ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ହେଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ଭାରତ ତଥା ଏସିଆର ଧନୀ ତାଲିକାର ୧ନଂ ସ୍ଥାନରେ ରହି ଆସୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଜବରଦସ୍ତ ଝଟକା ଲାଗିଛି। ତାଙ୍କୁ ପଛରେ ପକାଇ ଏବେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଇଛନ୍ତି। ୨୦୨୧ରେ ଆଦାନୀ ତାଙ୍କ ମୋଟ ସମ୍ପତ୍ତିରେ ୫୫ ବିଲିୟନ ଡଲାର ଯୋଡ଼ି ଥିବା ବେଳେ ମୁକେଶ ଅମ୍ବାନୀ ବର୍ଷକ ମଧ୍ୟରେ ମାତ୍ର ୧୪.୩ ବିଲିୟନ ଡଲାର ଆୟ […]

Adani

Hemant Lenka
  • Published: Thursday, 25 November 2021
  • , Updated: 25 November 2021, 06:07 PM IST

ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ଭାରତ ତଥା ଏସିଆର ଧନୀ ତାଲିକାର ୧ନଂ ସ୍ଥାନରେ ରହି ଆସୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଜବରଦସ୍ତ ଝଟକା ଲାଗିଛି। ତାଙ୍କୁ ପଛରେ ପକାଇ ଏବେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଇଛନ୍ତି।

୨୦୨୧ରେ ଆଦାନୀ ତାଙ୍କ ମୋଟ ସମ୍ପତ୍ତିରେ ୫୫ ବିଲିୟନ ଡଲାର ଯୋଡ଼ି ଥିବା ବେଳେ ମୁକେଶ ଅମ୍ବାନୀ ବର୍ଷକ ମଧ୍ୟରେ ମାତ୍ର ୧୪.୩ ବିଲିୟନ ଡଲାର ଆୟ କରିପାରିଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୁଧବାର ଷ୍ଟକ୍ ମାର୍କେଟରେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ବୃଦ୍ଧି ପାଇଥିଲା। ଏହି ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାର ମାର୍କେଟ ମୂଲ୍ୟ ହ୍ରାସ ପାଇଥିଲା। ଏହି କାରଣରୁ ଗୌତମ ଆଦାନୀ ଏସିଆର ଏକ ନମ୍ବର ଧନୀ ହୋଇପାରିଛନ୍ତି।

ସାଉଦି ଆରାମକୋ ସହିତ ଚୁକ୍ତି ଭାଙ୍ଗିବା ପରେ ରିଲାଏନ୍ସର ଷ୍ଟକ୍ ମାର୍କେଟ ମୂଲ୍ୟ କ୍ରମାଗତ ତୃତୀୟ ଦିନ ପାଇଁ ହ୍ରାସ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାର ମୂଲ୍ୟ ୧.୪୪% ହ୍ରାସ ପାଇଁ ୨୩୫୧.୪୦ ଟଙ୍କାରେ ବନ୍ଦ ହୋଇଥିଲା। ଏହି ସମୟରେ ଆଦାନୀ ଗ୍ରୁପ୍ ସହ ତାଲିକାଭୁକ୍ତ ହୋଇଥିବା କମ୍ପାନୀ ଗୁଡ଼ିକର ଶେୟାର ମୂଲ୍ୟ ବୃଦ୍ଧି ଘଟିଛି।

ଆଦାନୀ ପୋର୍ଟସର ଶେୟାର୪.୬୩% ବୃଦ୍ଧି ପାଇ ୭୬୩ ଟଙ୍କା, ଆଦାନୀ ଏଣ୍ଟରପ୍ରାଇଜେସ୍ ଶେୟାର ୨.୦୯% ବଢ଼ି ୧୭୪୨.୯୦ ଟଙ୍କା ଥିବାବେଳେ ଆଦାନୀ ଟ୍ରାନ୍ସମିସନ ଶେୟାର ୦.୩୬% ବଢ଼ି ୧୯୪୮ ଟଙ୍କାରେ ବନ୍ଦ ହୋଇଛି।

ଆଦାନୀ ଗ୍ରୁପର ମୋଟ ୬ଟି କମ୍ପାନୀ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ରହିଛି। ଉପରୋକ୍ତ ୩ କମ୍ପାନୀ ବ୍ୟତୀତ ଆଦାନୀ ଗ୍ରୀନ୍, ଆଦାନୀ ପାୱାର ଓ ଆଦାନୀ ଟୋଟାଲ୍ ଗ୍ୟାସ୍ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଗୋଟିଏ ବର୍ଷରେ ଆଦାନୀ ଗ୍ରୁପ୍‌ର ସମ୍ପତ୍ତି ୧୮୦୦% ବଢ଼ିଛି। ୨୦୨୦ ମାର୍ଚ୍ଚରେ ଆଦାନୀଙ୍କ ମୋଟ ସମ୍ପତ୍ତି ୪.୯୧ ବିଲିୟନ ଡଲାର ଥିଲା। କିନ୍ତୁ ୨୦ ମାସ ମଧ୍ୟରେ ଏହା ୯୦ ବିଲିୟନ ଡଲାରରେ ପହଞ୍ଚି ଯାଇଛି।

Related story