ମୈନ୍‌ପୁରୀ ଲୋକସଭା ଆସନ: ଆଗରେ ଡିମ୍ପଲ ଯାଦବ

ଲକ୍ଷ୍ନୌ: ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଗଣତି ଚାଲିଥିବା ବେଳେ ୫ ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳ ମଧ୍ୟ ଆଜି ଆସିବ। ଆଜି ଉତ୍ତର ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ମୈନ୍‌ପୁରୀ ଲୋକସଭା ଆସନ ସହିତ ରାମପୁର ଓ ଖତୌଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗଣନା ଚାଲିଛି। ୟୁପିରେ ମୈନ୍‌ପୁରୀ ଲୋକସଭା ଆସନରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ପରେ ‌ଏଠାରେ ଉପନିର୍ବାଚନ ହେଉଛି। ଉକ୍ତ […]

dimple-yadav

dimple-yadav

Tapas Behera
  • Published: Thursday, 08 December 2022
  • Updated: 08 December 2022, 10:31 AM IST

Sports

Latest News

ଲକ୍ଷ୍ନୌ: ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଗଣତି ଚାଲିଥିବା ବେଳେ ୫ ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳ ମଧ୍ୟ ଆଜି ଆସିବ। ଆଜି ଉତ୍ତର ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ମୈନ୍‌ପୁରୀ ଲୋକସଭା ଆସନ ସହିତ ରାମପୁର ଓ ଖତୌଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗଣନା ଚାଲିଛି। ୟୁପିରେ ମୈନ୍‌ପୁରୀ ଲୋକସଭା ଆସନରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ପରେ ‌ଏଠାରେ ଉପନିର୍ବାଚନ ହେଉଛି। ଉକ୍ତ ଆସନରେ ମୁଲାୟମ ସିଂହଙ୍କ ବୋହୂ ତଥା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଭାବେ ରଘୁରାଜ ସିଂ ଶାକ୍ୟ ମୈଦାନରେ ଅଛନ୍ତି । ରଘୁରାଜ ସିଂହ ହେଉଛନ୍ତି  ମୁଲାୟମ ସିଂହ ଯାଦବଙ୍କ  ଭାଇ ଶିବପାଲ ସିଂ ଯାଦବଙ୍କ ଅତି ବିଶ୍ୱସନୀୟ।

ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ମୈନ୍‌ପୁରୀ ଲୋକସଭା ଆସନରେ ୩ୟ ପର୍ଯ୍ୟାୟ ଭୋଟ୍‌ ଗଣନା ପରେ ଡିମ୍ପଲ୍ ଯାଦବ ୪,୮୦୦ ଭୋଟ୍‌ରେ ଆଗୁଆ ଅଛନ୍ତି।  ସେହିପରି, ପ୍ରଥମ ରାଉଣ୍ଡ୍‌ ଭୋଟ୍‌ ଗଣତି ପରେ ରାମପୁର ସଦର ବିଧାନସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟିର ନେତା ଅସୀମ ରାଜା ବିଜେପି ପ୍ରାର୍ଥୀ ଆକାଶ ସାକ୍ସେନାଙ୍କଠାରୁ ୧୨୯ ଭୋଟ୍‌ରେ ଆଗୁଆ ରହିଛନ୍ତି। ଏହାଛଡ଼ା  ଖତୌଲି ବିଧାନସଭା ଉପନିର୍ବାଚନରେ ବିଜେପିର ରାଜକୁମାରୀ ସୈନୀ ଆର୍‌ଏଲ୍‌ଡିର ମଦନ ଭୈୟାଙ୍କ ଠାରୁ ଆଗୁଆ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos