ଆପ୍‌: ଗୁଜରାଟରେ ୬ ଆଗୁଆ, ହିମାଚଳରେ ଶୂନ

ନୂଆଦିଲ୍ଲୀ: ଚଳିତ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ବିଜେପି, କଂଗ୍ରେସକୁ ଛାଡ଼ି ପୂରା ଦମ୍‌ରେ ଲଢ଼ିଥିଲା ଆମ ଆଦମୀ ପାର୍ଟି(ଆପ)। ଶୋଭାଯାତ୍ରା, ପ୍ରଚାର ଓ ପ୍ରତିଶ୍ରୁତି କୌଣସିରେ କମ୍‌ ନଥିଲା ଆପ୍‌। ଖୋଦ୍‌ ଆପର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଚାରର ମଙ୍ଗ ଧରିଥିଲେ।  ଦିଲ୍ଲୀ ପରେ ପଞ୍ଜାବରେ କ୍ଷମତାକୁ ଆସିଥିବା ଆମ ଆଦମୀ ପାର୍ଟିର ଆତ୍ମବିଶ୍ୱାସ ବଢ଼ିଥିଲା। ତେଣୁ ଗୋଟିଏ ପରେ ଗୋଟିଏ ରାଜ୍ୟରେ କ୍ଷମତା ବିସ୍ତାର ଆଶାରେ ବାହାରିଥିବା […]

arvind-kejriwal

arvind-kejriwal

Tapas Behera
  • Published: Thursday, 08 December 2022
  • Updated: 08 December 2022, 11:20 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ବିଜେପି, କଂଗ୍ରେସକୁ ଛାଡ଼ି ପୂରା ଦମ୍‌ରେ ଲଢ଼ିଥିଲା ଆମ ଆଦମୀ ପାର୍ଟି(ଆପ)। ଶୋଭାଯାତ୍ରା, ପ୍ରଚାର ଓ ପ୍ରତିଶ୍ରୁତି କୌଣସିରେ କମ୍‌ ନଥିଲା ଆପ୍‌। ଖୋଦ୍‌ ଆପର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଚାରର ମଙ୍ଗ ଧରିଥିଲେ।  ଦିଲ୍ଲୀ ପରେ ପଞ୍ଜାବରେ କ୍ଷମତାକୁ ଆସିଥିବା ଆମ ଆଦମୀ ପାର୍ଟିର ଆତ୍ମବିଶ୍ୱାସ ବଢ଼ିଥିଲା। ତେଣୁ ଗୋଟିଏ ପରେ ଗୋଟିଏ ରାଜ୍ୟରେ କ୍ଷମତା ବିସ୍ତାର ଆଶାରେ ବାହାରିଥିବା ଆପ୍‌ ଦିଲ୍ଲୀ ମଡେଲକୁ ଅସ୍ତ୍ର କରି ନିର୍ବାଚନ ମୈଦାଦନକୁ ଓହ୍ଲେଇ ଥିଲା। ଇତିମଧ୍ୟରେ ଦୁର୍ନୀତି ଅଭିଯୋଗରେ ଆପ୍‌ର ଗୋଟିଏ ପରେ ଗୋଟିଏ ନେତା ଛନ୍ଦି ହୋଇଥିଲେ ମଧ୍ୟ ଦଳ ହତୋତ୍ସାହିତ ହୋଇ ପଡ଼ିନଥିଲା।

ନିଜେ କେଜ୍ରିୱାଲ ଉଭୟ ହିମାଚଳ ପ୍ରଦେଶ ଓ ଗୁଜରାଟକୁ ଘନ ଘନ ଗସ୍ତ କରି ବିରୋଧୀ କଂଗ୍ରେସ ଓ ବିଜେପି ଜନବିରୋଧୀ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇବା ସହ ବହୁ ପ୍ରତିଶ୍ରୁତି ଦେଇଥିଲେ। ସେଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍କିମ ହେଉଛି ମାଗଣା ବିଜୁଳି ବିତରଣ। ଉଭୟ ହିମାଚଳ ପ୍ରଦେଶ ଓ ଗୁଜରାଟରେ କ୍ଷମତାକୁ ଆସିବାକୁ ଲକ୍ଷ ରଖିଥିବା ଆପ୍‌ ଗୁଜରାଟରେ ପ୍ରଥମଥର ପାଇଁ  ଖାତା ଖୋଲିଛି। ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡିଂ ଅନୁଯାୟୀ ଆପ୍‌ ଗୁଜରାଟରେ ୬ଟି ସିଟ୍‌ରେ ଆଗୁଆ ଥିବା ବେଳେ ହିମାଚଳ ପ୍ରଦେଶରେ ଖାତା ଖୋଲିପାରିନି।

ଗୁଜରାଟରେ ୧୮୨ ଆସନରୁ ବିଜେପି ୧୫୭ଟିରେ ଆଗୁଆ ରହିଥିବା ବେଳେ ହିମାଚଳ ପ୍ରଦେଶରେ ବିଜେପି ୩୩ଟିରେ ଆଗୁଆ ରହିଛି। ପାହାଡ଼ି ରାଜ୍ୟ ହିମାଚଳରେ କଂଗ୍ରେସ ବିଜେପିକୁ ଟକ୍କର ଦେଉଛି। ଏଠାରେ ମୋଟ ୬୮ ଆସନରୁ  ବିଜେପି ୩୩ଟିରେ ଆଗୁଆ ଥିବା ବେଳେ କଂଗ୍ରେସ ୩୨ଟିରେ ଆଗୁଆ ରହିଛି। କିନ୍ତୁ ଗୁଜରାଟରେ କଂଗ୍ରେସର ଅଭିଯାନ ନିରାଶଜନକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos