କୋଭାକ୍ସିନକୁ ନେଇ କଂଗ୍ରେସର କନଫ୍ୟୁଜନ ଦୂର

ନୂଆଦିଲ୍ଲୀ: ମେଡ୍ ଇନ୍ ଇଣ୍ଡିଆ ଟିକା କୋଭାକ୍ସିନ ଶନିବାର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲର ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିଛି। ଏହି ଟିକା କରୋନା ଭାଇରସ ବିରୋଧରେ ସମସ୍ତ ଦିଗକୁ ଦେଖିଲେ ୭୭.୮ ପ୍ରତିଶତ ସଫଳ ବୋଲି ରିପୋର୍ଟରେ କୁହାଯାଇଛି। ଏହାପରେ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂହଭି ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି ଏବେ ଆଉ କୋଭାକ୍ସିନର ତ୍ରୁଟି ଖୋଜିବା ଦରକାର ନାହିଁ। ଟିକାର ତୃତୀୟ ପର୍ଯ୍ୟାୟ ରେଜଲ୍ଟ ପ୍ରକାଶ ପାଇ ସାରିଛି। ତେଣୁ […]

covaxin-congress

Subhransu Sekhar
  • Published: Sunday, 04 July 2021
  • , Updated: 04 July 2021, 08:06 PM IST

ନୂଆଦିଲ୍ଲୀ: ମେଡ୍ ଇନ୍ ଇଣ୍ଡିଆ ଟିକା କୋଭାକ୍ସିନ ଶନିବାର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲର ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିଛି। ଏହି ଟିକା କରୋନା ଭାଇରସ ବିରୋଧରେ ସମସ୍ତ ଦିଗକୁ ଦେଖିଲେ ୭୭.୮ ପ୍ରତିଶତ ସଫଳ ବୋଲି ରିପୋର୍ଟରେ କୁହାଯାଇଛି।

ଏହାପରେ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂହଭି ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି ଏବେ ଆଉ କୋଭାକ୍ସିନର ତ୍ରୁଟି ଖୋଜିବା ଦରକାର ନାହିଁ। ଟିକାର ତୃତୀୟ ପର୍ଯ୍ୟାୟ ରେଜଲ୍ଟ ପ୍ରକାଶ ପାଇ ସାରିଛି। ତେଣୁ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର କୋଭାକ୍ସିନ ନେବା ଦରକାର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଟିକା ବାବଦରେ ଅବଗତ କରାଇବା ଦରକାର। କିଭଳି ସମସ୍ତେ ଟିକା ନେଇପାରିବେ ସେ ନେଇ ବ୍ୟବସ୍ଥା କରିବା ଦରକାର ବୋଲି ସୁପ୍ରିମକୋର୍ଟର ଏହି ବରିଷ୍ଠ ଆଇନଜୀବୀ କହିଛନ୍ତି।

https://twitter.com/DrAMSinghvi/status/1411606101703892999?s=20

ଶନିବାର କୋଭାକ୍ସିନ ଟିକାର ନିର୍ମାତା ଭାରତ ବାୟୋଟେକ୍ ଟ୍ୱିଟ୍ କରି କହିଛି, ଏହି ଟିକା ଡେଲଟା ଭାରିଆଣ୍ଟ ବିରୋଧରେ ୬୫.୨ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। କୋଭିଡରେ ସଂକ୍ରମିତ ହୋଇ ଗୁରୁତର ହୋଇଥିଲେ ଏହାର ସଫଳତା ହାର ୯୩.୪ ପ୍ରତିଶତ ରହିଛି। ତେବେ ଲକ୍ଷଣବିହୀନ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ସଫଳତା ହାର ୬୩.୬ ପ୍ରତିଶତ ରହିଛି। ଏହି ପରୀକ୍ଷା ବେଳେ ଆନାଫାଇଲକ୍ସିସ୍ ବା ଟିକା ସମ୍ବନ୍ଧୀୟ ମୃତ୍ୟୁ ହେବାର କୌଣସି ରିପୋର୍ଟ ନାହିଁ।

