‘ଶିଶୁଙ୍କ ଟିକାକରଣ ପାଇଁ ୯ ମାସ ଲାଗିବ, ସେଯାଏଁ ସ୍କୁଲ ବନ୍ଦ କରିବା ଠିକ ନୁହେଁ’

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ସ୍କୁଲ୍ ଖୋଲିସାରିଛି। କିନ୍ତୁ ବିନା କରୋନା ଭ୍ୟାକସିନରେ ପିଲାମାନଙ୍କୁ ସ୍କୁଲ ପଠାଇବା ନେଇ ପ୍ରଶ୍ନ ଉଠୁଛି। ଏହାର ଜବାବ ଦେଇଛନ୍ତି ଏମ୍ସର ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ। ‘ଇଣ୍ଡିଆ ଟୁଡେ’ ସହ ସାକ୍ଷାତକାରରେ ଗୁଲେରିଆ କହିଛନ୍ତି, ଦେଶରେ ସବୁ ପିଲାଙ୍କୁ କରୋନା ଟିକା ଦେବା ପାଇଁ ୯ମାସ ସମୟ ଲାଗିବ। ଏହାକୁ ଦୃଷ୍ଟିରେ ରଖି ସ୍କୁଲକୁ ଆସନ୍ତାବର୍ଷ ମଧ୍ୟଭାଗ ଯାଏ ବନ୍ଦ ରଖାଯାଇପାରିବ ନାହିଁ। ଗୁଲେରିଆ ମଧ୍ୟ ସ୍କୁଲ […]

guleria

guleria

Ranjit Kumar Jena
  • Published: Thursday, 02 September 2021
  • Updated: 02 September 2021, 04:42 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ସ୍କୁଲ୍ ଖୋଲିସାରିଛି। କିନ୍ତୁ ବିନା କରୋନା ଭ୍ୟାକସିନରେ ପିଲାମାନଙ୍କୁ ସ୍କୁଲ ପଠାଇବା ନେଇ ପ୍ରଶ୍ନ ଉଠୁଛି। ଏହାର ଜବାବ ଦେଇଛନ୍ତି ଏମ୍ସର ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ। ‘ଇଣ୍ଡିଆ ଟୁଡେ’ ସହ ସାକ୍ଷାତକାରରେ ଗୁଲେରିଆ କହିଛନ୍ତି, ଦେଶରେ ସବୁ ପିଲାଙ୍କୁ କରୋନା ଟିକା ଦେବା ପାଇଁ ୯ମାସ ସମୟ ଲାଗିବ। ଏହାକୁ ଦୃଷ୍ଟିରେ ରଖି ସ୍କୁଲକୁ ଆସନ୍ତାବର୍ଷ ମଧ୍ୟଭାଗ ଯାଏ ବନ୍ଦ ରଖାଯାଇପାରିବ ନାହିଁ।

ଗୁଲେରିଆ ମଧ୍ୟ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଛନ୍ତି। ସେ କହିଛନ୍ତି, ସ୍କୁଲ ଖୋଲିବା ଦରକାର। କାରଣ ଏହାଦ୍ୱାରା ପିଲାମାନଙ୍କ ଶାରୀରିକ ଓ ମାନସିକତାରେ ବିକାଶ ହେବ। ତେବେ କେରଳରେ ସ୍କୁଲ ଖୋଲିବା ସପକ୍ଷରେ ମୁଁ ନାହିଁ। ହେଲେ ଦିଲ୍ଲୀ ଭଳି ଯେଉଁ ରାଜ୍ୟରେ ପଜିଟିଭିଟି ହାର କମ୍ ରହିଛି, ସେଠାରେ ସ୍କୁଲ୍ ଖୋଲାଯାଇ ପାରିବ। ଦିଲ୍ଲୀରେ ସ୍କୁଲ ଖୋଲିବାର ଏହା ଉପଯୁକ୍ତ ସମୟ। କାରଣ ଏହାଦ୍ୱାରା ଯେଉଁ ଛାତ୍ରମାନେ ଅନଲାଇନ୍ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି, ସେମାନେ ଏଥିରେ ଉପକୃତ ହେବେ।

