ଟିକାକୁ ନେଇ ୟୁରୋପ ୟୁନିୟନକୁ ଏମିତି ଧମକ ଦେଲା ଭାରତ

ନୂଆଦିଲ୍ଲୀ: ନିଜର ଟିକାକରଣ ପାସପୋର୍ଟରେ ୟୁରୋପ ୟୁନିୟନ ଭାରତୀୟ ଟିକାକୁ ସାମିଲ କରୁ ନଥିବାରୁ ଏହାକୁ ନେଇ ନୂଆଦିଲ୍ଲୀ ଖପ୍ପା ହୋଇଛି। ଏବେ ୟୁରୋପୀୟ ୟୁନିୟନର ଦେଶଗୁଡ଼ିକୁ ଉଚିତ ଶିକ୍ଷା ଦେବାକୁ ଭାରତ ଯୋଜନା ପ୍ରସ୍ତୁତ କରିଛି। ଯଦି ୟୁରୋପ ୟୁନିୟନ ଭାରତୀୟ ଟିକାକୁ ନିଜର ପାସପୋର୍ଟ ପଲିସିରେ ସାମିଲ ନକରିବ, ତା’ହେଲେ ନୂଆଦିଲ୍ଲୀ ଆସୁଥିବା ୟୁରୋପୀୟ ଦେଶର ନାଗରିକଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି। ଏହାର ଅର୍ଥ ୟୁରୋପ ୟୁନିୟନ […]

EU

Hemant Lenka
  • Published: Wednesday, 30 June 2021
  • , Updated: 30 June 2021, 10:10 PM IST

ନୂଆଦିଲ୍ଲୀ: ନିଜର ଟିକାକରଣ ପାସପୋର୍ଟରେ ୟୁରୋପ ୟୁନିୟନ ଭାରତୀୟ ଟିକାକୁ ସାମିଲ କରୁ ନଥିବାରୁ ଏହାକୁ ନେଇ ନୂଆଦିଲ୍ଲୀ ଖପ୍ପା ହୋଇଛି। ଏବେ ୟୁରୋପୀୟ ୟୁନିୟନର ଦେଶଗୁଡ଼ିକୁ ଉଚିତ ଶିକ୍ଷା ଦେବାକୁ ଭାରତ ଯୋଜନା ପ୍ରସ୍ତୁତ କରିଛି।

ଯଦି ୟୁରୋପ ୟୁନିୟନ ଭାରତୀୟ ଟିକାକୁ ନିଜର ପାସପୋର୍ଟ ପଲିସିରେ ସାମିଲ ନକରିବ, ତା’ହେଲେ ନୂଆଦିଲ୍ଲୀ ଆସୁଥିବା ୟୁରୋପୀୟ ଦେଶର ନାଗରିକଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି।

ଏହାର ଅର୍ଥ ୟୁରୋପ ୟୁନିୟନ ଯେଉଁ ପର୍ଯ୍ୟନ୍ତ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ପ୍ରମାଣପତ୍ରକୁ ଗ୍ରହଣ କରିବ ନାହିଁ, ସେ ଯାଏ ସେଠାକାର ଲୋକଙ୍କ ଟିକାକରଣ ପ୍ରମାଣପତ୍ର ଭାରତରେ ଗ୍ରହଣୀୟ ହେବ ନାହିଁ। ୟୁରୋପ ୟୁନିୟନରୁ ଭାରତ ଆସୁଥିବା ଲୋକଙ୍କୁ ଟିକା ନେଇଥିଲେ ମଧ୍ୟ ନୂଆଦିଲ୍ଲୀରେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

ପୂର୍ବରୁ ଟିକା ନେଇଥିବା ଲୋକଙ୍କ ପାଇଁ ଏହି ନିୟମ କୋହଳ କରାଯାଇଥିଲା। ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ୟୁରୋପ ୟୁନିୟନକୁ ଏ ସମ୍ପର୍କରେ ଅବଗତ ମଧ୍ୟ କରିଦିଆଯାଇଛି। ୟୁରୋପ ୟୁନିୟନ ତୁରନ୍ତ ନିଜର ଡିଜିଟାଲ କୋଭିଡ ପ୍ରମାଣପତ୍ରରେ କୋଭିସିଲ୍ଡ ଓ କୋଭାକ୍ସିନକୁ ନୋଟିଏଫାଏଡ କରିବାକୁ ଭାରତ ସରକାର କହିଛନ୍ତି।

ସୂଚନା ଅନୁସାରେ, ୟୁରୋପୀୟ ମେଡିସିନ ଏଜେନ୍ସି କେବଳ ମଡର୍ଣ୍ଣା, ଫାଇଜର, ଆଷ୍ଟ୍ରାଜେନେକାର ବ୍ରିଟେନ ଭର୍ସନ ଓ ଜନସନ ଆଣ୍ଡ ଜନସନ ଟିକାକୁ ଅନୁମୋଦନ ଦେଇଛି। ଆଷ୍ଟ୍ରାଜେନାକା ପ୍ରସ୍ତୁତ କରିଥିବା ଭାରତୀୟ ଭର୍ସନ କୋଭିସିଲ୍ଡକୁ ୟୁରୋପୀୟ ମେଡିସନ ଏଜେନ୍ସି ଏଯାଏ ଅନୁମୋଦନ କରି ନାହିଁ।

ୟୁରୋପ ୟୁନିୟନ ଏହି ଏଜେନ୍ସି ଦ୍ୱାରା ଅନୁମୋଦନ ପ୍ରାପ୍ତ ଟିକା ନେଇଥିବା ଲୋକଙ୍କୁ ପାସପୋର୍ଟ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି।  ତେଣୁ ଭାରତରେ କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କୁ ୟୁରୋପ ୟୁନିୟନ ଅଧୀନରେ ଆସୁଥିବା ଦେଶଗୁଡ଼ିକୁ ଯିବା ପାଇଁ ଆବଶ୍ୟକ ଗ୍ରୀନ ପାସପୋର୍ଟ ମିଳିବାରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏପରି ଚେତାବନୀ ଦେଇଛନ୍ତି।

Related story