କୋଭାକ୍ସିନ ଟିକାକୁ ଭାରତ ସରକାର ଚଳିତ ବର୍ଷ ଜାନୁଆରୀ ମାସ ଆରମ୍ଭରେ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଏହାପରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇ ନଥିବାରୁ ଅନୁମୋଦନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର। ଏହାକୁ ଏକ ଅପରିପକ୍ଵ ନିଷ୍ପତ୍ତି କହି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଲୋଡିଥିଲେ ଥରୁର। ଯେ ପର୍ଯ୍ୟନ୍ତ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଶେଷ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହାର ବ୍ୟବହାରକୁ ସ୍ଥଗିତ ରଖାଯାଉ ବୋଲି ସେ କହିଥିଲେ।

ସେହିପରି କୋଭାକ୍ସିନକୁ ଅନୁମୋଦନ ଦେବାବେଳେ କାହିଁକି ପ୍ରୋଟୋକଲ ପାଳନ କରାଯାଇ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା। ଟିକାକୁ ଅନୁମୋଦନ କରିବା ପାଇଁ ସମସ୍ତ ପ୍ରୋଟୋକଲ ଗୁଡିକ ପାଳନ କରାଯାଇଛି ବୋଲି କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ସୁନିଶ୍ଚିତ କରିବା ସହ ଟିକାକରଣର ନିରାପତ୍ତା ଏବଂ କାର୍ଯ୍ୟାକାରିତା ବିଷୟରେ ଗୁଜବକୁ ଏଡ଼ାଇବା ପାଇଁ ସେ ଲୋକଙ୍କୁ ନିବେଦନ କରିଥିଲେ।

ତେବେ ବିବାଦ ଏକେ ଜୋର ବଢ଼ିଥିଲା ଯେ ଭାରତ ବାୟୋଟେକର ଏମଡି କୃଷ୍ଣା ଏଲା ଏହାକୁ ନେଇ ବିବୃତ୍ତି ଜାରି କରିଥିଲେ। ସେ କହିଥିଲେ “ଟିକାକୁ ନେଇ କିଛି ଲୋକ ରାଜନୀତିକରଣ କରୁଛନ୍ତି, ମୋ ପରିବାରର କେହିବି କୌଣସି ରାଜନୀତିକ ଦଳ ସହ ଜଡିତ ନୁହଁନ୍ତି। ତେଣୁ ରାଜନୀତିକରଣ କରିବାର ଆବଶ୍ୟକତା ନାହିଁ” ବୋଲି ସେ କହିଥିଲେ।

ଟିକା ତିଆରି କରିବାର ଭାରତ ବାୟୋଟେକର ଅଭିଜ୍ଞତା ରହିଛି। ଭାରତ ବାୟୋଟେକ୍ ୧୨୩ ଦେଶ ପାଇଁ କାମ କରୁଛୁ। ତେଣୁ କୋଭାକ୍ସିନ ଟିକା ଉପରେ କୌଣସି ପ୍ରଶ୍ନ ଉଠାନ୍ତୁ ନାହିଁ ବୋଲି ସେ କହିଥିଲେ।

ନିକଟରେ କୋଭାକ୍ସିନରେ ବାଛୁରୀ ରକ୍ତ ମିଶିଛି ବୋଲି କଂଗ୍ରେସ ପ୍ରେସ କନଫରେନସ କରି କହିଥିଲା। ଏହାପରେ ସରକାର ବିବୃତ୍ତି ଜାରି କରି ଏହି ଅଭିଯୋଗର ସତ୍ୟତା ନାହିଁ ବୋଲି କହିଥିଲେ। କିନ୍ତୁ ଟିକା ତିଆରି ବେଳେ ବାଛୁରୀ ରକ୍ତରେ ଜେନମ ତିିଆରି କରାଯାଉଥିଲା ବୋଲି ସରକାର କହିଥିଲେ। ପରେ ସେହି ଜେନମକୁ କେମିକାଲ ଏବଂ ପାଣିରେ ଧୋଇ ପରିଷ୍କାର କରାଯାଏ ହେଲେ ଟିକାରେ ବାଛୁରୀ ରକ୍ତ ମିଶେ ନାହିଁ ବୋଲି ସରକାର କହିଥିଲେ।

Related story