କରୋନାରେ ଆଖି ବୁଜିଲେଣି ହଜାରେରୁ ଅଧିକ ଡାକ୍ତର

ନୂଆଦିଲ୍ଲୀ: କରୋନାରୁ ଉଦ୍ଧାର ପାଇଁ ଏବେ ସମସ୍ତଙ୍କ ଭରସା ମଣିଷରୂପି ‘ଭଗବାନ’। ହେଲେ ଏହି ‘ଭଗବାନ’ ମଧ୍ୟ କରୋନା କୋପର ଶିକାର ହୋଇ ଆଖି ବୁଜୁଛନ୍ତି। ଦେଶରେ ଏବେ କରୋନା ସଂକ୍ରମିତ ହୋଇ ଅନେକ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଏହାରି ଭିତରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଦ୍ୱିତୀୟ ଥର ପାଇଁ ଡାକ୍ତରଙ୍କ ମୃତ୍ୟୁ ବାବଦରେ ଏକ ରିପୋର୍ଟ ଜାରି କରିଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ସୂଚନା ଦେଇଛି ଯେ ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବ ବିହାର […]

doctor

doctor

Subhransu Sekhar
  • Published: Thursday, 20 May 2021
  • Updated: 20 May 2021, 07:57 PM IST

Sports

Latest News

ନୂଆଦିଲ୍ଲୀ: କରୋନାରୁ ଉଦ୍ଧାର ପାଇଁ ଏବେ ସମସ୍ତଙ୍କ ଭରସା ମଣିଷରୂପି ‘ଭଗବାନ’। ହେଲେ ଏହି 'ଭଗବାନ' ମଧ୍ୟ କରୋନା କୋପର ଶିକାର ହୋଇ ଆଖି ବୁଜୁଛନ୍ତି। ଦେଶରେ ଏବେ କରୋନା ସଂକ୍ରମିତ ହୋଇ ଅନେକ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଏହାରି ଭିତରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଦ୍ୱିତୀୟ ଥର ପାଇଁ ଡାକ୍ତରଙ୍କ ମୃତ୍ୟୁ ବାବଦରେ ଏକ ରିପୋର୍ଟ ଜାରି କରିଛି।

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ସୂଚନା ଦେଇଛି ଯେ ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବ ବିହାର ରାଜ୍ୟରେ ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ୩୨୯ ଡାକ୍ତର ଦ୍ୱିତୀୟ ଲହରରେ ସାରା ଦେଶରେ ଆଖି ବୁଜିଥିବା ବେଳେ ବିହାରରୁ କେବେଳ ୮୦ ଜଣ ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀରେ ୭୩ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଏଥିସହ ୟୁପିରେ କରୋନା ଯୋଗୁଁ ଅତି କମରେ ୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି।

ସମାନ ପ୍ରସଙ୍ଗରେ ଏହା ପୂର୍ବରୁ ମେ ୧୮ରେ ଆଇଏମଏ ଏକ ରିପୋର୍ଟ ଦେଇଥିଲା। ସେଥିରେ ଗତ ଦୁଇ ମାସ ମଧ୍ୟରେ କରୋନାରେ ୨୬୯ ଡାକ୍ତର ପ୍ରାଣ ହରାଇଛନ୍ତି ବୋଲି ଉଲ୍ଲେଖ ରହିଥିଲା। ଏବେ ଏହା କ୍ରମଶଃ ବୃଦ୍ଧି ହୋଇ ୩୨୯ରେ ପହଞ୍ଚିଛି।

କରୋନାର ପ୍ରଥମ ଲହରରେ ଦେଶର ୭୪୮ ଡାକ୍ତର ପ୍ରାଣ ହରାଇଥିଲେ। ଏମାନଙ୍କୁ ମେ ୨୦ ପର୍ଯ୍ୟନ୍ତ ତଥ୍ୟକୁ ମିଶାଇଲେ ହଜାରେରୁ ଅଧିକ ଡାକ୍ତରଙ୍କର ମୃତ୍ୟୁ ଘଟିଛି। ତେବେ ଏହି ସଂଖ୍ୟା ୩.୫ ଲକ୍ଷ ସଦସ୍ୟଙ୍କ ଉପରେ ଆଧାରିତ। ଯଦି ସର୍ବମୋଟ୍ ତଥ୍ୟ ନିଆଯିବ ତାହେଲେ ଏହି ସଂଖ୍ୟା ଅଧିକ ରହିବ ବୋଲି କୁହାଯାଉଛି। ଦେଶରେ ୧୨ ଲକ୍ଷରୁ ଅଧିକ ଡାକ୍ତର ଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos