରର ସାହାଯ୍ୟ ନେଇଥିଲା। ସଠିକ୍ ଭୋଟକୁ ଭୁଲ ଉପସ୍ଥାପନ କରି ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ସେ କହିଛନ୍ତି ଯେ, ଆପକୁ ପରାସ୍ତ ପାଇଁ କେମିତି ବିଜେପି-କଂଗ୍ରେସ ସାଲିସ କରିଛନ୍ତି ତାହା ଏହି ଫଳାଫଳରୁ ପ୍ରମାଣିତ ହେଉଛି ।

ଗତ ସପ୍ତାହରେ ଘୋଷିତ ହୋଇଥିବା ଚଣ୍ଡିଗଡ଼ ପୌର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ଏଥିରେ  ୩୫ଟି ୱାର୍ଡ଼ରୁ  ଆପ୍‌ ୧୪ଟି ଜିତିଥିଲା। ​​ ବିଜେପି ୧୨, କଂଗ୍ରେସ ୮ ଏବଂ ଅକାଳୀ ଦଳ ଗୋଟିଏ ଆସନ ଜିତିଥିଲା। ମେୟର ନିର୍ବାଚନରେ ସ୍ଥାନୀୟ ସାଂସଦଙ୍କର ମଧ୍ୟ ଭୋଟ୍ ଦେବାର ଅଧିକାର ରହିଛି। ତେଣୁ  ମୋଟ ୩୬ଟି ଭୋଟ୍ ମଧ୍ୟରୁ ୨୮ ଜଣ  ଭୋଟ୍ ଦେଇଥିଲେ । କାରଣ କଂଗ୍ରେସରୁ ସାତଜଣ ଏବଂ ଅକାଳୀର ଜଣେ କାଉନସିଲର ନିର୍ବାଚନରୁ ଓହରି ଯାଇଥିଲେ। ଖାଲି ସେତିକି ନୁହଁ  କଂଗ୍ରେସ କାଉନସିଲର ହରପ୍ରୀତ କୌର ବାବଲା ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। କାରଣ ତାଙ୍କ ସ୍ୱାମୀ ଗତ ଜାନୁଆରୀ ୨ରେ ବିଜେପିରେ ମିଶିଥିଲେ।

ଏଥିସହ ସ୍ଥାନୀୟ ବିଜେପି ସାଂସଦ କିରନ୍ ଖେର ଏବଂ କଂଗ୍ରେସ କାଉନସିଲର ଭୋଟ୍ ସମେତ ବିଜେପି ମୋଟ ୧୪ଟି ଭୋଟ୍ ପାଇଥିଲା।  ଆପ୍‌ ମଧ୍ୟ ସମାନ ୧୪ଟି ଭୋଟ୍ ପାଇଥିଲା। କିନ୍ତୁ ପରେ ଗୋଟିଏ ଭୋଟ୍ ବାତିଲ୍ ହୋଇଥିଲା। ଫଳରେ ବିଜେପି ମେୟର ପଦବୀ ବାଜି ମାରିନେଇଛି।  ସେହିପରି  ଡେପୁଟି ମେୟର ଏବଂ ସିନିୟର ଡେପୁଟି ମେୟର ଆସନ ଜିତିବାରେ ବିଜେପି ମଧ୍ୟ ସଫଳ ହୋଇଛି। ଏହି ଦୁଇଟି ପଦବୀ ପାଇଁ ନିର୍ବାଚନରେ ​​କଂଗ୍ରେସ ଏବଂ ଅକାଳୀ ଦଳ ଅଂଶଗ୍ରହଣ କରିନଥିଲେ।

Related story