ନୂଆଦିଲ୍ଲୀ: ଜେଏନୟୁ ଗଣ୍ଡଗୋଳ ଘଟଣା ପରେ ନିଜ ବିରୋଧୀ ଗୋଷ୍ଠୀଙ୍କୁ ‘ଟୁକଡ଼େ ଟୁକଡ଼େ’ ଗ୍ୟାଙ୍ଗ କହିଆସୁଥିବା ବିଜେପି ଏବଂ ଏବିଭିପି ଏବେ ପୁଣି ଚର୍ଚ୍ଚାରେ। ଏବେ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ ବିରୋଧରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ୍ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଅଖିଳ ଭାରତ ବିଦ୍ୟା ପରିଷଦ (ଏବିଭିପି) ଏହି ଗ୍ୟାଙ୍ଗକୁ ଦେଶ ବାହାରକୁ ଘଉଡାଇବାରେ ସକ୍ଷମ। ଉତ୍ତରପ୍ରଦେଶର ଦେଓରିଆରେ ଏକ ଏବିଭିପି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ତାଙ୍କ ଦଳ ଏବିଭିପି ପରିବାର ସହ ଦୃଢ଼ତାର ସହ ଠିଆ ହୋଇଛି। ବ୍ରଜେଶ ପାଠକ କହିଛନ୍ତି ଯେ, ଆମେ ଭାରତକୁ 'ଟୁକଡେ-ଟୁକେ ଗ୍ୟାଙ୍ଗ'ରୁ ମୁକ୍ତ କରିପାରିବା । କିମ୍ବା ସେମାନଙ୍କୁ ଜେଲ ଭିତରେ ଭରି ପାରିପାରିବ। ଡେପୁଟି ସିଏମ୍ କହିଛନ୍ତି ଯେ, ଭାରତର ଯୁବକମାନେ ଦେଶ ସେବା ପାଇଁ ଉତ୍ସର୍ଗୀକୃତ। ଦେଶର ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ରର ସେବା ଏବଂ ସମସ୍ତେ ପରସ୍ପର ମଧ୍ୟରେ ସମାନ ଦାୟିତ୍ୱ ବାଣ୍ଟିବାକୁ ସ୍ୱପ୍ନ ଦେଖନ୍ତି ବୋଲି ସେ କହିଛନ୍ତି।
କେବଳ ଛାତ୍ରମାନଙ୍କ ପାଇଁ ନୁହେଁ, ଭାରତର କଲ୍ୟାଣ ପାଇଁ ଏବିଭିପି ଅନେକ କାର୍ଯ୍ୟ କରିଛି। ସେ କହିଛନ୍ତି ମୁଁ ନିଜେ ଜଣେ ଛାତ୍ର ନେତା ଥିଲି। ତେଣୁ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଉପରେ କାର୍ଯ୍ୟ କରିବା ଆମର ପ୍ରାଥମିକତା ହେବା ଉଚିତ ବୋଲି ମୁଁ ବୁଝିପାରୁଛି।
ଶନିବାର କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଉପରେ ବର୍ଷିଛନ୍ତି। ରବିଶଙ୍କର ପ୍ରସାଦ କହିଥିଲେ ଯେ, ରହୁଲ ଗାନ୍ଧି ଟୁକଡ଼େ-ଟୁକଡ଼େ ଗ୍ୟାଙ୍ଗ' ସଦସ୍ୟ ସହ ବୁଲୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।