ଦିଲ୍ଲୀ ମହାନଗର ନିଗମ ନିର୍ବାଚନ: ବିଜେପିକୁ ପଛରେ ପକାଇଲା ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମରେ(ଏମସିଡି) କିଏ ବାଜି ମାରିବ ? ୩ଟି ପାଳି ଧରି ଏମସିଡିକୁ ନିଜ ଅକ୍ତିଆରରେ ରଖିଥିବା ବିଜେପି ପାଇଁ ଚଳିତ ନିର୍ବାଚନ କାଣ୍ଟେକି ଟକ୍କର ହୋଇଛି।  ବିଜେପି ପାଇଁ ମୁଖ୍ୟ  ଚାଲେଞ୍ଜ ହୋଇଛି ଆମ ଆଦମୀ ପାର୍ଟି(ଆପ୍‌)। ଆଜି ଏମସିଡି ନିର୍ବାଚନର ଫଳାଫଳ ଆସିବାକୁ ଥିବା ବେଳେ ଭୋଟ୍‌ ଗଣତି ଚାଲିଛି। ଆଜି ସକାଳଠାରୁ ଚାଲିଥିବା ଟ୍ରେଣ୍ଟିଂରେ ଘଡ଼ିକେ ଘୋଡ଼ା ଛୁଟୁଛି। ପ୍ରଥମେ ଆପ୍‌ ଟ୍ରେଣ୍ଡିରେ ଆଗୁଆ ଥିବା ବେଳେ ପରେ ବିଜେପି […]

app

  • Published: Wednesday, 07 December 2022
  • , Updated: 07 December 2022, 10:58 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମରେ(ଏମସିଡି) କିଏ ବାଜି ମାରିବ ? ୩ଟି ପାଳି ଧରି ଏମସିଡିକୁ ନିଜ ଅକ୍ତିଆରରେ ରଖିଥିବା ବିଜେପି ପାଇଁ ଚଳିତ ନିର୍ବାଚନ କାଣ୍ଟେକି ଟକ୍କର ହୋଇଛି।  ବିଜେପି ପାଇଁ ମୁଖ୍ୟ  ଚାଲେଞ୍ଜ ହୋଇଛି ଆମ ଆଦମୀ ପାର୍ଟି(ଆପ୍‌)। ଆଜି ଏମସିଡି ନିର୍ବାଚନର ଫଳାଫଳ ଆସିବାକୁ ଥିବା ବେଳେ ଭୋଟ୍‌ ଗଣତି ଚାଲିଛି। ଆଜି ସକାଳଠାରୁ ଚାଲିଥିବା ଟ୍ରେଣ୍ଟିଂରେ ଘଡ଼ିକେ ଘୋଡ଼ା ଛୁଟୁଛି। ପ୍ରଥମେ ଆପ୍‌ ଟ୍ରେଣ୍ଡିରେ ଆଗୁଆ ଥିବା ବେଳେ ପରେ ବିଜେପି ଅତିକ୍ରମ କରିଥିଲା । ସମ୍ପ୍ରତି ଟ୍ରେଣ୍ଡିଂ ଅନୁଯାୟୀ ବିଜେପିକୁ ପଛରେ ପକାଇ ଦେଇଛି ଆପ୍‌। ଏହି ଟ୍ରେଣ୍ଡି ଅନୁଯାୟୀ, ଆପ୍‌ ୧୨୮ଟିରେ ଆଗୁଆ ଥିବା ବେଳେ , ବିଜେପି ୧୦୬ ଏବଂ କଂଗ୍ରେସ ୧୧ଟିରେ ଆଗୁଆ ରହିଛି। ଅନ୍ୟାନ୍ୟ ୫ଟିରେ ଆଗୁଆ ଅଛନ୍ତି।

ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନର ୨୫୦ଟି ୱାର୍ଡ ପାଇଁ ଭୋଟ ଗଣତି ଚାଲିଛି । ଏଥିପାଇଁ ୪୨ଟି ଭୋଟଗଣତି କେନ୍ଦ୍ର କରାଯାଇଛି। ଦିଲ୍ଲୀରେ ଆପ୍ ସରକାର ଥିବା ବେଳେ ପୂର୍ବରୁ ମ୍ୟୁନିସାପାଲ କର୍ପୋରେସନ ବିଜେପି ଦଖଲରେ ଥିଲା। ତେଣୁ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ ମଧ୍ୟରେ ବିବାଦ ଲାଗି ରହୁଥିଲା।

ତେବେ ଚଳିତ ଏମସଡି ନିର୍ବାଚନରେ ଆପ୍ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନକୁ ଦଖଲ କରିବା ପାଇଁ ସବୁ ଦମ ଲଗାଇଛି। ଏମସିଡି ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ୧୩୪୯ଜଣ  ଭାଗ୍ୟ ନିର୍ଦ୍ଧାରଣ ହେବ । ଭୋଟ୍ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗତ ୪ ତାରିଖରେରେ ଦିଲ୍ଲୀ ମହାନଗର ନିଗମର ୨୫୦ ୱାର୍ଡ ପାଇଁ ନିର୍ବାଚନ ହୋଇଥିଲା ।

Related story