ବୁଥକୁ ଯିବା ପୂର୍ବରୁ ସୋନୁ ସୁଦ ଅଟକ, କାର୍‌ ଜବତ

ଚଣ୍ଡିଗଡ: ବଲିଉଡ ଅଭିନେତା ସୋନୁ ସୁଦ ଅଟକ। ପୋଲିଂ ବୁଥକୁ ଯିବା ପୂର୍ବରୁ ତାଙ୍କୁ ଅଟକ ରଖାଯାଇଛି। ଆଜି ପଞ୍ଜାବ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ସୋନୁ ଭିନ୍ନ ଭିନ୍ନ ମତଦାନ କେନ୍ଦ୍ରକୁ ଯାଇ ଲୋକଙ୍କୁ ଭେଟୁଥିଲେ। ତେବେ ମୋଗାର ମତଦନା କେନ୍ଦ୍ରକୁ ଯିବା ପୂର୍ବରୁ ହିଁ ତାଙ୍କୁ ଅଟକ ରଖାଯାଇଛି। ଅକାଳି ଦଳର ଅଭିଯୋଗ ପରେ ତାଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଅଟକ ରଖାଯାଇଛି। ସୋନୁ ସୁଦଙ୍କ ବିରୋଧରେ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗ ରହିଛି। […]

Sonu sood

Madhupriya Mistry
  • Published: Sunday, 20 February 2022
  • , Updated: 20 February 2022, 03:00 PM IST

ଚଣ୍ଡିଗଡ: ବଲିଉଡ ଅଭିନେତା ସୋନୁ ସୁଦ ଅଟକ। ପୋଲିଂ ବୁଥକୁ ଯିବା ପୂର୍ବରୁ ତାଙ୍କୁ ଅଟକ ରଖାଯାଇଛି। ଆଜି ପଞ୍ଜାବ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ସୋନୁ ଭିନ୍ନ ଭିନ୍ନ ମତଦାନ କେନ୍ଦ୍ରକୁ ଯାଇ ଲୋକଙ୍କୁ ଭେଟୁଥିଲେ। ତେବେ ମୋଗାର ମତଦନା କେନ୍ଦ୍ରକୁ ଯିବା ପୂର୍ବରୁ ହିଁ ତାଙ୍କୁ ଅଟକ ରଖାଯାଇଛି। ଅକାଳି ଦଳର ଅଭିଯୋଗ ପରେ ତାଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଅଟକ ରଖାଯାଇଛି।

ସୋନୁ ସୁଦଙ୍କ ବିରୋଧରେ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗ ରହିଛି। ନିର୍ବାଚନ ଆୟୋଗ ତାଙ୍କ କାର୍‌କୁ ମଧ୍ୟ ଜବତ କରିବା ସହ ଅନ୍ୟ ଏକ ଗାଡିରେ ତାଙ୍କୁ ଘରକୁ ପଠାଇ ଦେଇଛନ୍ତି। ସୋନୁଙ୍କୁ ଏବେ ଘରେ ହିଁ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକାଳି ଦଳର ପୋଲିଂ ଏଜେଣ୍ଟ ଦିଦାର ସିଂହ ନିର୍ବାଚନ କମିଶନଙ୍କ ନିକଟରେ ସୋନୁଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାପରେ ନିର୍ବାଚନ ଆୟୋଗଙ୍କ ଟିମ୍‌ ସୋନୁ ସୁଦଙ୍କ ପିଛା  କରିଥିଲେ। ଅଭିଯୋଗ ସତ ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସେପଟେ ସୋନୁ ସୁଦ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏ ସମସ୍ତ ଅଭିଯୋଗ ପୂରା ଭୁଲ୍‌ ବୋଲି କହିଛନ୍ତି ସୋନୁ। ସେ କୌଣସି ବି ପ୍ରକାରରେ ଭୋଟର୍‌ଙ୍କୁ ପ୍ରଭାବିତ କରିନାହାନ୍ତି। ତାଙ୍କ କହିବା ମୁତାବକ, ସେ କେବଳ ସମର୍ଥକଙ୍କ ଠାରୁ ରିପୋର୍ଟ ନେଉଥିଲେ।

ସୂଚନା ମୁତାବକ, ଆଜି ଚାଲିଛି ପଞ୍ଜାବ ବିଧାନସଭା ନିର୍ବାଚନ। ୧୧୭ଟି ଆସନ ପାଇଁ ସକାଳ ୮ରୁ ଭୋଟିଂ ଚାଲିଛି। ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ। ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍‌ କଂଗ୍ରେସ ପକ୍ଷରୁ ମୋଗା ଆସନରୁ ଲଢ଼ୁଛନ୍ତି। ଗତ କିଛି ଦିନ ହେବ ସୋନୁ ନିଜ ଭଉଣୀଙ୍କୁ ସମର୍ଥନ କରି ପ୍ରଚାର କରୁଛନ୍ତି। ଏହି ଆସନରୁ ବିଜେପି ପ୍ରାର୍ଥୀ ହରଜ୍ୟୋତ କମଲଙ୍କୁ ସୋନୁଙ୍କ ଭଉଣୀ ଟକ୍କର ଦେଉଛନ୍ତି।

Related story