ଏମ୍ସ ଡାକ୍ତର କହିଛନ୍ତି, ସ୍କୁଲର ସମସ୍ତ କର୍ମଚାରୀଙ୍କୁ ଟିକା ନେବା ନିହାତି ଦରକାର। ଏହାବ୍ୟତୀତ ସ୍କୁଲରେ ଛାତ୍ରଛାତ୍ରଙ୍କ ପ୍ରବେଶ ଓ ଯିବା ସମୟ ଯେପରି ପରିସର ଭିଡ଼ ନଥିବ। ଯଦି କୌଣସି ସ୍କୁଲରୁ ସଂକ୍ରମଣ ଅଧିକ ଆସୁଛି, ତାକୁ ବନ୍ଦ କରିଦେବା ଦରକାର। ପ୍ରାଇମେରୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲାଯିବା ଦରକାର ନା ନାହିଁ। ଏହାର ଜବାବରେ ଗୁଲେରିଆ କହିଛନ୍ତି ଯେ ଛୋଟ ପିଲାଙ୍କର ସଂକ୍ରମଣ ହେବାର ସମ୍ଭାବନା ବହୁତ କମ୍।

ଗୁଲେରିଆ କହିଛନ୍ତି, ପିଲାମାନଙ୍କୁ ଟିକା ଦିଆଯିବ କି ନାହିଁ, ତା' ଉପରେ ଭାରତ ବାୟୋଟେକ୍ ସେପ୍ଟେମ୍ବର ଶେଷ ଭାଗରେ ନିଷ୍ପତ୍ତି ନେବ। ଭାରତ ବାୟୋଟେକ ଚଳିତ ମାସ ଶେଷ ସୁଦ୍ଧା ଟିକାର ବ୍ୟବହାର ପାଇଁ ଅନୁମୋଦନ ଦେଇପାରେ।

ଏହା ପୂର୍ବରୁ ମେଦାନ୍ତର ଡାକ୍ତର ନରେଶ ତ୍ରେହାନ୍ କହିଥିଲେ ଯେ 'ପିଲାଙ୍କ ପାଇଁ ଇଣ୍ଟେନସିଭ୍ କେୟାର୍ ୟୁନିଟ୍ (ଆଇସିୟୁ) ଏବେ ପ୍ରସ୍ତୁତ ହୋଇନାହିଁ। ଏଥିପାଇଁ ସ୍କୁଲ୍ ପିଲାମାନଙ୍କୁ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ। ଯଦି କୌଣସି ପିଲା ଗୁରୁତର ରୋଗରେ ଆକ୍ରାନ୍ତ ହୁଅନ୍ତି, ତାହେଲେ ସେମାନଙ୍କ ଦାୟିତ୍ୱ ବହନ କରିବା ପାଇଁ ଆମେ ଏବେ ପ୍ରସ୍ତୁତ ନାହୁଁ।' ଏହା ଉପରେ ଗୁଲେରିଆ କହିଛନ୍ତି, ଏ ଦିଗ ଉପରେ ଅନେକ ନିବେଶ କରାଯାଇଛି ଏବଂ ପିଡିଆଟ୍ରିକ ଆଇସିୟୁ ପ୍ରସ୍ତୁତ ନଥିବା କଥାରେ ମୁଁ ଆଦୌ ସହମତ ନୁହେଁ।

ସୂଚନାଯୋଗ୍ୟ, କେରଳରେ କରୋନା ସଂକ୍ରମଣ ମାମଲା ଲଗାତର ବୃଦ୍ଧି ପାଇବା ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି। ଗୁଲେରିଆ କହିଛନ୍ତି, ଏହା ନିଶ୍ଚିତ ଚିନ୍ତାଜନକ। କେରଳରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ଆମେ ଦେଖୁଛୁ। ଏହାଦ୍ୱାରା ଦେଶରେ ସଂକ୍ରମଣର ନୂଆ ମାମଲା ବଢ଼ିପାରେ। ଆଗକୁ ପାର୍ବଣ୍ୟ ଋତୁ ଆସୁଛି। ତେଣୁ ଏହି ସମୟରେ ଅଧିକ ସତର୍କ ରହିବା ଦରକାର ବୋଲି ଡାକ୍ତର ଗୁଲେରିଆ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story